ETV Bharat / sports

IPL 2022: ଆଜି PBKS-GT ମୁକାବିଲା

ଚଳିତ ଟାଟା ଆଇପିଏଲରେ ଆଜି ଖେଳାଯିବାକୁ ଥିବା 16ତମ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗସ ଓ ଗୁଜୁରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

author img

By

Published : Apr 8, 2022, 8:11 AM IST

ଆଜି PBKS -GT ମୁକାବିଲା
ଆଜି PBKS -GT ମୁକାବିଲା

ମୁମ୍ବାଇ: ଆଇପିଏଲର 16ତମ ଲିଗ ମ୍ୟାଚରେ ଆଜି ଗୁଜୁରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ୍‌ ପରସ୍ପରକୁ ଭେଟିବେ । ମୟଙ୍କ ଅଗ୍ରୱାଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଏକ ଜୋରଦାର ମୁକାବିଲା ଦେଖିବାକୁ ମିଳିବ । ଆଜିର ମ୍ୟାଚ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ଇତି ମଧ୍ୟରେ ଗୁଜୁରାଟ ଟାଇଟନ୍ସ 2ଟି ମ୍ୟାଚ ଜିତି ସାରିଛି । ପ୍ରଥମଟି ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ଦ୍ବିତୀୟଟି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଜିତିଛି ଦଳ । ଦୁଇଟି ଯାକ ମ୍ୟାଚ ଜିତିବା ପରେ ଦଳର ମନୋବଳ ଦୃଢ ରହିଛି । ଦଳର ସମସ୍ତ ବିଭାଗ ସନ୍ତୁଳନ ରହିଛି । ସବୁ ପରିସ୍ଥିତିରେ ଜିତିବାର କ୍ଷମତା ଟାଇଟନ୍ସ ପାଖରେ ରହିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଆଜି ଦଳ ତୃତୀୟ ବିଜୟ ଲକ୍ଷ୍ୟରେ ଖେଳିବ । ନୂଆ କରି ଆଇପିଏଲରେ ସାମିଲ ହୋଇଥିବା ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବକୁ କ୍ରିକେଟ ବିଶେଷଜ୍ଞ ପ୍ରଶଂସା କରୁଛନ୍ତି ।

ସେପଟେ ପଞ୍ଜାବ ମଧ୍ୟ କିଛି କମରେ ନାହିଁ । ଦଳରେ ଶିଖର ଧାୱନ, ମୟଙ୍କ ଅଗ୍ରୱାଲଙ୍କ ବ୍ୟତୀତ ଲାଏମ ଲିଭିଙ୍ଗଷ୍ଟୋନ, ଶାହରୁଖ ଖାନ, ଓଡିନ ସ୍ମିଥ, ଭାନୁକା ରାଜାପାକ୍ସାଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଛନ୍ତି । ପୂର୍ବ ମ୍ୟାଚରେ ଦଳ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇକୁ ହରାଇଥିଲା । ବର୍ତ୍ତମାନ ଦଳର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚକୁ ନିଜ କବଜାକୁ ଆଣିବାକୁ ଦଳ ତାର ସବୁ ଶକ୍ତି ଖଟାଇବ । ସନ୍ଧ୍ୟା 7ଟା 30ରେ ଆରମ୍ଭ ହେବ ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.