ETV Bharat / sports

IPL2022: ଗୁଜୁରାଟ ବିଜୟ ଧାରାରେ ବ୍ରେକ, 8 ୱିକେଟରେ ଜିତିଲା ହାଇଦ୍ରାବାଦ

author img

By

Published : Apr 12, 2022, 7:10 AM IST

ଚଳିତ ଆଇପିଏଲର 21ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ । ଏକମାତ୍ର ଦଳ ଭାବେ କ୍ରମାଗତ 3ଟି ମ୍ୟାଚ ଜିତିଥିବା ନବାଗତ ଗୁଜୁରାଟ ବିଜୟ ଧାରାରେ ବ୍ରେକ ଲାଗିଛି । 8 ୱିକେଟରେ ସନରାଇଜର୍ସ ହାଇଦ୍ରାବାଦଠୁ ହାରିଛି ଟାଇଟନ୍ସ । ଅଧିକ ପଢନ୍ତୁ

8 ୱିକେଟରେ ଜିତିଲା ସନରାଇଜର୍ସ
8 ୱିକେଟରେ ଜିତିଲା ସନରାଇଜର୍ସ

ମୁମ୍ବାଇ: ଚଳିତ ଆଇପିଏଲର 21ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ । ଏକମାତ୍ର ଦଳ ଭାବେ କ୍ରମାଗତ 3ଟି ମ୍ୟାଚ ଜିତିଥିବା ନବାଗତ ଗୁଜୁରାଟ ବିଜୟ ଧାରାରେ ବ୍ରେକ ଲାଗିଛି । 8 ୱିକେଟରେ ସନରାଇଜର୍ସ ହାଇଦ୍ରାବାଦ ଠୁ ହାରିଛି ଟାଇଟନ୍ସ । ଏହା ସହିତ ହାଇଦ୍ରାବାଦ ଦ୍ବିତୀୟ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ 7 ୱିକେଟ ହରାଇ 162 ରନ କରିଥିଲା। ଜବାବରେ ସନରାଇଜର୍ସ 2 ୱିକେଟ ହରାଇ ଆବଶ୍ୟକୀୟ ରନ କରି ବିଜୟ ହାସଲ କରିଥିଲା । ବିଜୟୀ ଅର୍ଦ୍ଧଶତକୀୟ ପାଳି ଖେଳି କେନ ୱିଲିୟମସନ ପ୍ଲେଆର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟାଇଟନ୍ସ ପକ୍ଷରୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୫୦ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ୪୨ ବଲ୍‌ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୦ ରନର ଉପଯୋଗୀ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ପାଣ୍ଡ୍ୟା । ଅଭିନବ ମନୋହର ୨୧ ବଲ୍‌ରୁ ଦ୍ରୁତ ୩୫ ରନ୍‌ର ଇଂନିସ ଖେଳିଥିଲେ । ଓପନର ମାଥ୍ୟୁ ୱେଡ୍‌ ୧୯ ଓ ଶୁଭମନ ଗିଲ୍‌ ମାତ୍ର ୭ ରନ୍‌ରେ ଆଉଟ୍‌ ହୋଇ ଶୀଘ୍ର ପାଭିଲିଅନ ଫେରିଥିଲେ । ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା । ଫଳରେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ସାମ୍ନାରେ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ଭୁବନେଶ୍ବର କୁମାର ସର୍ବାଧିକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ମାର୍କୋ ଜାନସେନ ଓ ଉରମାନ ମଲିକଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

163 ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ସନରାଇଜର୍ସ । ଓପନର ଅଭିଷେକ ଶର୍ମା ଓ କେନ ୱିଲିୟମସନ ଦମଦାର ବ୍ୟାଟିଂ କରି 64ରନ ଭାଗିଦାରୀ କରିଥିଲେ । ଅଭିଷେକ 42 ରନ କରି ଆଉଟ ହୋଇଥିଲେ । ଏହାପରେ ରାହୁଲ ତ୍ରିପାଠୀ 17 ରନ କରି ଆହତ ହୋଇ ପାଭିଲିୟନ ଫେରିଥିଲେ । ୱିଲିୟମସନ ଦୃଢ ବ୍ୟାଟିଂ ଜାରି ରଖିଥିଲେ । 46 ବଲରେ 57 ରନ କରି ବିଜୟ ରଥ ପରିଷ୍କାର କରିଥିଲେ । 4ଟି ଛକା 2ଟି ଚୌକା ମାରିଛନ୍ତି ୱିଲିୟମସନ । 17 ତମ ଓଭରରେ ୱିଲିୟମସନଙ୍କୁ ଆଉଟ କରିଥିଲେ ପାଣ୍ଡ୍ୟା । ଏହାପରେ ନିକୋଲସନ ପୁରମ ଓ ଆଡେନ ମାରକ୍ରମ ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.