ETV Bharat / sports

IPL 2022: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ୍‌କୁ ଫେରିଲେ ରୋହିତ, ବୁମରା

ଇଣ୍ଡିଆନ ପ୍ରିମିୟର ଲିଗର ପଞ୍ଚଦଶ ସଂସ୍କରଣ(IPL 2022)ଆରମ୍ଭକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ ସମୟ ରହିଥିବାବେଳେ ମୁମ୍ବାଇ କ୍ୟାମ୍ପରେ ସାମିଲ ହୋଇଛନ୍ତି କ୍ୟାପଟେନ ରୋହିତ ଶର୍ମା । ଅଧିକ ପଢନ୍ତୁ

IPL 2022: Rohit Sharma, Jasprit Bumrah join Mumbai Indians camp
IPL 2022: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ୍‌କୁ ଫେରିଲେ ରୋହିତ, ବୁମରା
author img

By

Published : Mar 15, 2022, 4:33 PM IST

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ପଞ୍ଚଦଶ ସଂସ୍କରଣ(IPL 2022)ଆରମ୍ଭକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ ସମୟ ରହିଥିବାବେଳେ ମୁମ୍ବାଇ କ୍ୟାମ୍ପରେ ସାମିଲ ହୋଇଛନ୍ତି କ୍ୟାପଟେନ ରୋହିତ ଶର୍ମା । ଭାରତର ଟେଷ୍ଟ କ୍ୟାପଟେନ ଭାବେ ନିଜର ପ୍ରଥମ ଚ୍ୟାଲେଞ୍ଜ୍‌କୁ ସଫଳତାର ସହ ପାର୍‌ କରିବା ପରେ ନିଜ ଆଇପିଏଲ ଫ୍ରାଞ୍ଚାଇଜ ପାଇଁ କାମ ଆରମ୍ଭ କରିଦେଇଛନ୍ତି ରୋହିତ । ଟୁର୍ନାମେଣ୍ଟର ସବୁଠୁ ସଫଳତମ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଏଥର ଷଷ୍ଠ ଆଇପିଏଲ ଟ୍ରଫି ଲକ୍ଷ୍ୟରେ ରହିଛି ।

ଏହାମଧ୍ୟ ପଢନ୍ତୁ: IPL 2022: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପ୍‌ରେ ସେନ ୱାଟସନ୍

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ରୋହିତ ଶର୍ମା ପତ୍ନୀ ରିତିକା ସାଜଦେଶ ଓ ଝିଅ ସମାଇରାଙ୍କ ସହିତ ଟିମ ହୋଟେଲରେ ପ୍ରବେଶ କରୁଛନ୍ତି । ଝିଅ ସମାଇରାଙ୍କୁ ଧରିଥିବା ରୋହିତ ଟିମ ହୋଟେଲରେ ରଖାଯାଇଥିବା ଆଇପିଏଲ ଟ୍ରଫିକୁ ଟାର୍ଗେଟ ଭାବେ ଦେଖିଥିଲେ ।

ସେହିପରି ଦ୍ରୁତ ବୋଲର ଜଶପ୍ରୀତ ବୁମରା ମଧ୍ୟ ଟିମ ହୋଟେଲରେ ପହଞ୍ଚିସାରିଥିବା ନେଇ ମୁମ୍ବାଇ ଇଣ୍ଡିଆନ୍ସ ଘୋଷଣା କରିଛି । ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଟେଷ୍ଟ ସ୍କ୍ବାଡ୍‌ର ସଦସ୍ୟ ଥିବା ଭାରତୀୟ ଖେଳାଳିଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବା ସମ୍ଭାବନା କମ । ତେବେ ଅନ୍ୟ ଖେଳାଳିଙ୍କୁ ବାୟୋବବଲରେ ପ୍ରବେଶ ପୂର୍ବରୁ ୩ ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବା ନିୟମ ରହିଛି ।

ଏହାମଧ୍ୟ ପଢନ୍ତୁ: TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍‌ଘାଟନୀ ମ୍ୟାଚ୍‌

IPL ୨୦୨୨ରେ ମୁମ୍ବାଇ ଇଣ୍ଡିଆର ନେତୃତ୍ବ ନେବେ ରୋହିତ ଶର୍ମା । ପାଞ୍ଚ ଥରର ଚାମ୍ପିୟନ ମୁମ୍ବାଇ ଘରୋଇ ପରିବେଶ ମୁମ୍ବାଇ ଓ ପୁନେରେ ମ୍ୟାଚ୍‌ ଖେଳିବାକୁ ଯାଉଥିବା ଷଷ୍ଠ ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଛି । ମାର୍ଚ୍ଚ ୨୭ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ମୁମ୍ବାଇ । ମାର୍ଚ୍ଚ ୨୬ରୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଆରମ୍ଭ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.