ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପଞ୍ଚଦଶ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି । ଟିମ ସଂଖ୍ୟା ବୃଦ୍ଧି ସହିତ ଏଥର ଲିଗରେ ଅନେକ କିଛି ବଦଳିବାକୁ ଯାଉଛି । ଫଳରେ ଏଥର ଟୁର୍ଣ୍ଣାମେଣ୍ଟରେ ଅଧିକ ରୋମାଞ୍ଚକର ହେବାନଇ ସଂପୂର୍ଣ୍ଣ ସମ୍ଭାବନା ରହିଛି । ଆଇପିଏଲ ୨୦୨୨ର ଉଦ୍ଘାଟନୀ ମ୍ୟାଚ୍ ଗତ ଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ଗତ ଥରର ଉପବିଜେତା କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯିବ । ଦୁଇ ଟିମ ଏଥର ନୂଆ ଅଧିନାୟକ ସହିତ ମୈଦାନକୁ ଓହ୍ଲାଇବେ । KKR ର ନେତୃତ୍ବ ଭାର ଶ୍ରେୟସ ଆୟର ସମ୍ଭାଳିବେ ଓ ତାଙ୍କର ଆଇପିଏଲରେ ଅଧିନାୟକତ୍ବ କରିବାର ଭଲ ଅଭିଜ୍ଞତା ରହିଛି । ଅନ୍ୟପଟେ ଜାଡେଜା ପ୍ରଥମ ଥର ଅଧିନାୟକ ଭୁମିକାରେ ନଜର ଆସିବେ ।
ଜାଣନ୍ତୁ ଆଇପିଏଲ ମ୍ୟାଚ୍ର ପ୍ରସାରଣ ଓ ଅନଲାଇନ ଟେଲିକାଷ୍ଟ ସମ୍ବନ୍ଧୀୟ ସୂଚନା:
- ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଜି ଅର୍ଥାତ ମାର୍ଚ୍ଚ ୨୬ରେ ମ୍ୟାଚ୍ ଖେଳାଯିବ ।
- ଚେନ୍ନାଇ ଓ କୋଲକାତା ମଧ୍ୟରେ ପ୍ରଥମ ମୁକାବିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ।
- ସିଏସକେ ଓ କେକେଆର ମ୍ୟାଚ୍ର ଟସ୍ ଭାରତୀୟ ସମୟଅନୁସାରେ ସନ୍ଧ୍ୟା ୭:୦୦ଟା
- ସିଏସକେ ଓ କେକେଆର ମ୍ୟାଚ୍ର ପ୍ରସାରଣ ଅଧିକାର ଷ୍ଟାର ସ୍ପୋର୍ଟ୍ସ ନିକଟରେ ରହିଛି । ଏହି ମ୍ୟାଚ୍ର ସିଧା ପ୍ରସାରଣ ମଧ୍ୟ ଷ୍ଟାର ସ୍ପୋର୍ଟ୍ସ ଚ୍ୟାନେଲରେ ହେବ ।
- ଷ୍ଟାର ସ୍ପୋର୍ଟ୍ସ ଚ୍ୟାନେଲ୍ରେ ଭିନ୍ନ ଭିନ୍ନ ଭାଷାରେ ଲାଇଭ ମ୍ୟାଚ୍ ଦେଖିପାରିବେ ।
ସମ୍ଭାବ୍ୟ ଏକାଦଶ:
ଚେନ୍ନାଇ ସୁପର କିଙ୍ଗ୍ସ:
ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଏମଏସ ଧୋନି, ଶିବମ ଦୁବେ, ଡ୍ବାଇନ ବ୍ରାଭୋ, ତୁଷାର ଦେଶପାଣ୍ଡେ, କ୍ରିସ ଜୋର୍ଡାନ ଓ ଏଡମ ମିଲନେ ।
କୋଲକାତା ନାଇଟ ରାଇଡର୍ସ:
ଭେଙ୍କଟସ ଆୟର, ଅଜିଙ୍କ୍ୟ ରାହାଣେ, ନୀତିଶ ରାଣା, ଶ୍ରେୟସ ଆୟର, ସାମ ବିଲିଙ୍ଗ୍ସ, ଆନ୍ଦ୍ର ରସେଲ, ମହମ୍ମଦ ନବୀ/ଟିମ ସାଉଦୀ, ସୁନୀଲ ନାରିନ, ଶିବମ ମାବୀ, ଉମେଶ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ