ETV Bharat / sports

IPL 2022: RCB-CSK ମ୍ୟାଚ ସମୟରେ ପ୍ରେମିକକୁ ପ୍ରପୋଜ କରି ଚର୍ଚ୍ଚାରେ ଯୁବତୀ - ଚେନ୍ନାଇ ବାଙ୍ଗଲୋର ମ୍ୟାଚରେ ପ୍ରପୋଜ

RCB-CSK ମ୍ୟାଚ ଚାଲିଥିବା ସମୟରେ RCB ଫ୍ୟାନ୍ସଙ୍କୁ ପ୍ରପୋଜ କରି ଚର୍ଚ୍ଚାରେ ଯୁବତୀ । ଭାଇରାଲ ପୋଷ୍ଟରେ ରିପ୍ଲାଏ ଦେଲେ ପୂର୍ବତନ କ୍ରିକେଟର ୱାସିମ ଜାଫର । ଅଧିକ ପଢନ୍ତୁ

IPL 2022: RCB-CSK ମ୍ୟାଚ ସମୟରେ ପ୍ରେମିକକୁ ପ୍ରପୋଜ କରି ଚର୍ଚ୍ଚାରେ ଯୁବତୀ

author img

By

Published : May 5, 2022, 9:18 PM IST

ମୁମ୍ବାଇ: କ୍ରିକେଟକୁ ନେଇ ଅନେକ ରୋମାଞ୍ଚକର ତଥ୍ୟ ସାମ୍ନାକୁ ଆସିଥାଏ । କେବଳ ଯେ, ଷ୍ଟାଡିୟମ ଭିତରେ କିମ୍ବା ଖେଳାଳିଙ୍କୁ ନେଇ ଚର୍ଚ୍ଚା ହୋଇଥାଏ ତାହା ନୁହେଁ । ଫ୍ୟାନ୍ସ ଏବଂ ପ୍ରଶଂସକଙ୍କୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୁଏ । ପୂର୍ବରୁ ଷ୍ଟାଡିୟମରେ କ୍ରିକେଟର ଦୀପକ ଚହର ପ୍ରେମିକାଙ୍କୁ ପ୍ରପୋଜ କରି ଚର୍ଚ୍ଚାକୁ ଆସି ଥିବାବେଳେ ବର୍ତ୍ତମାନ ଚର୍ଚ୍ଚାରେ RCB ଫ୍ୟାନ୍ସ ।

IPL 2022: RCB-CSK ମ୍ୟାଚ ସମୟରେ ପ୍ରେମିକକୁ ପ୍ରପୋଜ କରି ଚର୍ଚ୍ଚାରେ ଯୁବତୀ

ବୁଧବାର ପୁଣେରେ ଖେଳା ଯାଉଥିବା ଚେନ୍ନାଇ ଏବଂ ବାଙ୍ଗାଲୋର ମ୍ୟାଚ ସମୟରେ ଜଣେ ଯୁବତୀ RCB ଫ୍ୟାନ୍‌ଙ୍କୁ ପ୍ରପୋଜ କରିଥିବା ଦେଖିବାକୁ ମିଳିଛି । କ୍ୟାମେରାରେ କଏଦ ହୋଇଥିବା ଏହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇ ଟିମ୍ 11 ଓଭର ଖେଳୁଥିବା ସମୟରେ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କୁ ପ୍ରୋପଜ କରିଥିବା ଜଣାପଡିଛି । ଏପରିକି ଷ୍ଟାଡିୟମରେ ସମ୍ପୃକ୍ତ RCB ପ୍ରଶଂସକଙ୍କୁ ମଧ୍ୟ ମୁଦି ପିନ୍ଧାଇଛନ୍ତି ।

ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏଥିରେ ଟ୍ବିଷ୍ଟ ଆଣିଛନ୍ତି ପୂର୍ବତନ ଖେଳାଳି ୱାସିମ ଜାଫର । ସେ ଟ୍ବିଟ କରି କହିଛନ୍ତି ଯେ, 'ଜଣେ ସ୍ମାର୍ଟ ଗାର୍ଲ RCB ଫ୍ୟାନ୍‌ଙ୍କୁ ପ୍ରପୋଜ କରିଛନ୍ତି । ଯଦି ଯୁବକ ଜଣକ RCB ଟିମ୍ ପ୍ରତି ଲୋୟାଲ ଅର୍ଥାତ୍ ନିଷ୍ଠାପର ରହି ପାରୁଛନ୍ତି ତେବେ ସେ ମଧ୍ୟ ନିଶ୍ଚିତ ପାର୍ଟନରଙ୍କ ପ୍ରତି ନିଷ୍ଠାବାନ ରହିବେ ।' ଏଥିସହ ୱାସିମ ଜାଫର ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.