ETV Bharat / sports

IPL 2022: ଷଷ୍ଠ ଥର ଚମ୍ପିଆନ ଲକ୍ଷ୍ୟରେ ମୁମ୍ବାଇ, ଜାଣନ୍ତୁ ସଂପୂର୍ଣ୍ଣ ମ୍ୟାଚ୍‌ ସୂଚୀ

author img

By

Published : Mar 17, 2022, 4:24 PM IST

ଇଣ୍ଡିଆନ ପ୍ରିମିୟର ଲିଗ(IPL) ଟୁର୍ନାମେଣ୍ଟର ସବୁଠୁ ସଫଳତମ ଟିମ- ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଥର ଚମ୍ପିଆନ ଲକ୍ଷ୍ୟରେ ନୂଆ ସଂସ୍କରଣରେ ନଜର ଆସିବ । ବିଶ୍ବର ଶ୍ରେଷ୍ଠ ଟି-୨୦ ଲିଗ୍‌ ଆଇପିଏଲର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

IPL 2022: Full league stage schedule for Mumbai Indians
IPL 2022: IPL 2022: ଷଷ୍ଠ ଥର ଚାମ୍ପିୟନ ଲକ୍ଷ୍ୟରେ ମୁମ୍ବାଇ, ଜାଣନ୍ତୁ ସଂପୂର୍ଣ୍ଣ ମ୍ୟାଚ୍‌ ସୂଚୀ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ଟୁର୍ନାମେଣ୍ଟର ସବୁଠୁ ସଫଳତମ ଟିମ- ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଥର ଚମ୍ପିଆନ ଲକ୍ଷ୍ୟରେ ନୂଆ ସଂସ୍କରଣରେ ନଜର ଆସିବ । ବିଶ୍ବର ଶ୍ରେଷ୍ଠ ଟି-୨୦ ଲିଗ୍‌ ଆଇପିଏଲର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି । ତେବେ ପାଞ୍ଚ ଥର ଚାମ୍ପିୟନ ହୋଇସାରିଥିବା ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ପଲଟନ ପ୍ରଦର୍ଶନ ଉପରେ ଏଥର ସମସ୍ତଙ୍କର ନଜର ରହିବ ।

କାରଣ ମେଗା ଖେଳାଳି ନିଲାମରେ ଚାମ୍ପିୟନ ମୁମ୍ବାଇ ଟିମର ସଦସ୍ୟ ଥିବା ଏକାଧିକ ଷ୍ଟାର ଖେଳାଳିଙ୍କୁ ଅନ୍ୟ ଟିମ କିଣିସାରିଛନ୍ତି ଓ IPL ୨୦୨୨ର ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଘରୋଇ ପରିବେଶ ମୁମ୍ବାଇ ଓ ପୁନେରେ ଖେଳାଯିବ । ରୋହିତ ଶର୍ମା, ଜଶପ୍ରୀତ ବୁମରା ଓ କିରଣ ପୋଲାର୍ଡ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ରିଟେନ କରିଥିଲା ଟିମ । ପାଞ୍ଚ ଥରର ଟ୍ରଫି ବିଜେତା ମୁମ୍ବାଇ ଫେବୃଆରୀ ଅନୁଷ୍ଠିତ ହୋଇଥିବା ନିଲାମରେ କିଛି ନୂଆ ଖେଳାଳିଙ୍କୁ ଉପରେ ମଧ୍ୟ ବିଶ୍ବାସ ଦେଖାଇଛି, ଯେଉଁମାନେ କି ଟିମର ମ୍ୟାଚ୍‌ ବିଜେତା ହୋଇପାରନ୍ତି ।

କ୍ୟାପେଟନ ରୋହିତ ଶର୍ମା ପୁଣିଥରେ ରେକର୍ଡ ଷଷ୍ଠଥର ଟ୍ରଫି ଜିତିବା ଲକ୍ଷ୍ୟ ନେଇ ମାର୍ଚ୍ଚ ୨୭ରୁ ମୈଦାନରେ ଆକ୍ସନରେ ନଜର ଆସିବେ । ଟୁର୍ନାମେଣ୍ଟରେ ଧୀମା ଆରମ୍ଭ ପାଇଁ ପରିଚିତ ମୁମ୍ବାଇ ଏଥର ରଣନୀତିରେ ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ନୂଆ ଦୁଇଟି ଟିମ ସାମିଲ ହୋଇଥିବାରୁ ପ୍ରତିଯୋଗିତା ଆହୁରି ପ୍ରତିନ୍ଦ୍ବନ୍ଦ୍ବୀତା ହେବାର ସମ୍ଭାବନା ଥିବାରୁ, ପ୍ରଥମ ମ୍ୟାଚ୍‌ରୁ ହିଁ ବିଜୟ ଉପରେ ଫୋକସ କରିପାରେ ଟିମ ।

ନଜର ପକାନ୍ତୁ IPL 2022ରେ ମୁମ୍ବାଇ ଇଣ୍ଡିଆନ୍ସର ଲିଗ ପର୍ଯ୍ୟାୟ ମ୍ୟାଚ୍‌ ସୂଚୀ ଉପରେ:

ମ୍ୟାଚ୍‌ ୧, ମାର୍ଚ୍ଚ ୨୭, ରବିବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ଅପରାହ୍ନ ୩:୩୦ ।

ମ୍ୟାଚ୍‌ ୨, ଏପ୍ରିଲ ୨, ଶନିବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ଅପରାହ୍ନ ୩:୩୦ ।

ମ୍ୟାଚ୍‌ ୩, ଏପ୍ରିଲ ୬, ବୁଧବାର: କୋଲକାତା ନାଇଟ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(MCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୪, ଏପ୍ରିଲ ୯, ଶନିବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ(MCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୫, ଏପ୍ରିଲ ୧୩, ବୁଧବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗ୍ସ (MCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୬, ଏପ୍ରିଲ ୧୬, ଶନିବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ଅପରାହ୍ନ ୩:୩୦ ।

ମ୍ୟାଚ୍‌ ୭, ଏପ୍ରିଲ ୨୧, ଗୁରୁବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୮, ଏପ୍ରିଲ ୨୪, ରବିବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୯, ଏପ୍ରିଲ ୩୦, ଶନିବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୧୦, ମଇ ୬, ଶୁକ୍ରବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜରାଟ ଟାଇଟାନ୍‌ସ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୧୧, ମଇ ୯, ସୋମବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ ରାଇଡର୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୧୨, ମଇ ୧୨, ଗୁରୁବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ (ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୧୩, ମଇ ୧୭, ମଙ୍ଗଳବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୧୪, ମଇ ୨୧, ଶନିବାର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡ୍‌: ରୋହିତ ଶର୍ମା(କ୍ୟାପେଟନ୍‌), ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ, ଜଶପ୍ରୀତ ବୁମରା, ଇଶାନ କିଶନ, ଡେୱାଲ୍ଡ ବ୍ରେଭିସ, ବାସିଲ ଥାମ୍ପି, ମୁରୁଗାଁ ଅଶ୍ବିନ, ଜୟଦେବ ଉଦଦକତ, ମୟଙ୍କ ମାର୍କଣ୍ଡେ, ଏନ ତିଳକ ବର୍ମା, ସଞ୍ଜୟ ଯାଦବ, ଜୋଫ୍ରା ଆର୍ଚର, ଡାନିଏଲ ସାମ୍ସ, ତୈମଲ ମିଲ୍ସ, ଟିମ ଡେଭିଡ, ଆର୍ଶଦ ଖାନ, ଅନମୋଲପ୍ରିତ ସିଂ, ରମଣଦୀପ ସିଂହ, ରାହୁଲ ବୁଦ୍ଧି, ହ୍ରିତିକ ଶୋକିନ, ଅର୍ଜୁନ ତେନ୍ଦୁଲକର, ଫାବିଏନ ଆଲେନ, ଆରୟନ ଜୁୟାଲ, ରିଲେ ମେରେଡିଥ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.