ETV Bharat / sports

IPL 2022: ଆସୁଛି ଆଇପିଏଲ, KKR ପାଇଁ ଶୁଭଙ୍କର ହେବେ କି ଶ୍ରେୟସ

author img

By

Published : Mar 17, 2022, 6:58 PM IST

ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ଶ୍ରେଷ୍ଠ ଟି-୨୦ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପଞ୍ଚଦଶ ସଂସ୍କରଣ । ଦୁଇ ଥରର ଇଣ୍ଡିଆନ ପ୍ରିମିୟର ଲିଗ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(KKR)ର ପ୍ରଦର୍ଶନ ଉପରେ ପୁଣି ସମସ୍ତଙ୍କ ନଜର ରହିବ । ୨୦୨୧ ସଂସ୍କରଣର ରନର୍ସଅପ୍‌ ଏଥର ଶ୍ରେୟସ ଆୟରଙ୍କ ରୂପରେ ନୂଆ ଅଧିନାୟକ ପାଇଛି । ଅଧିକ ପଢନ୍ତୁ

IPL 2022: Full league stage schedule for Kolkata Knight Rideders
IPL 2022: ଆସୁଛି ଆଇପିଏଲ, KKR ପାଇଁ ଶୁଭଙ୍କର ହେବେ କି ଶ୍ରେୟସ

ହାଇଦ୍ରାବାଦ: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ଶ୍ରେଷ୍ଠ ଟି-୨୦ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପଞ୍ଚଦଶ ସଂସ୍କରଣ । ଦୁଇ ଥରର ଇଣ୍ଡିଆନ ପ୍ରିମିୟର ଲିଗ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(KKR)ର ପ୍ରଦର୍ଶନ ଉପରେ ପୁଣି ସମସ୍ତଙ୍କ ନଜର ରହିବ । ୨୦୨୧ ସଂସ୍କରଣର ରନର୍ସଅପ୍‌ ଏଥର ଶ୍ରେୟସ ଆୟରଙ୍କ ରୂପରେ ନୂଆ ଅଧିନାୟକ ପାଇଛି । ଫେବୃଆରୀରେ ଅନୁଷ୍ଠିତ ନିଲାମରେ କିଛି ଷ୍ଟାର ଖେଳାଳି ଓ ମ୍ୟାଚ୍‌ ବିଜେତା ରିଟେନ ଖେଳାଳିଙ୍କୁ ନେଇ ଟିମ ଶକ୍ତିଶାଳୀ ରହିଛି । ଫଳରେ ୨୦୧୨ ଓ ୨୦୧୪ରେ ଟାଇଟେଲ ବିଜେତା ସଂସ୍କରଣର ସଫଳତା ଦୋହରାଇବା ଲକ୍ଷ୍ୟରେ ରହିବ କେକେଆର ।

ଶାହାରୁଖ ଖାନଙ୍କ ମାଲିକାନାରେ ଥିବା KKR ମାର୍ଚ୍ଚ ୨୬ରେ ଅନ୍ୟତମ ହାଇପ୍ରୋଫାଇଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସ(CSK) ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି IPL ୨୦୨୨ ଅଭିଯାନ ଆରମ୍ଭ କରିବ । ଗତବର୍ଷ CSK ବିପକ୍ଷରେ ଫାଇନାଲ ମୁକାବିଲା ଖେଳିଥିଲା କୋଲକାତା ଓ ପରାସ୍ତ ହୋଇଥିଲା । ଫଳରେ ଏଥର ପ୍ରଥମ ମ୍ୟାଚ୍‌ରୁ ହିଁ ବିଜୟ ଉପରେ ଫୋକସ କରିବ କୋଲକାତା ନାଇଟ ରାଇଡର୍ସ ।

ଗ୍ରୁପ 'A' ରେ ସ୍ଥାନ ପାଇଥିବା KKR, ଦୁଇଟି ଲେଖାଏଁ ମ୍ୟାଚ୍‌, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ । ସେହିପରି ଟୁର୍ନାମେଣ୍ଟର ଗ୍ରୁପ 'B' ରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଲିଗ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବ ।

ନଜର ପକାନ୍ତୁ କୋଲକାତା ନାଇଟ ରାଇଡର୍ସ(KKR)ର ସଂପୂର୍ଣ୍ଣ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ସୂଚୀ ଉପରେ:

ମାର୍ଚ୍ଚ ୧, ମାର୍ଚ୍ଚ ୨୬, ଶନିବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ କୋଲକାତା ନାଇଟ ରାଇଡର୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୨, ମାର୍ଚ୍ଚ ୩୦, ବୁଧବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ ରାଇଡର୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ)ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୩, ଏପ୍ରିଲ ୧, ଶୁକ୍ରବାର: କୋଲକାତା ନାଇଟ ରାଇଡର୍ସ ବନାମ ପଞ୍ଜାବ କିଙ୍ଗ୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୪, ଏପ୍ରିଲ ୬, ବୁଧବାର: କୋଲକାତା ନାଇଟ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(MCA ଷ୍ଟାଡିୟମ, ପୁନେ)ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୫, ଏପ୍ରିଲ ୧୦, ରବିବାର: କୋଲକାତା ନାଇଟ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ଅପରାହ୍ନ ୩:୩୦ ।

ମ୍ୟାଚ୍‌ ୬, ଏପ୍ରିଲ ୧୫, ଶୁକ୍ରବାର: କୋଲକାତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୭, ଏପ୍ରିଲ ୧୮, ସୋମବାର: କୋଲକାତା ନାଇଟ ରାଇଡର୍ସ ବନାମ ରାଜସ୍ଥାନ ରୟାଲ୍ସ (ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ସନ୍ଧ୍ୟା ୭:୩୦ ।

ମ୍ୟାଚ୍‌ ୮, ଏପ୍ରିଲ ୨୩, ଶନିବାର: କୋଲକାତା ନାଇଟ ରାଇଡର୍ସ ବନାମ ଗୁଜରାଟ ଟାଇଟାନ୍‌ସ (ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ)ଅପରାହ୍ନ ୩:୩୦ ।

ମ୍ୟାଚ୍‌ ୯, ଏପ୍ରିଲ ୨୮, ଗୁରୁବାର: କୋଲକାତା ନାଇଟ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୧୦, ମଇ ୨, ସୋମବାର: କୋଲକାତା ନାଇଟ ରାଇଡର୍ସ ବନାମ ରାଜସ୍ତାନ ରୟାଲ୍ସ (ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୧୧, ମଇ ୭, ଶନିବାର: କୋଲକାତା ନାଇଟ ରାଇଡର୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ (MCA ଷ୍ଟାଡିୟମ, ପୁନେ)ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୧୨, ମଇ ୯, ସୋମବାର: କୋଲକାତା ନାଇଟ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ)ସନ୍ଧ୍ୟା ୭.୩୦ ।

ମ୍ୟାଚ୍‌ ୧୩, ମଇ ୧୪, ଶନିବାର: କୋଲକାତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(MCA ଷ୍ଟାଡିୟମ, ପୁନେ)ସନ୍ଧ୍ୟା ୭.୩୦

ମ୍ୟାଚ୍‌ ୧୪, ମଇ ୧୮, ବୁଧବାର: କୋଲକାତା ନାଇଟ ରାଇଡର୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ)ସନ୍ଧ୍ୟା ୭.୩୦ ।

କୋଲକାତା ନାଇଟ ରାଇଡର୍ସ(KKR) ସ୍କ୍ବାଡ୍‌:

ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟସ ଆୟର, ସୁନୀଲ ନାରିନ, ଶ୍ରେୟସ ଆୟର(କ୍ୟାପେଟନ୍‌), ପାଟ୍‌ କମିନ୍ସ, ନୀତିଶ ରାଣା, ଶିବମ ମାବି, ସେଲଡନ ଜାକସନ, ଅଜିଙ୍କ୍ୟ ରାହାଣେ, ରିଙ୍କୁ ସିଂହ, ଅଙ୍କୁଲ ରୟ, ରସିଖ ଦାର, ଚମିକା କରୁଣାରତ୍ନେ, ବାବା ଇନ୍ଦ୍ରଜିତ, ଅଶୋକ ଶର୍ମା, ପ୍ରଥମ ସିଂହ, ଅଭିଜିତ ତୋମାର, ସାମ ବିଲିଙ୍ଗ୍ସ, ଆରୋନ ଫିଞ୍ଚ୍‌, ରମେଶ କୁମାର, ମହମ୍ମଦ ନବି, ଅମନ ଖାନ, ଉମେଶ ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.