ETV Bharat / sports

ପଞ୍ଜାବ କିଙ୍ଗ୍ସକୁ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ

ପଞ୍ଜାବ କିଙ୍ଗ୍ସକୁ 6 ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢନ୍ତୁ...

IPL 2021: Chennai Super Kings won by 6 wkts vs Punjab kings
ପଞ୍ଜାବ କିଙ୍ଗ୍ସକୁ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ
author img

By

Published : Apr 16, 2021, 10:53 PM IST

ମୁମ୍ବାଇ: ଆଇପିଏଲ 2021ର ଅଷ୍ଟମ ମ୍ୟାଚରେ ବିଜୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ । ପଞ୍ଜାବ କିଙ୍ଗ୍ସକୁ 6 ୱିକେଟରେ ହରାଇଛି ଧୋନି ବାହିନୀ ।

107 ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ସିଏସକେ ପକ୍ଷରୁ ମୋଇନ ଅଲୀ 31 ବଲ୍‌ରୁ 7 ଚୌକା ଓ ଗୋଟିଏ ଛକା ସହାୟତାରେ ସର୍ବାଧିକ 46 ରନର ଇଂନିସ ଖେଳିଥିଲେ । ଫାଫ ଡୁପ୍ଲେସିସ 36 ରନର ଇଂନିସ ଖେଳିଥିଲେ । 15.4 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିବା ସହ ଚେନ୍ନାଇ ଆଇପିଏଲ 2021ର ପ୍ରଥମ ବିଜୟ ହାସଲ କରିଛି ।

ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଧୋନି । ସିଏସକେର ସମସ୍ତ ବୋଲର କ୍ୟାପେଟନ ଧୋନିଙ୍କ ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ । ବିଶେଷ କରି ଦୀପକ ଚହର ଅଧିକ ଘାତକ ବୋଲିଂ କରିବା ସହ ଶକ୍ତିଶାଳୀ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ଲାଇନଅପକୁ ଧ୍ବସ୍ତ କରିଥିଲେ । ମାତ୍ର 26 ରନ୍‌ରେ 5 ୱିକେଟ ହରାଇ ସଂଘର୍ଷ କରିଥିଲା ଦଳ । ଚହର 4 ଓଭରରୁ ଗୋଟିଏ ମେଡେନ ସହ 13 ରନ୍‌ ବ୍ୟୟରେ 4ଟି ୱିକେଟ ହାତେଇଥିଲେ । ସାମ କରନ, ମୋଇନ ଅଲୀ ଓ ଡ୍ବାଇନ ବ୍ରୋଭୋ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ପଞ୍ଜାବ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ‌ ଶାହାରୁଖ ଖାନ ଲଢୁଆ 47 ରନର ଇଂନିସ ଖେଳି ଦଳୀୟ ସ୍କୋର 100 ପାର୍‌ କରାଇଥିଲେ । ଫଳରେ 106 ରନ ସଂଗ୍ରହ କରିଥିଲା ପଞ୍ଜାବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.