ETV Bharat / sports

IPL 2021:ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ

author img

By

Published : Sep 11, 2021, 6:41 AM IST

ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୧୪ତମ ସଂସ୍କରଣର ଦ୍ବିତୀୟ ଭାଗ UAEରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ...

IPL 2021: Best batting performances from the tournament
IPL 2021:ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୧୪ତମ ସଂସ୍କରଣର ଦ୍ବିତୀୟ ଭାଗ UAEରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ଦେଶରେ COVID-19ର ଦ୍ବିତୀୟ ଲହରରେ ଭୟାଭୟ ସ୍ଥିତି ଯୋଗୁଁ ମେଗା ଟି୨୦ ଲିଗ୍‌ ସ୍ଥଗିତ ରଖାଯାଇଥିଲା ।

ନଜର ପକାନ୍ତୁ ଖେଳାଯାଇଥିବା ଏହି ସଂସ୍କରଣର ପ୍ରଥମ ଭାଗରେ କିଛି ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ ଉପରେ...

କିରଣ ପୋଲାର୍ଡ(ମୁମ୍ବାଇ ଇଣ୍ଡିଆନ୍ସ), ୩୪ ବଲ୍‌ରୁ ଅପରାଜିତ ୮୭

ଅବିଶ୍ବସନୀୟ ପାୱରହିଟିଂ ପାଇଁ ପ୍ରଖ୍ୟାତ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କିରଣ ପୋଲାର୍ଡ । ତେବେ ଟୁର୍ଣ୍ଣାମେଣ୍ଟର ପ୍ରଥମ ୬ଟି ମ୍ୟାଚରେ ପୋଲାର୍ଡ ଟିମକୁ ନିରାଶ କରିଥିଲେ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଅପରାଜିତ ୩୫ ରନ ସହ ମାତ୍ର ୮୧ ରନ୍‌ ସଂଗ୍ରହ କରିଥିଲେ । ମାତ୍ର ମଇ ୧ରେ ନୂଆଦିଲ୍ଲୀରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ପୋଲାର୍ଡଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା । ୨୧୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ପାଇଁ ପୋଲାର୍ଡ ଦେଖାଇଥିଲେ ପରାକ୍ରମ । ୮୧/୩ରେ ମୁମ୍ବାଇ ସଂଘର୍ଷ କରୁଥିବା ସମୟରେ ପୋଲାର୍ଡ ବ୍ୟାଟିଂ ପାଇଁ ପହଞ୍ଚିଥିଲେ । ଏହାପରେ ମାତ୍ର ୩୪ ବଲ୍‌ରୁ ଧୁଆଁଧାର ୮୭ ରନ୍‌ର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଫଳରେ ୪ ୱିକେଟରେ ବିଜୟୀ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମାତ୍ର ୧୭ ବଲ୍‌ରୁ ଅର୍ଦ୍ଧଶତ ପୂରଣ କରିଥିଲେ ପୋଲାର୍ଡ । ଏହି ଇଂନିସରେ ୬ଟି ଚୌକା ଓ ୮ଟି ଛକା ସାମିଲ ଥିଲା । ପରାଜୟ ମୁହଁରୁ ମ୍ୟାଚ୍‌ ଛଡାଇଆଣି ମୁମ୍ବାଇକୁ ବିଜୟୀ କରାଇଥିଲେ ପୋଲାର୍ଡ ।

ଏବି ଡି ଭିଲିୟର୍ସ(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ୩୪ ବଲ୍‌ରୁ ୭୬

ଯେତେବେଳେ ଏବି ଡିଭିଲିୟର୍ସ ନିଜ ଲୟରେ ଥାଆନ୍ତି ପ୍ରତିପକ୍ଷ ବୋଲରଙ୍କ ପାଇଁ କଷ୍ଟକର ହୋଇଥାଏ ତାଙ୍କୁ ରୋକିବା ।

କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏହାର ସ୍ବାଦ ଚାଖିଛନ୍ତି । ୯୧ ରନରେ ୩ ୱିକେଟ ହରାଇ ସଂକଟରେ ଥିଲା ବାଙ୍ଗାଲୋର । ମାତ୍ର ଡିଭିଲିୟର୍ସ ଗ୍ଳେନ ମାକ୍ସୱେଲଙ୍କ ସହ ମିଶି ପ୍ରତିଆକ୍ରମଣ ଆରମ୍ଭ କରିଥିଲେ । ମାତ୍ର ୨୭ ବଲରୁ ଦକ୍ଷୀଣ ଆଫ୍ରିକୀୟ ଷ୍ଟାର ୨୨୩.୫୩ ଷ୍ଟ୍ରାଇକରେଟ୍‌ରେ ୫୦ ରନ୍‌ ପୂରଣ କରିଥିଲେ ଓ ୩୪ ବଲ୍‌ରୁ ୭୬ ରନ୍‌ର ମାରାଥନ ଇଂନିସ ଖେଳିଥିଲେ । ଯେଉଁଥିରେ ୯ଟି ଚୌକା ଓ ୩ଟି ଛକା ସାମିଲ ଥିଲା ।

ଦେବଦତ୍ତ ପାଦିକ୍କଲ(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ୫୨ ବଲରୁ ଅପରାଜିତ ୧୦୧

IPL 2020 ସଂସ୍କରଣ ଠାରୁ ଷ୍ଟାଇଲିସ୍‌ ବ୍ୟାଟ୍ସମ୍ୟାନ ପାଦିକ୍କଲ ଚର୍ଚ୍ଚାରେ ରହିଛନ୍ତି । ୧୬ଟି ମ୍ୟାଚରୁ ୪୭୩ ରନ୍‌ ସଂଗ୍ରହ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ତେବେ COVID-19 ପଜିଟିଭ ଚିହ୍ନଟ ଯୋଗୁଁ ୨୦୨୧ ସଂସ୍କରଣର ଆଇପିଏଲର ପ୍ରଥମ ମ୍ୟାଚ ଖେଳିପାନଥିଲେ । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିବା ପରେ ପାଦିକ୍କଲ ୱାଙ୍ଖେଡେ ଷ୍ଟାଡିୟମ ମୁମ୍ବାଇରେ ପ୍ରଥମ ଆଇପିଏଲ ଶତକ ହାସଲ କରିଥିଲେ । ୧୭୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା RCBକୁ ୧୦ ୱିକେଟ ବିଜୟ ଭେଟି ଦେଇଥିଲେ । ୫୨ ବଲ୍‌ରୁ ୧୧ଚୌକା ଓ ୬ ଛକା ସହାୟତାରେ ୧୦୧ ରନ୍‌ର ଇଂନିସ ଖେଳିଥିଲେ ।

ସଞ୍ଜୁ ସାମସନ(ରାଜସ୍ଥାନ ରୟାଲ୍ସ) ୬୩ ବଲ୍‌ରୁ ଅପରାଜିତ ୧୧୯

ରାଜସ୍ଥାନ ରୟାଲ୍ସ କ୍ୟାପଟେନ ଶ୍ରେଷ୍ଠ ପ୍ରଦର୍ଶନ ସହିତ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । IPL ୨୦୨୧ର ଚତୁର୍ଥ ମ୍ୟାଚରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ, ସାମସନ ୬୩ ବଲ୍‌ରୁ ୧୧୯ ରନ୍‌ର ଦମଦାର ଇଂନିସ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିଥିଲେ । ୨୦ ଓଭରରେ ପଞ୍ଜାବ କିଙ୍ଗ୍ସ ୨୨୧/୬ ବଡ ଟାର୍ଗେଟ ରଖିଥିଲା । ସାମସାନ ୧୨ଟି ଚୌକା ଓ ୭ଟି ଛକା ସହ ଶତକୀୟ ଇଂନିସ ଖେଳିଥିଲେ ମଧ୍ୟ ଟିମକୁ ବିଜୟୀ କରାଇପାରିନଥିଲେ । ଶେଷ ବଲ୍‌ରେ ବିଫଳ ହେବାପରେ ରାଜସ୍ଥାନ ବିଜୟ ଠାରୁ ୪ ରନ୍‌ ଦୂରରେ ରହିଯାଇଥିଲା ।

ଜସ ବଟଲର୍‌(ରାଜସ୍ଥାନ ରୟାଲ୍ସ) ୬୪ ବଲ୍‌ରୁ ୧୨୪ ରନ

ରାଜସ୍ଥାନ ପାଇଁ ରୟାଲ୍ସ ସାଜିଥିଲେ ଇଂଲିସ ୱିକେଟ କିପର ବ୍ୟାଟ୍ସମ୍ୟାନ ବଟଲର । ପ୍ରଥମ ୬ଟି ମ୍ୟାଚରେ ୫୦ ରନ୍‌ ପାର୍‌ କରିପାରିନଥିବା ବଟଲର୍‌ କିନ୍ତୁ ନୂଆଦିଲ୍ଲୀରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶ୍ରେଷ୍ଠ ଦମ ଦେଖାଇଥିଲେ । ୧୨୪ ରନ୍‌ର ଆକର୍ଷଣୀୟ ଇଂନିସ ଖେଳିଥିଲେ । ୫୦ ରନ୍‌ରୁ ୧୦୦ ପର୍ଯ୍ୟନ୍ତ ପହଞ୍ଚିବାକୁ ସେ ମାତ୍ର ୧୬ ବଲ୍‌ ନେଇଥିଲେ । ୩୧ ବଲ୍‌ରୁ ୮୯ ରନ ସଂଗ୍ରହ କରିଥିଲେ । ଫଳରେ ୨୨୦ ରନ୍‌ର ବିଶାଳ ସ୍କୋର କରିଥିବା ରାଜସ୍ଥାନ ଓ ହାଇଦ୍ରାବାଦ ବିପକ୍ଷରେ ୫୫ ରନର ବିଜୟ ହାସଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.