ETV Bharat / sports

ଆଇପିଏଲ ମହାସମର: ପଞ୍ଜାବକୁ ମାତ୍‌ ଦେଇ ଶୀର୍ଷରେ ମୁମ୍ବାଇ

author img

By

Published : Oct 2, 2020, 7:21 AM IST

ଆଇପିଏଲ ମହାସମର । ତ୍ରୟୋଦଶ ମ୍ୟାଚ୍‌ରେ ପଞ୍ଜାବକୁ ମାତ୍‌ ଦେଇ ଶୀର୍ଷରେ ମୁମ୍ବାଇ । କିରଣ ପୋଲାର୍ଡ ମ୍ୟାନ ଅଫ ଦ ମ୍ୟାଚ୍‌ । ଆଇପିଏଲରେ 5000 ରନ ପାର କଲେ ରୋହିତ ଶର୍ମା ।

ଆଇପିଏଲ ମହାସମର
ଆଇପିଏଲ ମହାସମର

ଆବୁଧାବୀ: ଚଳିତ ଆଇପିଏଲର ତ୍ରୟୋଦଶ ମ୍ୟାଚ୍‌ରେ ବିଜୟ ପରେ ଶୀର୍ଷକୁ ଉଠିଛି 4 ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ । କିଙ୍ଗ୍ସ ଏକାଦଶ ପଞ୍ଜାବକୁ 48 ରନରେ ହରାଇ ପଏଣ୍ଟ ଟେବୁଲର ଟପ୍‌ରେ ରହିଛି ମୁମ୍ବାଇ ।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 191 ରନ କରିଥିଲା ମୁମ୍ବାଇ । ଯାହାକୁ ପିଛା କରି ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । ପ୍ରଥମେ ଧୁଆଁଧାର ବ୍ୟାଟିଂ କରିବା ପରେ ମୁମ୍ବାଇର ଶାଣିତ ବୋଲିଂ ପଞ୍ଜାବର 8 ୱିକେଟ ନେବା ସହ 20 ଓଭରରେ 143 ରନରେ ଅଟକାଇଦେଇଥିଲା ।

ଆଇପିଏଲ ମହାସମର
ଆଇପିଏଲ ମହାସମର

ପ୍ରଥମେ ପଞ୍ଜାବର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିଥିବାବେଳେ ପଞ୍ଚମ ଓଭରରେ ହିଁ ଜଶପ୍ରୀତ ବୁମରା ଅଗ୍ରୱାଲଙ୍କ ୱିକେଟ ନେଇ ଟିମ୍‌କୁ ପ୍ରଥମ ଝଟକା ଦେଇଥିଲେ । ପରେ କେଏଲ ରାହୁଲ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ ।

ଆଇପିଏଲ ମହାସମର
ଆଇପିଏଲ ମହାସମର

ଦଳ ପାଇଁ ନିକୋଲାସ୍‌ ପୂରଣ 44 ରନ କରି ବିଜୟର ଆଶା ଦେଖାଇଥିଲେ ବି ପୂରଣ କରିପାରିନଥିଲେ । ତେବେ 15 ଓଭରରୁ 19 ଓଭର ମଧ୍ୟରେ ପଞ୍ଜାବ ମାତ୍ର 18 ରନ କରି 3 ୱିକେଟ ହରାଇଥିଲା । ଯାହା ଦଳକୁ ହାରିବାର ବାଟ କଢାଇଥିଲା ।

ଆଇପିଏଲ ମହାସମର
ଆଇପିଏଲ ମହାସମର

ମୁମ୍ବାଇ ପକ୍ଷରୁ ରୋହିତ୍‌ ଶର୍ମା ଓ କିରଣ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ଦଳକୁ 191 ରନ କରିବାରେ ସକ୍ଷମ କରିଥିଲା । ରୋହିତ ଶର୍ମା 70 ରନ କରିଥିବାବେଳେ ପୋଲାର୍ଡ 20 ବଲରୁ ବିସ୍ଫୋରକ 47 ରନର ଅପରାଜିତ ପାଳି ଖେଳିଥିଲେ । ଯେଉଁଥିପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

ଅନ୍ୟପଟେ ରୋହିତ ଶର୍ମା ଏହି ପାଳି ବଳରେ ଆଇପିଏଲରେ ନିଜର 5000 ରନ ପୂରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.