ETV Bharat / sports

ମୁମ୍ବାଇକୁ ହରାଇ ପ୍ଲେ-ଅଫରେ ହାଇଦ୍ରାବାଦ, ବିଦା ହେଲା କୋଲକାତା

author img

By

Published : Nov 4, 2020, 7:20 AM IST

ଆଇପିଏଲ ମହାସମର । ଶେଷ ମ୍ୟାଚରେ ସନରାଇଜର୍ସର ଶାନଦାର ବିଜୟ । ମୁମ୍ବାଇକୁ 10 ୱିକେଟରେ ହରାଇ ପ୍ଲେ-ଅଫରେ ପହଞ୍ଚିଲା ସନରାଇଜର୍ସ ହାଇଦ୍ରାବାଦ । ଫଳରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲା କୋଲକାତା । ଅଧିକ ପଢନ୍ତୁ...

ମୁମ୍ବାଇକୁ ହରାଇ ପ୍ଲେ-ଅଫରେ ହାଇଦ୍ରାବାଦ
ମୁମ୍ବାଇକୁ ହରାଇ ପ୍ଲେ-ଅଫରେ ହାଇଦ୍ରାବାଦ

ଶାହଜାହ: ଚଳିତ ଆଇପିଏଲର ଶେଷ ଲିଗ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଦମଦାର ପ୍ରଦର୍ଶନ । ‘କର ବା ମର’ ସ୍ଥିତିରେ ପ୍ଲେ-ଅଫ ସ୍ଥାନ ଦଖଲ କଲା ହାଇଦ୍ରାବାଦ । ଫଳରେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି କୋଲକାତା । ମୁମ୍ବାଇ ଇଣ୍ଡିଆନ୍ସକୁ 10 ୱିକେଟରେ ହରାଇ 4ର୍ଥ ପ୍ଲେ-ଅଫରେ ପ୍ରବେଶ କରିଛି ଟିମ । ପୂର୍ବରୁ ମୁମ୍ବାଇ,ଦିଲ୍ଲୀ ଓ ବାଙ୍ଗାଲୋର ଏହି ପର୍ଯ୍ୟାୟରେ ପହଞ୍ଚିଥିଲେ ।

ପଏଣ୍ଟ ଟେବୁଲ ତାଲିକାରେ କୋଲକାତା ଓ ହାଇଦ୍ରାବାଦ ସମାନ 14 ପଏଣ୍ଟ ପାଇଥିଲା । ହାଇଦ୍ରାବାଦ ହାରିଥିଲେ କୋଲକାତା ପ୍ଲେ-ଅଫ ଖେଳିବାର ସୁଯୋଗ ପାଇଥାନ୍ତା । ହାଇଦ୍ରାବାଦ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆସନ୍ତା 6 ତାରିଖରେ ପ୍ରଥମ ଏଲିମିନେଟର ଖେଳିବ । ସେହିପରି ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ପ୍ରଥମ କ୍ବାଲିଫାୟର ଖେଳାଯିବ । ହାଇଦ୍ରାବାଦ ଓ ବାଙ୍ଗାଲୋର ମଧ୍ୟରୁ ଯିଏ ଜିତିବ ସେ ଦ୍ବିତୀୟ କ୍ବାଲିଫାୟରରେ ଖଳିବ ।

ଚଳିତ ଆଇପିଏଲ ସଂସ୍କରଣର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି 8 ୱିକେଟ ହରାଇ 149 ରନ କରିଥିଲା । ଏହାର ଜବାବରେ ହାଇଦ୍ରାବାଦ ବିନା କୌଣସି ୱିକେଟ ହରାଇ 17 ବଲ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଅଧିନାୟକ ଡେଭିଡ ୱାର୍ଣ୍ଣର ଶେଷ ଯାଏ 58 ବଲରେ 85 ଓ ରିଦ୍ଧିମାନ ସାହା 45 ବଲରେ 58 ରନ କରି ଅପରାଜିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.