ETV Bharat / sports

ଶାରଜାହରେ ସୌରଭ ଗାଙ୍ଗୁଲି, ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତିର କଲେ ସମୀକ୍ଷା

author img

By

Published : Sep 15, 2020, 12:16 PM IST

Updated : Sep 25, 2020, 6:00 PM IST

6 ଦିନ କ୍ବାରେଣ୍ଟାଇନ ଶେଷ କରିବା ପରେ ଶାରଜାହରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି । ଆଇପିଏଲ ପ୍ରସ୍ତୁତି ନେଇ କଲେ ସମୀକ୍ଷା । ଅଧିକ ପଢ଼ନ୍ତୁ...

Ganguly heads to Sharjah, Ganguly review preparations for IPL,  preparations for IPL, Sharjah cricket stadium, ଶାରଜାହରେ ସୌରଭ ଗାଙ୍ଗୁଲି, ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି କଲେ ସମୀକ୍ଷା,  ଆଇପିଏଲ ପ୍ରସ୍ତୁତି, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି
ଶାରଜାହରେ ସୌରଭ ଗାଙ୍ଗୁଲି, ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି କଲେ ସମୀକ୍ଷା

ଶାରଜାହ: ଆଇପିଏଲର 13ତମ ସଂସ୍କରଣର ପ୍ରଥମ ମ୍ୟାଚ ସେପ୍ଟେମ୍ବର 19 ତାରିଖରୁ ଆରମ୍ଭ ହେଉଛି । ତେଣୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶାରଜାହ କ୍ରିକେଟ ଷ୍ଟାଡିୟମରେ ପହଁଞ୍ଚି ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।

ୟୁଏଇର ତିନୋଟି ଭେନ୍ୟୁ- ଦୁବାଇ, ଆବୁ-ଧାବି ଓ ଶାରଜାହରେ ଚଳିତ ଆଇପିଏଲ ସମସ୍ତ ମ୍ୟାଚ ଖେଳାଯିବା ନେଇ ଧାର୍ଯ୍ୟ କରାଯାଇଛି ।

ଗାଙ୍ଗୁଲି ଇନଷ୍ଟାଗ୍ରାମରେ ଶାରଜାହ ଗସ୍ତ କରିଥିବାର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘‘ବିଖ୍ୟାତ ଶାରଜାହ ଷ୍ଟାଡିୟମ ଆଇପିଏଲ 2020କୁ ହୋଷ୍ଟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।’’

ଗତ ସପ୍ତାହରେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ୟୁଏଇରେ ପ୍ରସ୍ତୁତିର ସମୀକ୍ଷା ପାଇଁ ପହଁଞ୍ଚିଥିଲେ । କିନ୍ତୁ ନିୟମ ଅନୁସାରେ ସେ 6 ଦିନ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିଥିଲେ । କୋରୋନା ମହାମାରୀରୁ ସୁରକ୍ଷା ପାଇଁ ସମସ୍ତଙ୍କ ପାଇଁ 6 ଦିନର କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି ।

ନିଜର 6 ଦିନ କ୍ବାରେଣ୍ଟାଇନ ଶେଷ କରିବା ପରେ ଗାଙ୍ଗୁଲି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ସମସ୍ତ ଭେନ୍ୟୁରେ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ।

@ANI

Last Updated : Sep 25, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.