ଦୁବାଇ: 4 ସ୍ପିନରଙ୍କ ଦମଦାର ବୋଲିଂ ଏବଂ ପେସରଙ୍କ ମାପଚୁପ ବୋଲିଂ ଆଗରେ ଚାଲିଲାନି ଅଷ୍ଟ୍ରେଲିଆ ବ୍ୟାଟିଂ । ଯଦିଓ ମଧ୍ୟକ୍ରମରେ ସ୍ମିଥ ଏବଂ ମ୍ୟାକ୍ସଓ୍ବେଲ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ, ତଥାପି ବଡ ସ୍କୋର କରିବାରେ ବିଫଳ ହୋଇଛି କଙ୍ଗାରୁ ଦଳ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 5ଟି ଓ୍ବିକେଟ ହରାଇ 152 ରନ ସଂଗ୍ରହ କରିଛି ।
ଭାରତ ପକ୍ଷରୁ ଏହି ଅଭ୍ୟାସ ମ୍ୟାଚରେ 7 ଜଣ ବୋଲର ବୋଲିଂ କରିଥିଲେ । ଅଶ୍ବୀନ ଦୁଇ ଓଭର ଚମତ୍କାର ବୋଲିଂ କରିଥିଲେ ଏବଂ କୋହଲି ମଧ୍ୟ ତାଙ୍କ ଦୁଇ ଓଭରରେ 12 ରନ ଦେଇଥିଲେ । ଏହାସହିତ ମିଷ୍ଟ୍ରୀ ସ୍ପିନର ଚକ୍ରବର୍ତ୍ତୀ ମଧ୍ୟ ଦୁଇ ଓଭର ବୋଲିଂ କରିଥିବା ବେଳେ 23 ରନ ଦେଇଛନ୍ତି । ଏପଟେ ଠାକର, ଏବଂ ଜାଡେଜା ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ଭୁବନେଶ୍ବର ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍ ସ୍ମିଥ 48 ବଲରେ 57, ମ୍ୟାକ୍ସଓ୍ବେଲ 28 ବଲରେ 37, ଷ୍ଟୋଇନ୍ସ 25 ବଲରେ 41 ରନ ସଂଗ୍ରହ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ