ETV Bharat / sports

Ind vs SA T20: ଟିମ ଇଣ୍ଡିଆ ଘୋଷଣା, କେଏଲ ରାହୁଲ କ୍ୟାପଟେନ - କେଏଲ ରାହୁଲ କ୍ୟାପଟେନ

ବାରବାଟୀ ଆସିବେନି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌ ଘୋଷଣା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ସିରିଜରୁ ବିଶ୍ରାମ । ଅଧିକ ପଢନ୍ତୁ

Indias squad for Paytm T20I series against South Africa and Test squad for the fifth rescheduled Test against England announced
Ind vs SA T20: ଟିମ ଇଣ୍ଡିଆ ଘୋଷଣା, କେଏଲ ରାହୁଲ କ୍ୟାପଟେନ
author img

By

Published : May 22, 2022, 5:56 PM IST

Updated : May 23, 2022, 11:27 AM IST

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। କେଏଲ ରାହୁଲଙ୍କ ନେତୃତ୍ବରେ ଟି୨୦ ସିରିଜ ଖେଳିବ ଭାରତୀୟ ଟିମ । ସେହିପରି ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ୍‌ ପାଇଁ ଟେଷ୍ଟ ଟିମ ଘୋଷଣା କରିଛି ବୋର୍ଡ । ନିୟମିତ ଟେଷ୍ଟ କ୍ୟାପଟେନ ରୋହିତ ଶର୍ମା ଏହି ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଭାରତର ଅଧିନାୟକ ରହିବେ ।

ଘୋଷିତ ଟି୨୦ ସିରିଜରୁ ରୋହିତ ଶର୍ମାଙ୍କ ସମେତ, ବିରାଟ କୋହଲି ଓ ଜଶପ୍ରୀତ ବୁମରାଙ୍କୁ ବିଶ୍ରାମ ମିଳିଛି । ଅନ୍ୟପଟେ ଟି୨୦ ଟିମକୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫେରିଛନ୍ତି । ସେହିପରି ନୂଆମୁହଁ ଭାବେ ଉରମାନ ମଲିକ ଓ ଅର୍ଶଦୀପ ସିଂଙ୍କୁ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌ରେ ପ୍ରଥମ ଥର ସାମିଲ କରାଯାଇଛି । ଭେଟେରାନ ଚେତେଶ୍ବର ପୂଜାରା ମଧ୍ୟ କାଉଣ୍ଟି କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ପରେ ଟେଷ୍ଟ ସ୍କ୍ବାଡ୍‌କୁ ଫେରିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟି୨୦ ସ୍କ୍ବାଡ୍‌: କେଏଲ ରାହୁଲ(କ୍ୟାପଟେନ୍‌), ଋତୁରାଜ ଗାଏକ୍ବାଡ, ଇଶାନ କିଶନ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଋଷଭ ପନ୍ତ(ଭାଇସ କ୍ୟାପଟେନ୍‌/ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟସ ଆୟର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂ, ଉରମାନ ମଲିକ ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ସ୍କ୍ବାଡ୍‌: ରୋହିତ ଶର୍ମା(କ୍ୟାପଟେନ୍‌), କେଏଲ ରାହୁଲ(ଭାଇସ କ୍ୟାପଟେନ୍‌), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ବର ପୂଜାରା, ଋଷଭ ପନ୍ତ(ୱିକେଟ କିପର), କେଏସ ଭାରତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କ୍ରୀଷ୍ଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 23, 2022, 11:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.