ETV Bharat / sports

ମ୍ୟାଚ ଖେଳିବେନି ବୋଲି ମଧ୍ୟ ରାତ୍ରିରେ ଚିଠି ଲେଖିଥିଲା ଭାରତୀୟ ଦଳ - ind vs eng test series

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୯ ତାରିଖ ମଧ୍ୟ ରାତ୍ରିରେ ହିଁ ଭାରତୀୟ ଖେଳାଳିମାନେ ବିସିସିଆଇକୁ ଚିଠି ଲେଖି ମ୍ୟାଚ ଖେଳିବାକୁ ମନା କରିଦେଇଥିଲେ । ଅଧିକ ପଢ଼ନ୍ତୁ...

ମ୍ୟାଚ ଖେଳିବେନି ବୋଲି ମଧ୍ୟ ରାତ୍ରିରେ ଚିଠି ଲେଖିଥିଲା ଭାରତୀୟ ଦଳ

author img

By

Published : Sep 11, 2021, 7:04 AM IST

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳରେ ଏକାଧିକ ସଦସ୍ୟ କୋଭିଡ ପଜିଟିଭ ହେବାପରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚକୁ ବାତିଲ କରି ଦିଆଯାଇଛି । ଏହାକୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । କୋଭିଡ ସଂକ୍ରମିତଙ୍କ ସହ ଭାରତୀୟ ଦଳର ସଦସ୍ୟମାନେ ସଂସ୍ପର୍ଶରେ ଆସିଥିବା କଥା ଆଲୋଚନା ହେଉଛି । ତେବେ ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୯ ତାରିଖ ମଧ୍ୟ ରାତ୍ରିରେ ହିଁ ଭାରତୀୟ ଖେଳାଳିମାନେ ବିସିସିଆଇକୁ ଚିଠି ଲେଖି ମ୍ୟାଚ ଖେଳିବାକୁ ମନା କରିଦେଇଥିଲେ । ଇଂଲଣ୍ଡ କ୍ରିକେଟ ବୋର୍ଡ ମତରେ ଭାରତୀୟ ଦଳ ପଞ୍ଚମ ଟେଷ୍ଟ ପାଇଁ ପ୍ରସ୍ତୁତ ନଥିଲା । ଯାହାଫଳରେ ମ୍ୟାଚକୁ ବାତିଲ କରିବାକୁ ପଡ଼ିଛି ।

ମୁଖ୍ୟ କୋଚ ରବି ଶାସ୍ତ୍ରୀ ପ୍ରଥମେ କୋରୋନା ସଂକ୍ରମିତ ହୋଇଥିଲେ । ଏହାପରେ ଓଭାଲରେ ମ୍ୟାଚ ଖେଳାଯାଉଥିବା ବେଳେ ବୋଲିଂ କୋଚ୍ ଭାରତ ଅରୁଣ, ଫିଲ୍ଡିଂ କୋଚ ଆର୍. ଶ୍ରୀଧର ଓ ଫିଜିଓ ନୀତିନ ପଟେଲ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ନୀତିନ ପଟେଲଙ୍କ କୋରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଏହାସତ୍ତ୍ବେ ସେ ଆଇସୋଲେସନରେ ରହିଛନ୍ତି ।

ଗତ ଗୁରୁବାର ଟିମ୍ ଇଣ୍ଡିଆ ଜୁନିଅର ଫିଜିଓ ଯୋଗେଶ ପାରମାର କୋରୋନା ସଂକ୍ରମିତ ହୋଇଛନ୍ତି । ଯାହାଫଳରେ ପଞ୍ଚମ ଟେଷ୍ଟ ବାତିଲ କରିବାକୁ ପଡ଼ିଛି । ଗତ ସପ୍ତାହରେ ଯୋଗେଶଙ୍କ ସହ ଭାରତୀୟ ଦଳ ସଂସ୍ପର୍ଶରେ ଆସିଥିଲା । ୨-୧ ଲିଡ୍ ନେଇ ଭାରତୀୟ ଦଳ ଦୁବାଇ ଗସ୍ତ କରିବ । ସେଠାରେ ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବେ ଟିମ୍ ଇଣ୍ଡିଆର ଖେଳାଳି । ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ ୨୦୨୧ପୁନଃ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.