ଦୁବାଇ: ICC ପକ୍ଷରୁ ସଦ୍ୟ ଟେଷ୍ଟ ରାଙ୍କିଂ ଜାରି ହୋଇଛି । ନୂଆ ରାଙ୍କିଂ ଅନୁଯାୟୀ ଟେଷ୍ଟ ରାଙ୍କିଂ ଅନୁଯୀୟୀ ବୋଲର ମାନଙ୍କ ତାଲିକାରେ ନବମ ସ୍ଥାନରେ ରହିଛନ୍ତି ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ପୂର୍ବରୁ ସେ ଦଶମ ସ୍ଥାନରେ ଥିବା ବେଳେ ଗୋଟିଏ ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ରହିଛନ୍ତ । ସେପଟେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋହିତ ଶର୍ମା ନଜର ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି ।
ଟେଷ୍ଟ ଅଲରାଉଣ୍ଡର ତାଲିକାରେ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଥିବା ବେଳେ ବୋଲର ତାଲିକାରେ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ ଗସ୍ତରେ ଦଳ ସହ ଅଶ୍ବିନ ରହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ମ୍ୟାଚ ଖେଳି ପାରିନାହାନ୍ତି । ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚରେ ସେ ଦଳରେ ସାମିଲ ହୋଇ ପାରନ୍ତି । ଅଶ୍ବିନଙ୍କୁ ଦଳରେ ସାମିଲ ନକରିବା ନେଇ ଅଧିନାୟକ କୋହଲିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।
ବ୍ୟାଟ୍ସମ୍ୟାନ ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି ଅଧିନାୟକ ବିରାଟ କୋହଲି । ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତର ଦମଦାର ମ୍ୟାଚ ବିଜୟ ପରେ ଫାଷ୍ଟ ବୋଲର ଜଶପ୍ରୀତ ବୁମରeଙ୍କ ରାଙ୍କିଂରେ ଉନ୍ନତି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ