ନୂଆଦିଲ୍ଲୀ: କ୍ରିକେଟ ଜଗତରେ ଆରମ୍ଭ ହୋଇଛି ବିବାହ ଋତୁ । ଭାରତୀୟ କ୍ରିକେଟର ମୁକେଶ କୁମାରଙ୍କ ପରେ ଖୁବଶୀଘ୍ର ଆଉ ଜଣେ କ୍ରିକେଟର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଇପିଏଲ ପୂର୍ବରୁ ପେସ୍ ବୋଲର ଚେତନ ସାକାଲିଆ ବିବାହ କରିବାକୁ ଯାଉଛନ୍ତି । ସୌରାଷ୍ଟ୍ର ମହିଳା କ୍ରିକେଟର ମେଘନା ଜାମ୍ବୁଚାଙ୍କ ସହ ଚେତନ ସାକାରିଆଙ୍କ ନିର୍ବନ୍ଧ ଶେଷ ହୋଇଛି ।
ଭାରତୀୟ କ୍ରିକେଟ ଦଳର ବାମହାତୀ ପେସ୍ ବୋଲର ଚେତନ ସାକାରିଆଙ୍କୁ ବୋଲ୍ଡ କରି ଦେଇଛନ୍ତି ମହିଳା କ୍ରିକେଟର ମେଘନା ଜାମ୍ବୁଚା । ବୁଧବାର ଉଭୟଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି । ନିର୍ବନ୍ଧ ବେଳର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ନିର୍ବନ୍ଧ ବେଳର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସାକାରିଆ ଲେଖିଛନ୍ତି, ''ଏକାଠି ପାଦ ବଢାଇବାକୁ ସବୁଦିନ ପାଇଁ ରହିବାକୁ ନିଷ୍ପତ୍ତି ନେଲୁ ।'' ଏହା ପରେ ଚେତନ ସାକାରିଆଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଇପିଏଲ ପୂର୍ବରୁ ଉଭୟଙ୍କ ବିବାହ ହେବ ବୋଲି ସୂଚନା ମିଳିଛି ।
ଚେତନଙ୍କ ଜୀବନସାଥୀ ହେବାକୁ ଯାଉଥିଲା ମେଘନା ମଧ୍ୟ ଜଣେ କ୍ରିକେଟରେ । ସେ ସୌରାଷ୍ଟ ମହିଳା କ୍ରିକେଟ ଦଳର ଖେଳାଳି । ଦୁଇ କ୍ରିକେଟର ଏବେ ପରସ୍ପରକୁ ଜୀବନସାଥୀ କରିବାକୁ ଯାଉଛନ୍ତି । ଜୀବନର ନୂଆ ଇନିଂସ ଆରମ୍ଭ କରିବେ ଦୁଇ ଖେଳାଳି । ମେଘନାଙ୍କ ସହିତ ତାଙ୍କର ବହୁ ଦିନରୁ ପ୍ରେମ ସମ୍ପର୍କ ଥିଲା । ଖୁବଶୀଘ୍ର ଏହା ବିବାହରେ ପରିଣତ ହେବାକୁ ଯାଉଛି । ଆଉ ଏକ କ୍ରିକେଟ ଦମ୍ପତି ମିଳିବାକୁ ଯାଉଛି । ବାମହାତୀ ପେସ୍ ବୋଲର ଚେତନ ଭାରତୀୟ ଦଳ ପାଇଁ 2ଟି ଟି-ଟ୍ବେଣ୍ଟି ଓ ଗୋଟିଏ ଦିନିକିଆ ଖେଳିଛନ୍ତି । 20ଟି ଆଇପିଏଲ ମ୍ୟାଚ୍ ଖେଳି ଚେତନ 19ଟି ୱିକେଟ୍ ନେଇଛନ୍ତି ।
ଏହା ବି ପଢନ୍ତୁ...ହାତକୁ ଦୁଇ ହାତ ହେଲେ କ୍ରିକେଟର ମୁକେଶ କୁମାର, ୩ୟ ଟି-୨୦ ପୂର୍ବରୁ ନେଇଥିଲେ ଛୁଟି
ଆଇପିଏଲ 2023ରେ ଚେତନ ସାକାରିଆ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ । ମାତ୍ର କିଛି ଦିନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହି ଖେଳାଳିଙ୍କୁ ରିଲିଜ କରି ଦେଇଥିଲା । 2021ରେ ଚେତନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରିଥିଲା । ଏହି ଦ୍ରୁତ ବୋଲରଙ୍କୁ ଦିଲ୍ଲୀ 4.2 କୋଟି ଟଙ୍କାରେ କିଣିଥିଲା । ଏହା ପୂର୍ବରୁ ଚେତନ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ । ଏବେ ଚେତନ ସାକାରିଆ ଆଇପିଏଲ 2023 ନିଲାମୀର ଅଂଶ ରହିଛନ୍ତି । ସୋସିଆଲ ମିଡିଆରେ ଚେତନଙ୍କ ନିର୍ବନ୍ଧ ଫଟୋ ଭାଇରାଲ ହୋଇଛି । ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।