ETV Bharat / sports

ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରିକେଟ ଶିକ୍ଷା ଦେବେ ରବି ଶାସ୍ତ୍ରୀ - କୋଚିଂ କାର୍ଯ୍ୟକ୍ରମରେ ଭରତ ଅରୁଣ

ଘରୋଇ ଶିକ୍ଷା ଅନୁଷ୍ଠାନର କ୍ରିକେଟ କୋଚିଂ କାର୍ଯ୍ୟକ୍ରମରେ ଯୋଗ ଦେବେ ଭାରତୀୟ ଦଳର ମୁଖ୍ୟ କୋଚ । ରବି ଶାସ୍ତ୍ରୀଙ୍କ ସହ ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର ଏହି କାର୍ଯ୍ୟକ୍ରମରେ ହେବେ ସାମିଲ । ଅଧିକ ପଢ଼ନ୍ତୁ...

ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରିକେଟ ଶିକ୍ଷା ଦେବେ ରବି ଶାସ୍ତ୍ରୀ

author img

By

Published : May 12, 2021, 6:17 PM IST

ମୁମ୍ବାଇ: ଘରୋଇ ଶିକ୍ଷା ଅନୁଷ୍ଠାନର କ୍ରିକେଟ କୋଚିଂ କାର୍ଯ୍ୟକ୍ରମରେ ଯୋଗ ଦେବେ ଭାରତୀୟ ଦଳର ମୁଖ୍ୟ କୋଚ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର ଏହି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ କ୍ରିକେଟ କୋଚିଂ ଦେବେ । ବିଭିନ୍ନ ସ୍ତରରେ କିଭଳି ଭାବରେ ନିଜ କ୍ରିକେଟ ଖେଳିବା ଶୈଳୀକୁ ଅଧିକ ଉନ୍ନତ କରାଯିବା ତାହାକୁ ନେଇ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯିବ ।

ଆଇରନ ଉଡ ନାମକ ଏହି ଘରୋଇ ଶିକ୍ଷା ଅନୁଷ୍ଠାନ ବିଭିନ୍ନ ସ୍ତରରେ କ୍ରିକେଟ ଖେଳାଳିଙ୍କୁ କୋଚିଂ ଦେଇ ଆସୁଛି । ତେବେ ଏହି ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ କୋଚିଂ କାର୍ଯ୍ୟକ୍ରମକୁ ଉତ୍ସାହିତ ହୋଇ ରହିଛନ୍ତି ରବି ଶାସ୍ତ୍ରୀ । ସେ କହିଛନ୍ତି ଯେ, "ଏଭଳି କ୍ରିକେଟ କୋଚିଂ ଦ୍ବାରା ଭାରତରେ ଅନେକ ଉଦୀୟମାନ କ୍ରିକେଟର ଜାତୀୟ ଦଳରେ ସାମିଲ ହୋଇ ପାରିବେ । ଏହି କୋଚିଂ ଦ୍ବାରା ବିଭିନ୍ନ ସ୍ତରରେ କିଭଳି ଚାପମୁକ୍ତ ହୋଇ କ୍ରିକେଟ ଖେଳାଯିବ ତାହା ମଧ୍ୟ ଜାଣି ପାରିବେ କ୍ରିକେଟର ।"

ଏହି କାର୍ଯ୍ୟକ୍ରମ ଜାତୀୟ କ୍ରିକେଟ ଏକାଡେମୀର ପୂର୍ବତନ ମୁଖ୍ୟ କୋଚ କିଞ୍ଜଲ ସୁରଟୱାଲାଙ୍କ ମିଲିତ ସହଯୋଗରେ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଉଛି । ଏହାକୁ ନେଇ ଭାରତୀୟ ଦଳର ବୋଲିଂ କୋଚ ଭରତ ଅରୁଣ କହିଛନ୍ତି ଯେ, "ତୃଣମୂଳ ସ୍ତରରୁ କ୍ରିକେଟ କୌଶଳ ସଠିକ କରିବାକୁ ହେଲେ ଏଭଳି କ୍ୟାମ୍ପ ଆୟୋଜନ ହେବା ଜରୁରୀ । ଏହାଦ୍ବାରା ଯୁବ କ୍ରିକେଟର କିଭଳି ଚାପମୁକ୍ତ ହୋଇ ନିଜ ପ୍ରକୃତ ଖେଳ ଖେଳିବେ ତାହା ଶିକ୍ଷା ଲାଭ କରିବେ । ନିଜ ସ୍ବପ୍ନକୁ ପୂରଣ କରିବା ପାଇଁ ଏହା ଅତ୍ୟନ୍ତ ଲାଭ ଦାୟକ । ଏହି କୋଚିଂକୁ ନେଇ ମୁଁ ଉତ୍ସାହିତ ଅଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.