ETV Bharat / sports

ଭାରତକୁ 66 ରନରେ ହରାଇଲା ଅଷ୍ଟ୍ରେଲିଆ, ଷ୍ଟିଭ ସ୍ମିଥ ମ୍ୟାନ ଅଫ ଦ ମ୍ୟାଚ - ଅଷ୍ଟ୍ରେଲିଆ ଭାରତ ସିରିଜ

ଅଷ୍ଟ୍ରେଲିଆଠାରୁ 66 ରନରେ ପରାଜିତ ହେଲା ଭାରତ, ଷ୍ଟିଭ ସ୍ମିଥ ମ୍ୟାନ ଅଫ ଦି ମ୍ୟାଚ

author img

By

Published : Nov 27, 2020, 5:46 PM IST

Updated : Nov 27, 2020, 7:50 PM IST

17:39 November 27

ପ୍ରଥମ ଦିନିକିଆ ମ୍ୟାଚରେ କଙ୍ଗାରୁ ଦଳଠୁ 66 ରନରେ ହାରିଲା ହେଲା ଭାରତ। 3ଟିକିଆ ଦିନିକିଆ ସିରିଜରେ 1-0ରେ ଆଗୁଆ ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ 6ଟି ୱିକେଟ ହରାଇ 374 ରନ କରିଥିଲା। ଅଧିକ ପଢ଼ନ୍ତୁ...

ସିଡନୀ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ 66 ରନରେ ପରାଜିତ ହେଲା ଭାରତ । ଏହାସହ 3ଟିକିଆ ଦିନିକିଆ ସିରିଜରେ 1-0ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ 6ଟି ୱିକେଟ ହରାଇ 374 ରନ କରିଥିଲା । ଜବାବରେ ଭାରତ ଲଢ଼ୁଆ ପ୍ରଦର୍ଶନ କରି 8 ୱିକେଟ ହରାଇ 308 ରନ କରି ପାରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଓପନର ଆରୋନ ଫିଞ୍ଚ ସର୍ବାଧିକ 114 ରନ ଓ ଷ୍ଟିଭ ସ୍ମିଥ 105 ରନ କରିଥିଲେ। ସେପଟେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ 90 ରନ କରିଥିବା ବେଳେ ଶିଖର ଧୱନ 74 ରନ କରିଥିଲେ।

ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ୱିକେଟ ପାଇଁ ଆରୋନ ଫିଞ୍ଚ ଓ ଡେଭିଡ ୱାର୍ଣ୍ଣରଙ୍କ ମଧ୍ୟରେ 156 ରନର ପାର୍ଟନରସିପ ହୋଇଥିଲା । ଏହାପରେ ଭାରତ ପାଇଁ ପ୍ରଥମ ୱିକେଟ ନେଇଥିଲେ ମହମ୍ମଦ ସାମି । ଏହାପରେ ଆରୋନ ଫିଞ୍ଚ ଦମଦାର ବ୍ୟାଟିଂ କରି 124 ବଲରୁ 114 ରନ କରିଥିଲେ। ଏହାପରେ ସେ ଜଶପ୍ରୀତ ବୁମରାଙ୍କ ଶିକାର ହୋଇଥିଲେ । ପରେ ପଡ଼ିଆକୁ ଓହ୍ଲାଇ ଥିଲେ ଷ୍ଟିଭ ସ୍ମିଥ । ସ୍ମିଥ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଫଳରେ ଭାରତୀୟ ବୋଲର ଧରାଶାୟୀ ହୋଇ ପଡ଼ିଥିଲେ। ସେ 66ଟି ବଲରୁ 105 ରନ କରି ଅଷ୍ଟ୍ରେଲିଆକୁ ଏକ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ । ମାର୍କ ଷ୍ଟୋନିସ ଆଉଟ ହେବା ପରେ ଗ୍ଲେନ ମାକ୍ସୱେଲ ଦମଦାର ବ୍ୟାଟିଂ କରି 19 ବଲ ଦ୍ରୁତ 45 ରନ କରିଥିଲେ।  

ଅଷ୍ଟ୍ରେଲିଆ ବ୍ୟାଟିଂ ଆଗରେ ଫେଲ ମାରିଥିଲେ ଭାରତୀୟ ବୋଲର । ୟୁଜିବେନ୍ଦ୍ର ଚହଲ 10 ଓଭର ବୋଲିଂ ସର୍ବାଧିକ 89 ରନ ଖର୍ଚ୍ଚ କରିଥିଲେ । ଏହାପରେ ନବଦୀପ ସାଇନି ମଧ୍ୟ 10 ଓଭରରେ 83 ରନ ଦେଇଥିଲେ । ଜଶପ୍ରୀତ ବୁମରାହ 73 ଓ ରବିନ୍ଦ୍ର ଜାଡେଜା 63 ରନ ଖର୍ଚ୍ଚ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ 3 ୱିକେଟ ନେଇଥିବା ବେଳେ ବୁମରା, ସାଇନି ଓ ୟୁଜିବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।  

ଅପରପକ୍ଷରେ ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ଓ ଶିଖର ଧୱନ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ 53 ରନର ପାର୍ଟନରସିପ ହୋଇଥିଲା। ଏହାପରେ ମୟଙ୍କ ଅଗ୍ରୱାଲ ଜୋଶ ହେଜେଲଉଡଙ୍କ ଶିକାର ହୋଇଥିଲେ । ମାତ୍ର 22 ରନ କରି ପାଭେଲିୟନକୁ ଫେରି ଯାଇଥିଲେ ମୟଙ୍କ । ଏହାପରେ ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇଥିବା ବେଳେ ସେ ମଧ୍ୟ ମାତ୍ର 21 ରନ କରି ହେଜେଲଉଡଙ୍କ ଶିକାର ହୋଇଥିଲେ । ଦଳ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା । 13 ଓଭର ବେଳକୁ ଭାରତ 4ଟି ୱିକେଟ ହରାଇ 101 ରନ କରିଥିଲା । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଖର ଧୱନଙ୍କ ମଧ୍ୟରେ ଭଲ ପାର୍ଟନରସିପ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା 76ଟି ବଲରୁ 90 କରିଥିବା ବେଳେ ଧୱନ 74 ରନ କରିଥିଲେ ।

ଗୋଟିଏ ପଟ ଧୱନ ଲଢ଼ୁଆ ବ୍ୟାଟିଂ କରୁଥିବା ବେଳେ ପାଣ୍ଡ୍ୟାଙ୍କ ଛଡ଼ା କେହି ତାଙ୍କ ସହ ପଡ଼ିଆରେ ସମୟ ବିତାଇ ପାରିନଥିଲେ। ଏହାପରେ 35 ତମ ଓଭରରେ ଧୱନ କଙ୍ଗାରୁ ଦଳ ସ୍ପିନର ଆଦାମ ଜାମ୍ପାଙ୍କ ଶିକାର ହୋଇଥିଲେ । ତାଙ୍କ ପଛକୁ 39ତମ ଓଭରରେ  ପାଣ୍ଡ୍ୟା ମଧ୍ୟ ଜାମ୍ପାଙ୍କ ଶିକାର ହୋଇଥିଲେ । ଏହାପରେ ଭାରତ ହାତରୁ ମ୍ୟାଚ ଖସି ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ସର୍ବାଧିକ 4 ୱିକେଟ ନେଇଥିବା ବେଳେ ହେଜେଲଉଡ 3ଟି ୱିକେଟ ନେଇଥିଲେ । ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ ନେଇଥିଲେ । ଦମଦାର ଶତକୀୟ ଇନିଂସ ଯୋଗୁଁ ଷ୍ଟିଭ ସ୍ମିଥଙ୍କ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି ।

 ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 27, 2020, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.