ETV Bharat / sports

ଭାରତୀୟ ଦଳର ଅଭ୍ୟାସ ପାଇଁ ବିଗ ବ୍ୟାସ ଲିଗର 4ଟି ମ୍ୟାଚ ସ୍ଥାନାନ୍ତର

author img

By

Published : Oct 28, 2020, 8:37 PM IST

ଭାରତୀୟ କ୍ରିକେଟ ଦଳ ଗସ୍ତ ପାଇଁ ମହିଳା ବିଗ ବ୍ୟାସ ଲିଗର 4ଟି ମ୍ୟାଚ ସ୍ଥାନାନ୍ତର ହୋଇଛି। ଏନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ଅଧିକ ପଢ଼ନ୍ତୁ...

ଭାରତୀୟ ଦଳର ଅଭ୍ୟାସ ପାଇଁ ବିଗ ବ୍ୟାସ ଲିଗର 4ଟି ମ୍ୟାଚ ସ୍ଥାନାନ୍ତର
ଭାରତୀୟ ଦଳର ଅଭ୍ୟାସ ପାଇଁ ବିଗ ବ୍ୟାସ ଲିଗର 4ଟି ମ୍ୟାଚ ସ୍ଥାନାନ୍ତର

ମେଲବର୍ଣ୍ଣ: ଭାରତୀୟ କ୍ରିକେଟ ଦଳ ଗସ୍ତକୁ ଦ୍ରୁଷ୍ଟିରେ ରଖି ଅଷ୍ଟ୍ରେଲିଆର ମହିଳା ବିଗ୍ ବ୍ୟାସ ଲିଗର 4ଟି ମ୍ୟାଚ ସ୍ଥାନାନ୍ତର କରାଯାଇଛି। ବିଗ ବ୍ୟାସର 4ଟି ମ୍ୟାଚ ବ୍ଲାକଟାଉନ୍ ଆନ୍ତର୍ଜାତୀୟ ସ୍ପୋର୍ଟସପାର୍କରେ ହେବାକୁ ଥିଲା। ତେବେ ନଭେମ୍ବର ମାସରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଅଛି। ଏହି ସମୟରେ ଭାରତୀୟ ଦଳ କୋରୋନା ସଂକ୍ରମଣକୁ ଦ୍ରୁଷ୍ଟିରେ ରଖି ସୁରକ୍ଷା ବଳୟରେ ଅଭ୍ୟାସ କରିବ।

ଅଷ୍ଟ୍ରେଲିଆରେ ଭାରତ 3ଟି ଟି-ଟ୍ବେଣ୍ଟି, 3ଟି ଦିନିକିଆ ଓ 4 ଟି ଟେଷ୍ଟ ମ୍ୟାଚ ଖେଳିବ। ଏଥିପାଇଁ ଆଇପିଏଲ ସରିବା ପରେ ପରେ ଅଷ୍ଟ୍ରେଲିଆ ଅଭିମୁଖେ ବାହାରିବ ଭାରତ। ଏହାକୁ ଦ୍ରୁଷ୍ଟିରେ ରଖି ନଭେମ୍ବର 17 ଓ 18 ତାରିଖରେ ହେବାକୁ ଥିବା ମହିଳା ବିଗ ବ୍ୟାସ ଲିଗର 4ଟି ମ୍ୟାଚ ସିଡନୀ ଶୋଗ୍ରାଉଣ୍ଡ ପଡ଼ିଆରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଏହି ମ୍ୟାଚଗୁଡ଼ିକ ବ୍ଲାକଟାଉନ୍ ଆନ୍ତର୍ଜାତୀୟ ସ୍ପୋର୍ଟସପାର୍କରେ ହେବାକୁ ଥିଲା।

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ବ୍ଲାକଟାଉନ୍ ଆନ୍ତର୍ଜାତୀୟ ସ୍ପୋର୍ଟସପାର୍କରେ ହେବାକୁ ଥିବା ବିଗ ବ୍ୟାସ ଲିଗର 4ଟି ମ୍ୟାଚ ସ୍ଥାନାନ୍ତର କରାଯାଇଛି। ଆଗକୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଏଥିପାଇଁ ନଭେମ୍ବର 17 ଓ 18 ତାରିଖରେ ହେବାକୁ ଥିବା 4ଟି ମ୍ୟାଚ ସିଡନୀ ଶୋଗ୍ରାଉଣ୍ଡରେ ଖେଳାଯିବ।

ଏହି ଗସ୍ତରେ ଆଡେଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଡେ-ନାଇଟ ଟେଷ୍ଟ ମ୍ୟାଚ ଆୟୋଜନ କରାଯିବ। ନଭେମ୍ବର 27 ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଏହାପରେ ନଭେମ୍ବର 29 ଓ ଡିସେମ୍ବର 2 ତାରିଖରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଏବଂ କାନବେରାର ମନୁକା ଓଭାଲରେ ଏହି ସମସ୍ତ ମ୍ୟାଚ ଖେଳାଯିବାକୁ ଅଛି।

ଏହାପରେ ପ୍ରଥମ ଟି -20 ଡିସେମ୍ବର 4 ତାରିଖରେ ଖେଳାଯିବକୁ ଅଛି। କାନବେରାରେ ଏହି ମ୍ୟାଚ ଖେଳାଯିବାକୁ ସ୍ଥିର ହୋଇଛି। ବାକି ଦୁଇଟି ଟି-ଟ୍ବେଣ୍ଟି ମ୍ୟାଚ ଡିସେମ୍ବର 6 ଏବଂ 8 ତାରିଖରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏହାପରେ ଡିସେମ୍ବର 17 ତାରିଖରେ ଆଡିଲେଡ ବକ୍ସିଂ ଡେ ଟେଷ୍ଟ ସିରିଜ୍ ଆରମ୍ଭ ହେବ |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.