ETV Bharat / sports

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ, 347 ରନରେ ଟିମ ଇଣ୍ଡିଆର ଦମଦାର ବିଜୟ

author img

By ETV Bharat Odisha Team

Published : Dec 16, 2023, 12:09 PM IST

Updated : Dec 16, 2023, 12:35 PM IST

India Women vs England Women: ଟେଷ୍ଟ ସିରିଜରେ ଇଂଲଣ୍ଡକୁ ହରାଇଲା ଭାରତ । ମହିଳା ଟେଷ୍ଟ ମ୍ୟାଚ ଇତିହାସରେ ବିରାଟ ରନ ବ୍ୟବଧାନରେ ଭାରତ ସବୁଠାରୁ ବଡ ବିଜୟ । ଅଧିକ ପଢନ୍ତୁ

india beats england
ଟେଷ୍ଟ ସିରିଜରେ ଇଂଲଣ୍ଡକୁ ହରାଇଲା ଭାରତ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଦମଦାର ବିଜୟ । ଘରୋଇ ଗ୍ରାଉଣ୍ଡରେ ବୋଲିଂ ଓ ବ୍ୟାଟିଂରେ ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ । 347 ରନରେ ଇଂଲଣ୍ଡ ମହିଳା ଟିମକୁ ପରାସ୍ତ କଲା ଭାରତୀୟ ମହିଳା ଦଳ । ତୃତୀୟ ଦିନର ଦ୍ବିତୀୟ ପାଳିରେ 131ରେ ଅଲଆଉଟ ହେଲା ଇଂଲଣ୍ଡ । ଭାରତୀୟ ବୋଲର ଘାତକ ବୋଲିଂରେ ଧରାଶାୟୀ ହେଲା ଇଂଲଣ୍ଡ । ଭାରତୀୟ ମହିଳା ଦଳ ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠୁ ବଡ ବିଜୟର ରେକର୍ଡ କରିଛି । 300 ରନରେ ଟେଷ୍ଟ ସିରିଜରେ ବିଜୟ ହେବା ଭାରତୀୟ ମହିଳା ଟିମ ଦ୍ବିତୀୟ । 1998 ମସିହାରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଶ୍ରୀଲଙ୍କାର 309 ରନରେ ବିଜୟୀ ହୋଇଥିଲା । ଏହାକୁ ଅତିକ୍ରମ କରି ଆଜି 347 ରନରେ ବଡ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦୁଇଟି ଇନିଂସରେ ଭାରତ 614 ରନ ସଂଗ୍ରହ କରିଛି ।

ଏହା ମଧ୍ୟ ପଢନ୍ତୁ-ଭାରତ ଓ ଇଂଲଣ୍ଡ ମହିଳା ଟେଷ୍ଟ: ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪୭୮ ରନରେ ଆଗୁଆ

ଗୁରୁବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିଲା ଟେଷ୍ଟ୍‌ ସିରିଜ । ଦୀର୍ଘ 9 ବର୍ଷ ପରେ ଘୋରଇ ଗ୍ରାଉଣ୍ଡରେ ଚେଷ୍ଟ ସିରିଜର ଆୟୋଜନ କରାଯାଇଥିଲା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର । ପ୍ରଥମ ଦିନରେ ୭ ୱିକେଟ୍‌ ହରାଇ ୪୧୦ ରନର ବିଶାଳ ସ୍କୋର କରିଥିଲା ଭାରତୀୟ ମହିଳା ଦଳ । ଦ୍ବିତୀୟ ଦିନରେ ପୁଣିଥରେ ବ୍ୟାଟିଂ କରି ପ୍ରଥମ ପାଳିକୁ ୪୨୮ ରନରେ ଶେଷ କରିଥିଲା ଭାରତ ପକ୍ଷରୁ ଶୁଭା ସତୀଶ, ଜେମିମା, ଦୀପ୍ତି ଶର୍ମା ଓ ୟସ୍ତିକା ଭାଟିଆ ଲଢୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହାପରେ ଦ୍ବିତୀୟ ଦିନରେ ପ୍ରଥମ ପାଳି ଆରମ୍ଭ କରିଥିଲା ଇଂଲଣ୍ଡ । କିନ୍ତୁ ଭାରତୀୟ ବୋଲର ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ । ମାତ୍ର 136 ରନରେ ଅଲ ଆଉଟ ହୋଇଥିଲେ ଇଂଲଣ୍ଡ ମହିଳା ଦଳ । ଭାରତୀୟ ଟିମ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ 5 ଓ୍ବିକେଟ ନେଇଥିଲେ । ଭାରତ ଦ୍ବିତୀୟ ପାଳି ଆରମ୍ଭ କରି 6 ଓ୍ବିକେଟ ହରାଇ 186 ରନ କରିଥିଲା । ଖେଳ ଶେଷ ସୁଦ୍ଧା ଦଳ 478 ରନରେ ଲିଡ କରିଥିଲା । ଆଜି ତୃତୀୟ ଦିନରେ ମ୍ୟାଚ ଆରମ୍ଭ ହୋଇଥିଲା । ପ୍ରଥମ ପାଳି ପର ଦ୍ବିତୀୟ ପାଳିରେ ମଧ୍ୟ ଇଂଲଣ୍ଡ ବ୍ୟାଟରଙ୍କ ବ୍ୟାଟ ଚାଲିନଥିଲା ଭାରତୀୟ ବୋଲରଙ୍କ ସାମ୍ନାରେ । ଶେଷରେ ସମସ୍ତ ଓ୍ବିକେଟ ହରାଇ ଇଂଲଣ୍ଡ 131 ରନ କରିବାକୁ ସମର୍ଥ ହୋଇଥିଲା ।

Last Updated : Dec 16, 2023, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.