କାନପୁର: ସ୍ଥାନୀୟ ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ପଞ୍ଚମ ଦିନ ଖେଳ ଜାରି ରହିଛି । ଶେଷ ଦିନରେ ବିଜୟ ପାଇଁ ଭାରତ ୯ ୱିକେଟ ଆବଶ୍ୟକ କରୁଥିଲା । ମାତ୍ର ପ୍ରଥମ ସେସନରେ ଟମ ଲାଥମ ଓ ୱିଲ ସମରଭିଲେ ଭାରତକୁ ନିରାଶ କରିଥିଲେ । ପ୍ରଥମ ସେସନରେ କୌଣସି ୱିକେଟ ହାସଲ କରିପାରିନଥିଲେ ଭାରତୀୟ ବୋଲର ।
ତେବେ ଦ୍ବିତୀୟ ସେସନରେ ୩ଟି ୱିକେଟ ହାତେଇ ବିଜୟ ଠାରୁ ଆଉ ୬ ୱିକେଟ ଦୂରରେ ରହିଛି ଟିମ ଇଣ୍ଡିଆ । ଟି' ବ୍ରେକ୍ ସୁଦ୍ଧା ନ୍ୟୁଜିଲାଣ୍ଡର ସ୍କୋର ୧୨୫/୪ ରହିଛି । କ୍ୟାପଟେନ କେନ୍ ୱିଲିୟମସନ ଅପରାଜିତ(୨୪*) ଅଛନ୍ତି ।
ନାଇଟ୍ ୱାଚ୍ମ୍ୟାନ୍ ଭାବେ ଆସିଥିବା ୱିଲ ସମରଭିଲେଙ୍କୁ ୩୬ ରନ୍ରେ ବ୍ୟାଟିଂ କରୁଥିବା ସମୟରେ ଉମେଶ ଯାଦବ ଆଉଟ୍ କରିଥିଲେ । ତେବେ ଲାଥମ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ଲାଥମଙ୍କୁ ଇଂନିସର ୫୫ତମ ଓଭରରେ ରବିଚନ୍ଦ୍ରନ ଅଶ୍ବିନ ଆଉଟ୍ କରିବା ସହ ହରଭଜନ ସିଂହଙ୍କ ସର୍ବାଧିକ ଟେଷ୍ଟ ୱିକେଟ ରେକର୍ଡ(୪୧୭)କୁ ଟପି ଯାଇଛନ୍ତି ।
ଶେଷ ସେସନରେ(final session) ଭାରତ ବିଜୟ ପାଇଁ ୬ ୱିକେଟ ଆବଶ୍ୟକ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ