ETV Bharat / sports

World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ପାଣ୍ଡ୍ୟା, ସାମି କିମ୍ବା SKYଙ୍କୁ ମିଳିପାରେ ସୁଯୋଗ - 19th match of world cup 2023

ବାଂଲାଦେଶ ବିପକ୍ଷରେ ବୋଲିଂ କରିବା ବେଳେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ଆହତ ହୋଇଥିଲେ। ଏଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବେ ନାହିଁ । ଅଧିକ ପଢ଼ନ୍ତୁ

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ପାଣ୍ଡ୍ୟା
Hardik Pandya injury update
author img

By ETV Bharat Odisha Team

Published : Oct 20, 2023, 1:26 PM IST

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପୁର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା । ଆହତ ହେଲେ ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ବାଂଲାଦେଶ ବିପକ୍ଷରେ ନିଜ ବୋଲିଂରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଗତ ବୁଧୁବାର ପୁନେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ 7 ୱିକେଟ୍‌ରେ ବିଜୟ ହାସଲ କରିଛି ।

ବିସିସିଆଇ ସେକ୍ରେଟାରୀ ଜୟ ଶାହ ଟିମ୍‌ ଇଣ୍ଡିଆ ଉପ ଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ସମସ୍ୟା ବାବଦରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ହାର୍ଦ୍ଦିକଙ୍କ ଗୋଡ଼ ସ୍କାନ୍‌ ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ବିସିସିଆଇର ସ୍ବତନ୍ତ୍ର ମେଡିକାଲ ଟିମ୍‌ ତାଙ୍କ ଉପରେ ନଜର ରଖିଛି।

ତେଣୁ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ସେ ଟିମ୍‌ ସହ ଫ୍ଲାଇଟ୍‌ରେ ଯିବେ ନାହିଁ । ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପ୍ରସ୍ତୁତି ପାଇଁ ସେ ଦଳ ସହ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

କ୍ରିକେଟ ବିଶ୍ବକପ 2023ର 17ତମ ମ୍ୟାଚ୍‌ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଭାରତ 7 ୱିକେଟରେ ବିଜୟ ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବାଂଲାଦେଶ ଭାରତକୁ ବୋଲିଂ ନିମନ୍ତ୍ରଣ ଦେଇଥିଲା । ଭଲ ଆରମ୍ଭ ସତ୍ତ୍ବେ ବାଂଲାଦେଶ 8 ୱିକଟେ ବିନିମୟରେ 256 ରନ୍‌ ହିଁ କରି ପାରିଥିଲା। ଦଳ ପକ୍ଷରୁ ତନଜିଦ ହାସନ ଓ ଲିଟନ ଦାସ ଅର୍ଦ୍ଧ ଶତକ ହାସଲ କରିଥିବା ବେଳେ ଭାରତ ପକ୍ଷରୁ ମୁସିଫିକର ରହିମ ଓ ମହମ୍ମଦୁଲ୍ଲା ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ।

257 ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳକୁ ମଧ୍ୟ ଭଲ ଆରମ୍ଭ ମିଳିଥିଲା। ଦଳୀୟ ସ୍କୋର୍‌ 88 ବେଳେ 48 ରନ୍‌ କରି ପାଭିଲିୟନ ଫେରିଥିଲେ କ୍ୟାପଟେନ୍‌ ରୋହିତ ଶର୍ମା । ଏହାପରେ ବିରାଟ କୋହଲି ଓ ଶୁଭମନ ଗିଲଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଏହାପରେ ଗିଲ୍‌ ମଧ୍ୟ 53 ରନ୍‌ କରି ଆଉଟ୍‌ ହୋଇଥିଲେ। ଶ୍ରେୟସ ଶସ୍ତାରେ ଆଉଟ ହେବାପରେ ଦଳକୁ ବିଜୟ ଦ୍ବାରକୁ ନେଇ ଯାଇଥିଲେ କେଏଲ୍‌ ରାହୁଲ ଓ ବିରାଟ କୋହଲି। ଭାରତର ବିଜୟ ସହ ବିରାଟ କୋହଲି ଏହି ମ୍ୟାଚ୍‌ରେ ନିଜର 48ତମ ଦିନିକିଆ ଶତକ ହାସଲ କରିଥିଲେ । ଖାଲି ସେତିକି ନୁହେଁ ସେ 26 ହଜାର ଅନ୍ତର୍ଜାତୀୟ ରନ୍‌ ମଧ୍ୟ ପୂରଣ କରିଛନ୍ତି । ଏଭଳି କୀର୍ତ୍ତିମାନ ହାସଲ କରିବାରେ ବିଶ୍ୱର ପ୍ରଥମ 4 ଜଣଙ୍କ ମଧ୍ୟରେ ସଚିନ ତେନ୍ଦୁଲକରଙ୍କ ସହ ବିରାଟ କୋହଲି ସାମିଲ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.