ETV Bharat / sports

World Cup 2023: କ୍ରିସ ଗେଲ୍‌ ୟୁନିଭର୍ସ ବସ୍‌, ତାଙ୍କଠୁ ବହୁତ କିଛି ଶିଖିଛି: ରୋହିତ

author img

By ETV Bharat Odisha Team

Published : Oct 12, 2023, 5:03 PM IST

ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ୩ଟି ଛକା ମାରିବା ପରେ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ସର୍ବାଧିକ ଛକା ମାରିବା ତାଲିକାରେ କ୍ରିସ ଗେଲ୍‌ଙ୍କୁ ପଛରେ ପକାଇଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଗେଲ୍‌ଙ୍କ ରେକର୍ଡ ଭାଙ୍ଗିବା ପରେ ପ୍ରତିକ୍ରିୟା ରଖି ରୋହିତ କହିଛନ୍ତି ଗେଲ୍‌ ହେଉଛନ୍ତି 'ୟୁନିଭର୍ସ ବସ୍‌ । ସେ ତାଙ୍କଠୁ ସର୍ବଦା ପ୍ରେରଣା ପାଇଛି ।' ଅଧିକ ପଢନ୍ତୁ

Rohit Sharma
Rohit Sharma

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ବୁଧବାର ଭାରତ ଓ ଆଫଗାନିସ୍ତାନ ବିରୋଧରେ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଇଣ୍ଡିଆନ ସ୍କିପର ତଥା ଅଧିନାୟକ ରୋହିତ ଶର୍ମା ଅନେକ କୀର୍ତ୍ତିମାନ ଅର୍ଜନ କରିଥିଲେ । ଏଥି ମଧ୍ୟରୁ ସେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରି ୱେଷ୍ଟ ଇଣ୍ଡିଜ ବ୍ୟାଟର୍‌ କ୍ରିସ୍‌ ଗେଲଙ୍କୁ ପଛରେ ପକାଇଥିଲେ । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ହିଟମ୍ୟାନ୍‌ ରୋହିତ । ଗେଲ୍‌ଙ୍କଠାରୁ ସେ ଅନେକ ପ୍ରେରଣା ପାଇଥିବା ବେଳେ ତାଙ୍କ ଅନେକ ରେକର୍ଡକୁ କିଛିଟା ସେ ନିଜ ନାମରେ କରିଥିବା କହିଛନ୍ତି ।

ଗତକାଲି(ବୁଧବାର) ରୋହିତ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୮୧ ବଲ୍‌ରେ ୧୩୧ ରନ୍‌ ସଂଗ୍ରହ କରିଥିଲେ । ନିଜର ଧୂଆଁଦାର ବ୍ୟାଟିଂ ସହିତ ଦର୍ଶକ ଓ ପ୍ରଶଂସକଙ୍କୁ ମନୋରଞ୍ଜନ ଯୋଗାଇଥିବା ବେଳେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଥିଲେ । ଏହାସହିତ ଭାରତ ୮ ୱିକେଟରେ ମାତ୍ର ୩୫ ଓଭରରେ ମ୍ୟାଚ୍‌ ଜିତିଥିଲା । ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ସର୍ବାଧିକ ୫୫୫ଟି ଛକା ମାରି ତାଲିକାରେ କ୍ରିସ ଗେଲ୍‌ ପ୍ରଥମ ସ୍ଥାନରେ ରହିଥିଲେ । ତେବେ ରୋହିତ ଗତକାଲି ମ୍ୟାଚରେ ୩ଟି ଛକା ମାରିବା ପରେ ଗେଲଙ୍କ ରେକର୍ଡ ଭାଙ୍ଗିଥିଲେ । ରେକର୍ଡ ଭାଙ୍ଗିବା ପରେ ହିଟମ୍ୟାନ ପ୍ରତିକ୍ରିୟା ରଖି କହିଥିଲେ ଯେ ଗେଲ ହେଉଛନ୍ତି ୟୁନିଭର୍ସ ବସ୍‌ (Universe Boss) । ତେବେ ଏହି ରେକର୍ଡ କରି ଗେଲ୍‌ଙ୍କ ଅନନ୍ୟ କୀର୍ତ୍ତିମାନରୁ କିଛିଟା ନିଜ ନାମରେ କରିଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ-Cricket World Cup 2023: ରୋହିତ ଶର୍ମା କହିଲେ ରେକର୍ଡକୁ ନେଇ ବିଶେଷ ଚିନ୍ତିତ ହୁଏନି

ଗେଲ୍‌ ପ୍ରାୟ ୪୮୩ଟି ମ୍ୟାଚ୍‌ ଖେଳି ଏହି ରେକର୍ଡ ନିଜ ନାମରେ କରିଥିଲେ । ହେଲେ ହିଟମ୍ୟାନ୍‌ ୩୦ଟି କମ୍‌ ଇନିଂସ ଅର୍ଥାତ ମାତ୍ର ୪୫୩ଟି ମ୍ୟାଚ୍‌ ଖେଳି ଏହି ରେକର୍ଡ କରିଛନ୍ତି । ଏନେଇ ରୋହିତ କହିଛନ୍ତି, " କ୍ରିସ ଗେଲ୍‌ ହେଉଛନ୍ତି ୟୁନିଭର୍ସ ବସ୍‌ । ମୁଁ ତାଙ୍କ ଅନେକ କୀର୍ତ୍ତିମାନରୁ କିଛିଟା ନିଜ ନାମରେ କରିଛି । ଅନେକ ଦିନ ଧରି ଆମେ ତାଙ୍କୁ ଦେଖିଆସୁଛୁ । ସେ ହେଉଛନ୍ତି ସିକ୍ସ-ହିଟିଂ ମେସିନ । ମୁଁ ମଧ୍ୟ ସମାନ ଜର୍ସି (No. 45) ପିନ୍ଧିଛି । ମୁଁ ନିଶ୍ଚିତ ସେ ଖୁସି ହେବେ ଯେ ଜର୍ସ ନଂ-୪୫ ହିଁ ଏହି ରେକର୍ଡ କରିବାରେ ସକ୍ଷମ ହୋଇଛି ।" ରୋହିତ ଏପରି କହୁଥିବାର ଏକ ଭିଡିଓ BCCI ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ରୋହିତ ନିଜ କୋଚ୍‌ ଦିନେଶଙ୍କୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି । ଏପରି ଛକା ମାରିବା ଲାଗି ତାଙ୍କ କୋଚ୍‌ ବିଭିନ୍ନ କୌଶଳ ଶିଖାଇଥିବା ସେ କହିଛନ୍ତି । ଏ ନେଇ ରୋହିତ କହିଛନ୍ତି, " ଯେତେବେଳେ ମୁଁ ଏହି ଖେଳ ଖେଳିବା ଆରମ୍ଭ କଲି, ମୁଁ କେବେ ଭାବି ନଥିଲି ଯେ ମୁଁ ଛକା ମାରିବାକୁ ସମର୍ଥ ହେବି । ଆଜ୍ଞା ହଁ, ବର୍ଷ ବର୍ଷ ଧରି ଏହା ଉପରେ ମୁଁ କାମ କରିଛି । ମୁଁ ସେହି ପ୍ରକାରର ବ୍ୟକ୍ତି ଯିଏ କେବେ ହେଲେ ସନ୍ତୁଷ୍ଟ ହୁଏନି, ତେଣୁ ଭଲ କ୍ରିକେଟ ଖେଳିବା ମୁଁ ଜାରି ରଖିବି । ମୁଁ ତା' ଉପରେ ଫୋକସ କରୁଛି । ହଁ, ଏହା ମୋ ପାଇଁ ଏକ ଛୋଟ ଖୁସିର ମୁହୂର୍ତ୍ତ ।"

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦଳ ଯେପରି ଉତ୍ତମ ପ୍ରଦର୍ଶନ କରିଛି, ଏହାକୁ ଜାରି ରଖିବା ଉପରେ ଧ୍ୟାନ ଦେବା ଗୁରୁତ୍ବପୂର୍ଣ୍ଣ ଅଧିନାୟକ ରୋହିତ କହିଛନ୍ତି । ଭାରତୀୟ ବୋଲର୍‌ ଆଫଗାନିସ୍ତାନକୁ ୨୮୦ ରନ୍‌ରେ ଅଟକାଇବା ଲାଗି ସକ୍ଷମ ହୋଇଥିଲେ । ଦଳ ଏବେ କଠିନ ମ୍ୟାଚ ଖେଳୁଛି । କାରଣ ଏହା ବିଶ୍ବକପ୍‌ । ତେଣୁ ଆଗକୁ ବହୁ ଗୁରୁତ୍ବପୂର୍ଣ୍ଣ ଲିଗ୍‌ ଥିବାରୁ ତା' ଉପରେ ଫୋକସ ରଖିବା ଲାଗି ଅଧିନାୟକ ନିଜ ଟିମମେଟଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନା ଥାଉ କି ଆସନ୍ତା ୧୪ ତାରିଖରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବହୁପ୍ରତିକ୍ଷିତ ଭାରତ ଓ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିରୋଧରେ ମ୍ୟାଚ୍‌ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.