ETV Bharat / sports

World Cup 2023: ଭାରତ ପାଇଁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବଡ ଚ୍ୟାଲେଞ୍ଜ ହେବେ କହିଲେ ଗାଙ୍ଗୁଲି

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବଡ ଚ୍ୟାଲେଞ୍ଜ ହେବେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ

World Cup 2023
Cricket World Cup 2023
author img

By ETV Bharat Odisha Team

Published : Oct 29, 2023, 9:03 AM IST

କୋଲକାତା: ଚଳିତ ଆଇସିସି କ୍ରିକେଟ ବିଶ୍ବକପରେ ଭାରତ ଏଯାବତ ଏକମାତ୍ର ଦଳ ଭାବେ ଅପରାଜେୟ ସାବ୍ୟସ୍ତ ହୋଇଛି । ମୋଟ 5ଟି ଯାକ ମ୍ୟାଚ୍‌ ଖେଳି ବିଜୟ ହାସଲ କରି 10 ପଏଣ୍ଟ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ରୋହିତ ସେନା । ଆଜି ଇଂଲଣ୍ଡ ବିପକ୍ଷରେ ବିଶ୍ବକପର ଷଷ୍ଠ ମ୍ୟାଚ୍‌ ଖେଳିବ ଭାରତ । ଏହା ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭାରତ ପାଇଁ ବଡ ଚ୍ୟାଲେଞ୍ଜ ହେବେ । ଇଡେନ ଗାର୍ଡେନରେ ବାଂଲେଦଶ ଓ ନେଦରଲାଣ୍ଡ ମ୍ୟାଚ୍‌ ଦେଖିବାକୁ ଆସିଥିବାବେଳେ ଏହି ପ୍ରତିକ୍ରିୟା ଦେଇଛନ୍ତି ସୌରଭ ଗାଙ୍ଗୁଲି ।

ସୌରଭ ଗାଙ୍ଗୁଲି କହିଛନ୍ତି, "ନକ୍‌ ଆଉଟ ଯାଏଁ ଭାରତ ପାଇଁ ବଡ ଚ୍ୟାଲେଞ୍ଜ ହେବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା । ଦୁଇ ଦଳ ପ୍ରତ୍ୟାବର୍ତ୍ତନ ସହ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ 2ଟି ମ୍ୟାଚ୍‌ ହାରିବା ପରେ ବାକି 4ଟି ମ୍ୟାଚ୍‌ ଜିତିଛି । ସେହିପରି ନେଦରଲାଣ୍ଡ ବିପକ୍ଷ ମ୍ୟାଚକୁ ଛାଡ଼ି ଦେଲେ ଅନ୍ୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିଛି । ଉଭୟ ଦଳ ଭାରତ ପଥରେ ବାଧକ ସାଜି ପାରନ୍ତି । ଘରୋଇ ଦଳର ପ୍ରଦର୍ଶନ ଭଲ ରହିଛି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟା ଥିଲେ ବି ସନ୍ତୁଳିତ ଦଳ ରହିଛି । ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ତଥାପି ଭଲ ଭାରତୀୟ ଦଳ ରହିଛି । ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ କିଛି ସମସ୍ୟା ନାହିଁ ।"

ଏହା ବି ପଢନ୍ତୁ...Cricket World Cup 2023: ୬ଷ୍ଠ ବୋଲିଂ ଅପସନ୍ ହୋଇପାରିବେ କୋହଲି-ରୋହିତ

ଅନେକ ଭାବୁଛନ୍ତି ଟିମ ଇଣ୍ଡିଆ ସହଜରେ ଫାଇନାଲରେ ପ୍ରବେଶ କରିବ । ମାତ୍ର ସୌରଭ ଗାଙ୍ଗୁଲି ଏଥିରେ ସହମତ ନାହାନ୍ତି । ସେ କହିଛନ୍ତି ପ୍ରଥମେ ଆମକୁ ସେମିଫାଇନାଲ ଷ୍ଟେଜ୍‌ ପାରି କରିବାକୁ ହେବ । ଅଷ୍ଟେଲିଆ ଓ ଦକ୍ଷିଣ ଆଫ୍ରିକା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବେ ।

ଏହା ବି ପଢନ୍ତୁ...Cricket World Cup 2023: ମ୍ୟାଚ୍‌ ଜିତିବାକୁ ପାୱାର୍‌ ପ୍ଲେ କି ଡେଥ୍‌ ଓଭର ନୁହେଁ, ମିଡିଲ୍‌ ଓଭର ବି ଗୁରୁତ୍ବପୂର୍ଣ୍ଣ

ପ୍ରକାଶ ଥାଉ କି, ICC କ୍ରିକେଟ୍‌ ବିଶ୍ବକପରେ 13 ତମ ସଂସ୍କରଣରେ ଭାରତ 5ଥର ଚମ୍ପିଆନ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ । ଏହାପରେ ଆଫଗାନିସ୍ତାନ, ପରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ପରବର୍ତ୍ତୀ ମ୍ୟାଚ୍‌ରେ ବାଂଲାଦେଶ ଓ ପଞ୍ଚମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ଲାଗାତାର ପଞ୍ଚମ ବିଜୟ ହାସଲ କରିଥିଲା । ଏଯାବତ ଭାରତ ଅପରାଜେୟ ରହିଛି । ଆଜି(ରବିବାର) ଇଂଲଣ୍ଡ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍‌ ଜିତିଲେ ଭାରତ ଟେବୁଲ ଟପ୍‌କୁ ଉଠିବ । ଶୀର୍ଷରେ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋଲକାତାରେ ନଭେମ୍ବର 5 ତାରିଖରେ ମ୍ୟାଚ୍‌ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.