ETV Bharat / sports

ICC Womens T20 World Cup: ହ୍ୟାଟ୍ରିକ ବିଜୟ ହାସଲ ଲକ୍ଷ୍ୟରେ ଭାରତ

ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଆଜି ଇଂଲଣ୍ଡକୁ ଭେଟିବ ଭାରତ । ସେମିରେ ପ୍ରବେଶ କରିବା ଲକ୍ଷ୍ୟରେ ଉଭୟ ଦଳ । ଅଧିକ ପଢନ୍ତୁ

ICC Womens T20 World Cup
ICC Womens T20 World Cup
author img

By

Published : Feb 18, 2023, 8:01 AM IST

ହାଇଦ୍ରାବାଦ: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଆଜି ଶକ୍ତିଶାଳୀ ଇଂଲଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବ । ବିଜୟ ଧାରା ଜାରି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । କ୍ରମାଗତ ଭାବେ 2ଟି ମ୍ୟାଚ ଖେଳି ଭାରତ ଦମଦାର ପ୍ରଦର୍ଶନ କରିଥିବା ବେଳେ ତୃତୀୟ ମ୍ୟାଚରେ ଇଂଲଣ୍ଡକୁ ହରାଇ ହ୍ୟାଟ୍ରିକ ବିଜୟ ହାସଲ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚ ପାକିସ୍ତାନ ଓ ଦ୍ବିତୀୟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା ଟିମ ଇଣ୍ଡିଆ । ଏହି ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାରୁ ତୃତୀୟ ମ୍ୟାଚ ପାଇଁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ ରହିଛି ।

ତେବେ ଟିମ ବି ପଏଣ୍ଟ ଟେବୁଲରେ ଭାରତ ଏବେ 4 ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ 4 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଉଭୟ ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ 2ଲେଖାଏଁ ମ୍ୟାଚ ଖେଳି ସମାନ ପଏଣ୍ଟ ହାସଲ କରିଛନ୍ତି । ଏହି ଦୁଇ ଦଳ ମଧ୍ୟରେ ଆଜିର ମ୍ୟାଚ କାହା ସପକ୍ଷରେ ଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଏଥିସହ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଆଜିର ମ୍ୟାଚରେ ଯିଏ ବିଜୟୀ ହେବ ସେମିଫାନାଲରେ ତାର ସ୍ଥାନ ପକ୍କା ହେବ । ତେଣୁ ଅଧିନାୟକ ହର୍ମନପ୍ରୀତଙ୍କ ନେତୃତ୍ବରେ ଭାରତ ବିଜୟୀ ହୋଇ ସେମିକୁ ଯିବାର ଲକ୍ଷ୍ୟ ରଖିଛି ।

ଫେବୃଆରୀ 12 ତାରିଖରେ ପାକିସ୍ତାନ ସହ ପ୍ରଥମ ମ୍ୟାଚ ଖେଳିଥିଲା ଭାରତ । ପାକିସ୍ତାନକୁ 7 ୱିକେଟ୍‌ରେ ହରାଇଥିଲା ଭାରତ । ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ । 4 ୱିକେଟ ହରାଇ 149 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ପାକିସ୍ତାନ ମହିଳା ଦଳ । ଏହାପରେ 150 ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଭାରତୀୟ ମହିଳା ଦଳ । ଜେମିମା ରୋଡ୍ରିଗ୍ସ ଅପରାଜିତ 53 ରନ୍‌ ସଂଗ୍ରହ କରିଥିଲେ । ଏହାପରେ ଦ୍ବିତୀୟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ସହ ଭାରତର ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ମଧ୍ୟ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତ 6 ୱିକେଟରେ ବିଜୟ ଲାଭ କରିଥିଲା । ଦିପ୍ତୀ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହା ସହ ପ୍ରଥମ ଭାରତୀୟ ଭାବେ ଦିପ୍ତୀ ଶର୍ମା 100 ୱିକେଟ ହାସଲ କରିଥିଲେ ।

ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଙ୍ଗ କରିଥିବା ବେଳେ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓଭର ଶେଷ ସୁଦ୍ଧା 6 ୱିକେଟ ହରାଇ 118 ରନ କରିଥିଲା ଇଣ୍ଡିଜ । ଏହା ପରେ ଭାରତ 119 ରନ ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଥିଲା । ଶେଷରେ 4 ଓ୍ବିକେଟ ହରାଇ 119ରେ ବିଜୟୀ ହୋଇଥିଲା ଭାରତ । ସାଉଥ ଆଫ୍ରିକାର କେପଟାଉନରେ ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.