ETV Bharat / sports

ମହିଳା ବିଶ୍ବକପ ୨୦୨୨: ଟସ ଜିତି ଭାରତର ବ୍ୟାଟିଂ ଜାରି - ଭାରତ ବାଂଲାଦେଶ ମୁକାବିଲା

ଆଇସିସି ମହିଳା ବିଶ୍ବକପରେ ଭାରତ-ବାଂଲାଦେଶ ମୁକାବିଲା ଆରମ୍ଭ । ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ମେଘନା ସିଂଙ୍କ ବଦଳରେ ପୁନମ ଯାଦବ ଟିମରେ ସାମିଲ । ଅଧିକ ପଢନ୍ତୁ

ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି
ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି
author img

By

Published : Mar 22, 2022, 7:35 AM IST

ହାମିଲଟନ: ଆଇସିସି ମହିଳା ବିଶ୍ବକପରେ ଆଜି (ମଙ୍ଗଳବାର) ଭାରତ- ବାଂଲାଦେଶ ମୁକାବିଲା ଆରମ୍ଭ ହୋଇଛି । ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି ନେଇଛି । ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ମେଘନା ସିଂଙ୍କ ବଦଳରେ ପୁନମ ଯାଦବ ଟିମରେ ସାମିଲ । ୧୧ ଓଭର ଖେଳ ସୁଦ୍ଧା ଭାରତ ବିନା ୱିକେଟରେ ୬୦ ରନ ସଂଗ୍ରହ କରିଛି ।

ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତ ସହ ସମାନ । ଭାରତୀୟ ଦଳ ଇତି ମଧ୍ୟରେ ୫ଟି ମ୍ୟାଚ ଖେଳି ୨ଟିରେ ବିଜୟ ସହ ମୋଟ ୪ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହି ସେମି ମୁକାବିଲା ଆଶା ଉଜ୍ଜୀବିତ କରିଛି। ହେଲେ ଆଜିର ମ୍ୟାଚ ଓ ଦକ୍ଷିଣ ଆଫ୍ରିକା ସହ ଖେଳାଯିବାକୁ ଥିବା ମ୍ୟାଚରେ ଭାରତକୁ ଜିତିବାକୁ ହେବ । ନଚେତ ସେମି ଫାଇନାଲ ମୁକାବିଲାରୁ ଦଳ ବାଦ ପଡିଯିବ ।

ଭାରତ କେବଳ ପାକିସ୍ତାନ ଓ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରିଛି । ଆଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡଠୁ ପରାସ୍ତ ହୋଇଛି । ଆଜି ଓ ଦକ୍ଷିଣ ଆଫ୍ରିକା ସହ ଥିବା ଅନ୍ତିମ ମ୍ୟାଚକୁ ଭାରତକୁ ଜିତିବାକୁ ହେବ । ଏ ନେଇ ସମସ୍ତ ତ୍ରୁଟି ସୁଧାରି ଭାରତ ଆଜି ପଡିଆକୁ ଓହ୍ଲାଇବ । ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମାଙ୍କ ଦକ୍ଷତା ମୁତାବକ ବ୍ୟାଟିଂ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଏହା ସହିତ ବୋଲିଂ ଉପରେ ମଧ୍ୟ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.