ଦୁବାଇ: ଆଡନ ମାର୍କ୍ରମ ଓ ରସି ଭାନ ଡର୍ ଡସନଙ୍କ ଦମଦାର ଇଂନିସ ବଳରେ ମଙ୍ଗଳବାର ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଛି ଦକ୍ଷିଣ ଆଫ୍ରିକା । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲା ।
-
South Africa are off the mark 🏃#T20WorldCup | #SAvWI | https://t.co/q4GrnhOJA6 pic.twitter.com/aOo7T5906r
— T20 World Cup (@T20WorldCup) October 26, 2021 " class="align-text-top noRightClick twitterSection" data="
">South Africa are off the mark 🏃#T20WorldCup | #SAvWI | https://t.co/q4GrnhOJA6 pic.twitter.com/aOo7T5906r
— T20 World Cup (@T20WorldCup) October 26, 2021South Africa are off the mark 🏃#T20WorldCup | #SAvWI | https://t.co/q4GrnhOJA6 pic.twitter.com/aOo7T5906r
— T20 World Cup (@T20WorldCup) October 26, 2021
୧୪୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ପାଇଁ ମ୍ୟାଚ୍ ବିଜୟୀ ଇଂନିସ ଖେଳିଥିଲେ ମାର୍କ୍ରମ ଓ ଡସନ ।
ମାର୍କ୍ରମ ୨୬ ବଲରୁ ଦ୍ରୁତ ୫୧ ଓ ଡସନ ୫୧ ବଲ୍ରୁ ୪୩ ରନ୍ର ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳିଥିଲେ । ପୂର୍ବରୁ ଓପନର ହେଣ୍ଡ୍ରିକ୍ସ ମଧ୍ୟ ୩୯ ରନ୍ର ଉପଯୋଗୀ ଇଂନିସ ଖେଳିଥିଲେ । ଇଣ୍ଡିଦ ପକ୍ଷରୁ ଅକିଲ ହୋସେନ ଏକମାତ୍ର ବୋଲର ଭାବେ ଗୋଟିଏ ସଫଳତା ହାସଲ କରିଥିଲେ ।
ପୂର୍ବରୁ ଇଭିନ ୱିଲିସଙ୍କ ୫୬ ରନ୍ର ଅର୍ଦ୍ଧଶତକୀୟ ଇଂନିସ ବଳରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୩ ରନ୍ ସଂଗ୍ରହ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ