ETV Bharat / sports

ICC ODI Ranking: ଷଷ୍ଠ ସ୍ଥାନକୁ ଉଠିଲେ ରୋହିତ, ବୋଲିଂରେ ଶ୍ରେଷ୍ଠ 10ରେ ସିରାଜ-କୂଳଦୀପ - ରୋହିତ ଶର୍ମା

ଆଇସିସି ପକ୍ଷରୁ ସଦ୍ୟ ଦିନିକିଆ ମାନ୍ୟତା ପ୍ରକାଶ ପାଇଛି । ବ୍ୟାଟର ରୋହିତ ଶର୍ମା ଶ୍ରେଷ୍ଠ 10ରେ ରହିଛନ୍ତି । ଷଷ୍ଠ ସ୍ଥାନରେ ରହିଛନ୍ତି ହିଟମ୍ୟାନ । ଅଧିକ ପଢନ୍ତୁ

Rohit sharma ODI Ranking
ICC ODI Ranking
author img

By ETV Bharat Odisha Team

Published : Oct 19, 2023, 8:26 AM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ଦିନିକିଆ ମାନ୍ୟତାର ସଦ୍ୟ ତାଲିକା ପ୍ରକାଶ ପାଇଛି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କର ସଦ୍ୟ ପ୍ରକାଶିତ ତାଲିକାରେ ଉନ୍ନତି ହୋଇଛି । 5ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ରୋହିତ । ଚଳିତ ବିଶ୍ବକପରେ ରୋହିତ ଶର୍ମା ଫୁଲ ଫର୍ମରେ ରହିଛନ୍ତି । 3ଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ହିଟମ୍ୟାନ । ଏହି ପ୍ରଦର୍ଶନ ବଳରେ ତାଙ୍କର ରାଙ୍କିଂ ଉନ୍ନତି ଘଟିଛି ।

ଷଷ୍ଠରେ ହିଟମ୍ୟାନ: ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ରୋହିତ । ମୋଟ 3ଟି ମ୍ୟାଚରେ ସେ 217 କରିଥିଲେ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଫଳ ହୋଇଥିଲେ ମଧ୍ୟ ଆଫଗାନିସ୍ତାନ ଓ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ସଫଳ ହୋଇଥିଲେ । ଆଫଗାନିସ୍ତାନ ବିପକ୍ଷରେ 131 ରନ ଓ ପାକିସ୍ତାନ ବିପକ୍ଷରେ 83ରନ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ଆଧାରରେ ଆଇସିସି ଦିନିକିଆ ମାନ୍ୟତାର ତାଙ୍କର ଅଗ୍ରଗତି ହୋଇଛି । ମାନ୍ୟତାର ଷଷ୍ଠ ସ୍ଥାନରେ ରହିଛନ୍ତି ରୋହିତ । ପାକିସ୍ତାନ ଅଧିନାୟକ ବାବର ଆଜମ ପୂର୍ବପରି ଶୀର୍ଷରେ ରହିଛନ୍ତି । ତେବେ ବ୍ୟାଟିଂ ତାଲିକାରେ ଶ୍ରେଷ୍ଠ 10ରେ 3ଜଣ ଭାରତୀୟ ବ୍ୟାଟର ରହିଛନ୍ତି । ଯୁବ ବ୍ୟାଟର ଶୁଭମନ ଗିଲ ଦ୍ବିତୀୟ, ରୋହିତ ଶର୍ମା ଷଷ୍ଠ ଓ ବିରାଟ କୋହଲି ନବମ ସ୍ଥାନରେ ରହିଛନ୍ତି ।

ସେହିପରି ଦକ୍ଷିଣ ଆଫ୍ରକାର କ୍ବିଣ୍ଟନ ଡି କକ୍ ତୃତୀୟ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ବକପରେ ଲାଗାତର ଦୁଇଟି ଶତକ ହାସଲ କରିଥିଲେ । ସେହିପରି ରାସି ଭାନ ଡୋର ଡୁସେନ ଚତୁର୍ଥ ଓ ଆୟର୍ଲାଣ୍ଡର ହ୍ଯାକୀ ଟେକ୍ସଟ 5ମ, ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର 7ମ, ଇଂଲଣ୍ଡର ଡେଭିଡ ମଲାନ 8ମ ଓ ପାକିସ୍ତାନର ଇମାନ ଉଲ ହକ 10ମ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନ ଓପନର ରହମ୍ମୁଲ୍ଲା ଗୁରୁବାଜ 19ସ୍ଥାନ ଉଠି 18ତମ ସ୍ଥାନରେ ପହଞ୍ଚିଛନ୍ତି । ନେଦରଲାଣ୍ଡସ ଅଧିନାୟକ ସ୍କଟ୍‌ ଏଡୱାର୍ଡସ 16 ସ୍ଥାନ ଉଠି 27ର ବଡ ଲମ୍ଫ ମାରିଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ବାଂଲାଦେଶ ବିପକ୍ଷରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ହେବ କି ପରିବର୍ତ୍ତନ ? ଏମିତି କହିଲେ ବୋଲିଂ କୋଚ୍‌

ଏହା ବି ପଢନ୍ତୁ...Cricket World Cup 2023: ପିସିବିର ଅଭିଯୋଗ ନେଇ ପ୍ରଶ୍ନକୁ ଏଡ଼ାଇଦେଲେ ମହାମ୍ବ୍ରେ, କହିଲେ ମୁଁ ଜାଣିନି

ଶ୍ରେଷ୍ଠ 10ରେ ସିରାଜ-କୂଳଦୀପ: ବୋଲିଂ ତାଲିକାରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜେଲଉଡ ଶୀର୍ଷ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଡ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ 10ରେ ଦୁଇ ଭାରତୀୟ ବୋଲର କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ରହିଛନ୍ତି । କୂଳଦୀପ ଅଷ୍ଟମ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନ ସ୍ପିନର ରାସିଦ ଖାନ ଚତୁର୍ଥ, ମୁଜିବ ଉର ରହମାନ 5ମ ସ୍ଥାନରେ ରହିଛନ୍ତି । ଯଶପ୍ରୀତ ବୁମରା 6ଟି ସ୍ଥାନ ଉଠି 14ରେ ରହିଛନ୍ତି ।

ସାକିବ ଶ୍ରେଷ୍ଠ ଅଲରାଉଣ୍ଡର: ଅଲରାଉଣ୍ଡର ତାଲିକାରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଶୀର୍ଷରେ ରହିଛନ୍ତି । 343 ପଏଣ୍ଟ ସହ ନମ୍ବର ୱାନ ଅଲରାଉଣ୍ଡ ସାବ୍ୟସ୍ତ ହୋଇଛନ୍ତି ସାକିବ । ଆଫଗାନିସ୍ତାନର ମ୍ମହମ୍ମଦ ନବି ଦ୍ବିତୀୟ, ସିକନ୍ଦର ରାଜା ତୃତୀୟ ଓ ରାସିଦ ଖାନ ଚତୁର୍ଥ ସ୍ଥାନରେ ରହିଛନ୍ତି । ଭାରତର ହାର୍ଦ୍ଦିକ ପାଣ୍ଡ୍ୟା 9ମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.