ETV Bharat / sports

Border Gavaskar Trophy : ପନ୍ତଙ୍କୁ ମିସ୍ କରିବ ଭାରତ, ସେ ବିପକ୍ଷ ଦଳର କ୍ୟାପଟେନଙ୍କ ନିଦ ହଜାଉଥିଲେ

author img

By

Published : Feb 6, 2023, 7:41 PM IST

ଯୁବ ବ୍ୟାଟର ଋଷଭ ପନ୍ତଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ । ଋଷଭ ପନ୍ତଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ଡିଆକୁ ନିଶ୍ଚିତ ଭାବରେ ଭାରି ପଡିବ । ଅଧିକ ପଢନ୍ତୁ

ଇଆନ ଚାପେଲ
ଇଆନ ଚାପେଲ

ହାଇଦ୍ରାବାଦ : ବର୍ଡର ଗାଭାସ୍କର ଟ୍ରଫିରେ ଯୁବ ଷ୍ଟାର ବ୍ୟାଟର ଋଷଭ ପନ୍ତଙ୍କୁ ଟିମ ଇଣ୍ଡିଆ ମିସ୍ କରିବ । ଏହି ସିରଜ ଆରମ୍ଭ ହେବା ପୂର୍ବରୁ ଏଭଳି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଇଆନ ଚାପେଲ । କାର ଦୁର୍ଘଟଣାରେ ଶିକାର ହୋଇ ପନ୍ତ ଏବେ ଚିକିତ୍ସିତ ହେଉଛନ୍ତି । ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ବର୍ଡର ଗାଭାସ୍କର ଟ୍ରଫି । ଏଥିରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଦୁର୍ଘଟଣା କାରଣରୁ ପନ୍ତ ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ତାଙ୍କର ଅନୁପସ୍ଥିତି ଟିମ୍‌ ଇଣ୍ଡିଆକୁ ଏକ ବଡ ଝଟକା ଦେଇଛି । ଏ ବାବଦରେ ଇଆନ ଚାପେଲ କହିଛନ୍ତି ଯେ, ଆୟୋଜକ ଭାରତ ଏହି ଟ୍ରଫିରେ ଜଣେ ଖେଳାଳିର ଅନୁପସ୍ଥିତିକୁ ଅନୁଭବ କରିବ । ଯିଏ ବିପକ୍ଷ ଦଳର ଅଧିନାୟକଙ୍କ ନିଦ ହଜାଇ ଦେଇଥାନ୍ତେ । ଏବେ ଦଳରେ ପନ୍ତଙ୍କ ଅନୁପସ୍ଥିତି ଟିମ ଇଣ୍ଡିଆ ପାଇଁ ଏକ ବଡ ଝଟକା ସଦୃଶ ।

ଯୁବ ବ୍ୟାଟର ଋଷଭ ପନ୍ତଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ । ଏବଂ ବର୍ଡର ଗାଭାସ୍କର ଟ୍ରଫିରେ ତାଙ୍କର ପ୍ରଦର୍ଶନକୁ ମନେ ପକାଇଛନ୍ତି । ଚାପେଲ କହିଥିଲେ "ଋଷଭ ପନ୍ତଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ଡିଆକୁ ନିଶ୍ଚିତ ଭାବରେ ଭାରି ପଡିବ । ଟିମ୍‌ ଇଣ୍ଡିଆ ପନ୍ତଙ୍କୁ ମିସ୍ କରିବ । କିନ୍ତୁ ଏହା ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ପାଇଁ ଭଲ ଖବର । କାରଣ ପନ୍ତ ମୈଦାନରେ ସର୍ବଦା କାଉଣ୍ଟର ଆଟାକ କରିଥାନ୍ତି । ଯାହା ଅଷ୍ଟ୍ରେଲିଆକୁ ଅଡୁଆରେ ପକାଇଥାଏ । ତେବେ ତାଙ୍କର ଅନୁପସ୍ଥିତି ଅତିଥି ଦଳକୁ ଫାଇଦା ଦେବ ।"

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି "ପନ୍ତ ଏମିତି ଜଣେ ଖେଳାଳି ଯିଏ କି ରାତିରେ କ୍ୟାପଟେନଙ୍କୁ ଜାଗ୍ରତ କରିପାରୁଥିବାର କ୍ଷମତା ରଖିଥିଲେ । ଭାରତ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରିବ । ସେ ବେଶ୍ ଦ୍ରୁତ ଗତିରେ ରନ ସଂଗ୍ରହ କରିଥାନ୍ତି । ସେ ମୈଦାନରେ ବଡ ବଡ ଇନିଂସ ଖେଳିଥାନ୍ତି । ଯାହା ଫଳରେ ଖେଳର ମୋଡ଼ ବଦଳିଥାଏ । ପନ୍ତ ଜଣେ ଏମିତି ଖେଳାଳି ଯାହାକୁ ଡରିବା ଦରକାର । ଅଷ୍ଟ୍ରେଲିଆ ମଧ୍ୟ ପନ୍ତଙ୍କ ଆକ୍ରମକ ପ୍ରଦର୍ଶନକୁ ଭୟ କରିଥାଏ । ହେଲେ ଏହି ଟୁର୍ଣ୍ଣାମେଣ୍ଟରେ ସେ ମହଜୁଦ ନାହାଁନ୍ତି । ଯାହା ଅତିଥି ଦଳକୁ ବେଶ୍ ଫାଇଦା ଦେବ ।"

୨୦୨୧ ବର୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ହିରୋ ସାଜିଥିଲେ ଋଷଭ ପନ୍ତ । ଫାଇନାଲ ମ୍ୟାଚରେ ତାଙ୍କର ଲଢୁଆ ଇନିଂସ ବଳରେ ଭାରତ ଟ୍ରଫି ହାତେଇବାରେ ସଫଳ ରହିଥିଲା । ଗତ ଡିସେମ୍ବର ମାସ ଶେଷ ସପ୍ତାହରେ କାର ଦୁର୍ଘଟଣାର ଶିକାର ହୋଇଥିଲେ ଭାରତୀୟ ଯୁବ ୱିକେଟ ରକ୍ଷକ ବ୍ୟାଟର ଋଷଭ ପନ୍ତ । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିବାବେଳେ ତାଙ୍କର ମର୍ସିଡିଜ କାର ସମ୍ପୂର୍ଣ୍ଣ ଜଳିଯାଇଥିଲା । ବର୍ତ୍ତମାନ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଡିସେମ୍ବର ୨୦୨୨ରେ ହୋଇଥିବା କାର ଦୁର୍ଘଟଣାରେ ଋଷଭ ପନ୍ତଙ୍କ ଶରୀର ସହ ଲିଗାମେଣ୍ଟରେ ଗୁରୁତର ଆଘାତ ଲାଗିଥିଲା । ପନ୍ତ ସେବେଠାରୁ ଭାରତୀୟ କ୍ରିକେଟ ଦଳରୁ ବାଦ ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.