ETV Bharat / sports

Heath Streak Death: ପରଲୋକରେ ଜିମ୍ବାୱେ କ୍ରିକେଟର ହିଥ୍‌ ଷ୍ଟ୍ରିକ୍‌, ପୂର୍ବରୁ ଉଠିଥିଲା ମୃତ୍ୟୁ ଗୁଜବ - ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକଙ୍କ ଦେହାନ୍ତ

ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକଙ୍କ ଦେହାନ୍ତ । କର୍କଟ ରୋଗରେ ପୀଡତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୋସିଆଲ ମିଡିଆରେ ସୂଚନା ଦେଲେ ପତ୍ନୀ । ଅଧିକ ପଢନ୍ତୁ

Heath Streak passes away
Heath Streak passes away
author img

By ETV Bharat Odisha Team

Published : Sep 3, 2023, 3:30 PM IST

ନୂଆଦିଲ୍ଲୀ: ପରଲୋକରେ ଜିମ୍ବାୱେ କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକ୍‌ । 49 ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । କର୍କଟ ରୋଗରେ ପୀଡ଼ିତ ହୋଇ ହିଥ୍‌ ଷ୍ଟ୍ରିକ୍‌ଙ୍କ ମତ୍ୟୁ ହୋଇଥିବା ତାଙ୍କ ପତ୍ନୀ ନାଦିନ ସୂଚନା ଦେଇଛନ୍ତି । ଦୁଇ ସପ୍ତାହ ପୂର୍ବେ ହିଥ ଷ୍ଟ୍ରିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପରେ ଏହା ଏକ ଗୁଜବ ବୋଲି ଜଣାପଡିଥିଲା । କିନ୍ତୁ ଆଜି ତାଙ୍କର ନିଧନ ହୋଇଥିବା ତାଙ୍କ ପତ୍ନୀ ସ୍ପଷ୍ଟ କରିଛନ୍ତି ।

Heath Streak passes away
Heath Streak passes away

ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ରହିଥିଲେ ହିଥ୍‌ ଷ୍ଟ୍ରିକ୍‌ । ହସ୍ପିଟାଲରେ ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଥିଲା । ଶେଷରେ କ୍ୟାନ୍ସର ଆଗରେ ହାରିଯାଇଛନ୍ତି ହିଥ୍‌ ଷ୍ଟ୍ରିକ୍‌ । ତାଙ୍କର ମୃତ୍ୟୁ ଖବରକୁ ନେଇ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ହିଥ୍‌ ଷ୍ଟ୍ରିକଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସୋସିଆଲ ମିଡିଆରେ ସେ ସ୍ବାମୀଙ୍କ ସହ କିଛି ପୁରୁଣା ଫଟୋ ସେୟାର କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ।

ଅଗଷ୍ଟ 23 ତାରିଖରେ ହିଥ ଷ୍ଟ୍ରିକଙ୍କ ମୃତ୍ୟୁ ହୋଇଥିବା ଗୁଜବ ଖବର ସାମ୍ନାକୁ ଆସିଥିଲା। ଜିମ୍ବାୱେ ଦଳର ସାଥୀ ଖେଳାଳି ହେନେରୀ ଓଲାଙ୍ଗ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ଏହାପରେ ସମସ୍ତ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଥିବା । ଅନେକ କ୍ରିକେଟ କିମ୍ବଦନ୍ତୀ ଶୋକ ପ୍ରକାଶ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହା ଏକ ମିଛି ଖବର ବୋଲି ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ-ବଞ୍ଚିଛନ୍ତି ଜିମ୍ବାୱେ ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକ, ପ୍ରକାଶ ପାଇଥିଲା ମିଛ ମୃତ୍ୟୁ ଖବର

ଜିମ୍ବାୱେ ଷ୍ଟାର କ୍ରିକେଟର ହିଥ୍‌ ଷ୍ଟ୍ରିକ୍‌ ଅଲରାଉଣ୍ଡ ଭାବରେ ଜଣାଶୁଣା । 1993 ମସିହାରୁ 2005 ମସିହା ପର୍ଯ୍ୟନ୍ତ ଜିମ୍ବାଓ୍ବେ ପାଇଁ ସେ 65ଟି ଟେଷ୍ଟ ଓ 189ଟି ଦିନକିଆ ମ୍ୟାଚ୍‌ ଖେଳିଛନ୍ତି । 2000ରୁ 2004 ଯାଏଁ ଦଳର ନେତୃତ୍ବ ନେଇଥିଲେ । ପାକିସ୍ତାନ ବିପକ୍ଷରେ ସେ ପଦାର୍ପଣ କରିଥିଲେ । କ୍ରିକେଟରେ ତାଙ୍କର 12 ବର୍ଷର କ୍ୟାରିଅର ରହିଛି । ତାଙ୍କ ନେତୃତ୍ବରେ ଜିମ୍ବାୱେ ଅନେକ ସଫଳତା ହାସଲ କରିଛି । ତାଙ୍କ ନାମରେ ଏହି ବିରଳ ରେକର୍ଡ ରହିଛି । ସେ ଏକମାତ୍ର ଜିମ୍ବାୱେ ଦଳର କ୍ରିକେଟର ଯିଏକି ଟେଷ୍ଟରେ 100ଟି ୱିକେଟ୍‌ ଓ ଦିନିକିଆରେ 200ଟି ଓ୍ବିକେଟ୍‌ ନେଇଛନ୍ତି । କ୍ରିକେଟ କ୍ୟାରିୟରରେ ସେ 4983 ରନ କରିଥିବା ବେଳେ ଏଥିରେ ଗୋଟିଏ ଶତକ ଓ 11ଟି ଅର୍ଦ୍ଧଶତକ ସାମିଲ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.