ETV Bharat / sports

ICC Rankings: ICC ମାନ୍ୟତାରେ ପାଣ୍ଡ୍ୟା ଓ ଗିଲଙ୍କୁ ଫାଇଦା, ଟି୨୦ରେ ଶୀର୍ଷ ସ୍ଥାନ ବଜାୟ ରଖିଲେ SKY

author img

By

Published : Feb 8, 2023, 8:35 PM IST

ICCର ନୂତନ ଟି୨୦ ମାନ୍ୟତାରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯୁବ ବିସ୍ଫୋରକ ବ୍ୟାଟର ଶୁଭମନ ଗିଲଙ୍କୁ ବଡ଼ ଫାଇଦା ମିଳିଛି । ଅଧିକ ପଢନ୍ତୁ

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ  ଶୁବମନ ଗିଲ
ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁବମନ ଗିଲ

ହାଇଦ୍ରାବାଦ: ଆଇସିସିର ନୂତନ ଟି୨୦ ମାନ୍ୟତା ଜାରି ହୋଇଛି । ଏହି ନୂତନ ମାନ୍ୟତାରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜର ତୃତୀୟ ଟି୨୦ ମ୍ୟାଚ ଏବଂ ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ସିରିଜର ତୃତୀୟ ଦିନିକିଆ ମ୍ୟାଚ ସାମିଲ ହୋଇଛି । ICCର ନୂତନ ଟି୨୦ ମାନ୍ୟତାରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ ଫାଇଦା ଫାଇଦା ମିଳିଛି ।

ଟିମ ଇଣ୍ଡିଆର ଏହି ଷ୍ଟାର୍‌ ଅଲାରାଉଣ୍ଡର ତାଙ୍କ ଟି୨୦ କ୍ୟାରିଅରର ଅଲରାଉଣ୍ଡର ମାନ୍ୟତାରେ ସର୍ବଶ୍ରେଷ୍ଠ ରେଟିଂ ହାସଲ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ନେଇ ଟି୨୦ ଅଲରାଉଣ୍ଡର ମାନ୍ୟତାରେ ୨୫୦ ରେଟିଂ ସହିତ ଦ୍ବିତୀୟ ସ୍ଥାନ ହାସିଲ କରିବାରେ ସଫଳ ହୋଇଛନ୍ତି । ସେହିପରି ଯୁବ ଫାଷ୍ଟ ବୋଲର ଅର୍ଶଦୀପ ସିଂହ ଏବଂ ଟିମ୍‌ ଇଣ୍ଡିଆର ଯୁବ ବିସ୍ଫୋରକ ବ୍ୟାଟର ଶୁଭମନ ଗିଲ୍‌ଙ୍କୁ ମଧ୍ୟ ଏଥିରେ ବଡ ଫାଇଦା ମିଳିଛି । ଶୁଭମନ ଗିଲ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ୩୦ ତମ ସ୍ଥାନରେ ରହିଥିବା ବେଳେ ଅର୍ଶଦୀପ ସିଂହ ୮ ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି ।

ICC ଟି୨୦ ବ୍ୟାଟିଂ ମାନ୍ୟତାରେ ଯୁବ ବ୍ୟାଟର ଶୁଭମନ ଗିଲଙ୍କୁ ମଧ୍ୟ ଭରପୁର ଫାଇଦା ମିଳିଛି । ସେ ତାଙ୍କ ଟି୨୦ କ୍ୟାରିୟରରେ ସର୍ବଶ୍ରେଷ୍ଠ ମାନ୍ୟତା ୩୦ ସ୍ଥାନକୁ ଉଠିଛନ୍ତି । ଗିଲ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚରେ ୬୩ ବଲରୁ ୧୨୬ ରନର ଅପରାଜିତ ଇନିଂସ ଖେଳିଥିଲେ । ଏଥିରେ ୧୨ ଚୌକା ସହିତ ୭ ଟି ଛକା ସାମିଲ ରହଛି । ଏହି ସିରିଜ୍‌ର ସେ ମୋଟ ୫୪୨ ରନ୍‌ କରିଥିଲେ । ଟି୨୦ ଫର୍ମାଟରେ ଗିଲଙ୍କ ଏହା ସର୍ବାଶ୍ରେଷ୍ଠ ସ୍କୋର । ସେପଟେ ICC ଟି୨୦ ବ୍ୟାଟିଂ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ।

ସେପଟେ ICC ଟି୨୦ ବୋଲିଂ ମାନ୍ୟତାରେ ଅର୍ଶଦୀପ ସିଂହଙ୍କୁ ମଧ୍ୟ ଫାଇଦା ହୋଇଛି । ଟିମ ଇଣ୍ଡିଆର ଏହି ଯୁବ ଷ୍ଟାର ବୋଲର ୧୩ସ୍ଥାନରେ ପହଁଞ୍ଚିଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଦମଦାର ବୋଲିଂ କରି ୧୬ ରନ ବ୍ୟୟରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ୪୬ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡର ମାନ୍ୟତାରେ ହାର୍ଦ୍ଦିକ ପାଣ୍ଡ୍ୟା ୨୫୦ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେପଟେ ବାଂଲାଦେଶର ସାକିବ ଅଲ୍‌ ହାସନ ୨୫୨ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ଆଫଗାନିସ୍ଥାନର ମହମ୍ମଦ ନବୀ ୨୩୩ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.