ETV Bharat / sports

Ranji Trophy: ହୃଦୟ ଜିଣିଲେ ବିହାରୀ, ଆହତ ସତ୍ତ୍ୱେ ଦଳ ପାଇଁ ବାମ ହାତରେ ବ୍ୟାଟିଂ - ରଣଜୀ ଟ୍ରଫି ଚତୁର୍ଥ କ୍ବାର୍ଟର ଫାଇନାଲ ମ୍ୟାଚ

ଆହତ ହେବା ସତ୍ତ୍ବେ ମଇଦାନକୁ ଆସି ନିଜ ଦଳ ପାଇଁ ବ୍ୟାଟିଂ କରିଛନ୍ତି ଆନ୍ଧ୍ରପ୍ରଦେଶ ଅଧିନାୟକ ହନୁମା ବିହାରୀ । ଅଧିକ ପଢନ୍ତୁ

ହନୁମା ବିହାରୀ
ହନୁମା ବିହାରୀ
author img

By

Published : Feb 1, 2023, 9:06 PM IST

ହାଇଦ୍ରାବାଦ : କ୍ରିକେଟ ପ୍ରତି ନିଜ ଜୁନୁନକୁ ଦେଖାଇଛନ୍ତି ହନୁମା ବିହାରୀ । ଆହତ ହେବା ସତ୍ତ୍ବେ ମଇଦାନକୁ ଆସି ନିଜ ଦଳ ପାଇଁ ବ୍ୟାଟିଂ କରିଛନ୍ତି ଆନ୍ଧ୍ରପ୍ରଦେଶ ଅଧିନାୟକ ହନୁମା ବିହାରୀ । ରଣଜୀ ଟ୍ରଫି ମ୍ୟାଚ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ରଣଜୀ ଟ୍ରଫିର ଚତୁର୍ଥ କ୍ବାର୍ଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମଧ୍ୟପ୍ରଦେଶ ବନାମ ଆନ୍ଧ୍ରପ୍ରଦେଶ । ଯେଉଁଥିରେ ଆନ୍ଧ୍ରପ୍ରଦେଶର ଅଧିନାୟକ ହନୁମା ବିହାରୀଙ୍କ ରିଷ୍ଟ ଫ୍ୟାକଚର ହେବା ସହିତ ସେ ଗୋଟିଏ ହାତରେ ବ୍ୟାଟିଂ କରି ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଛନ୍ତି । ତାଙ୍କର ଏଭଳି ପଦକ୍ଷେପ ପାଇଁ ତାଙ୍କୁ ସବୁ ମହଲରେ ବେଶ୍ ପ୍ରଶଂସା କରାଯାଇଛି । ବିପକ୍ଷ ଦଳ ମଧ୍ୟପ୍ରଦେଶର ଆଭେଶ ଖାନଙ୍କ ବଲରେ ଏକ ସଟ୍ ଖେଳିବା ପରେ ମଙ୍ଗଳବାର ତଥା ଗତକାଲି ହନୁମା ବିହାରୀଙ୍କ ଡାହାଣ ହାତ ରିଷ୍ଟ ଫ୍ୟାକଚର ହୋଇଥିଲା । ଯାହା ଫଳରେ ସେ ଆଜି (ବୁଧବାର) ଖେଳିବା ନେଇ ସନ୍ଦେହ ଉପୁଜି ଥିଲା ।

ହେଲେ କ୍ବାର୍ଟର ଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ସେ ତାଙ୍କ ଦାୟିତ୍ବକୁ ଭୁଲି ନଥିଲେ । ବୁଧବାର ଦିନ ଆନ୍ଧ୍ରପ୍ରଦେଶର ୯ ଟି ୱିକେଟ ପଡିବା ପରେ ସେ ମଇଦାନକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ଏହି ଡାହାଣ ହାତୀ ବ୍ୟାଟର ହନୁମା ବିହାରୀ ଡାହାଣ ହାତ ବଦଳରେ ବାମ ହାତରେ ବ୍ୟାଟିଂ କରିଥିଲେ । ମଇଦାନକୁ ଆସି ସେ ମଧ୍ୟପ୍ରଦେଶ ବିପକ୍ଷରେ ୫୭ ବଲରୁ ୨୭ ବଲର ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ । ତେବେ ହନୁମା ବିହାରୀଙ୍କ ଏଭଳି ସାହସିକତା ପାଇଁ ସୋସିଆଲ ମିଡିଆରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଇଛି ।

ମଧ୍ୟପ୍ରଦେଶ ବନାମ ଆନ୍ଧ୍ର ପ୍ରଦେଶ ରଣଜୀ ଟ୍ରଫି ଚତୁର୍ଥ କ୍ବାର୍ଟର ଫାଇନାଲ ମ୍ୟାଚ - ରଣଜୀ ଟ୍ରଫି ୨୦୨୩ ସିଜିନରେ ଚତୁର୍ଥ କ୍ବାର୍ଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ମଧ୍ୟପ୍ରଦେଶ ବନାମ ଆନ୍ଧ୍ର ପ୍ରଦେଶ । ଏହି ଇନ୍ଦୋରର ହଲକର ଷ୍ଟାଡିୟମରେ ଖେଳାଯାଉଛି । ମଧ୍ୟପ୍ରଦେଶ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଆନ୍ଧ୍ରପ୍ରଦେଶ । ଆନ୍ଧ୍ରପ୍ରଦେଶ ପ୍ରଥମ ପାଳିରେ ୩୭୯ ରନ କରି ଅଲଆଉଟ ହୋଇଛି । କରନ ସିନ୍ଧେ ଏବଂ ରିକି ଭୁଇ ଶତକୀୟ ଇନିଂସ ଖେଳିଥିଲେ । ସେହିପରି ମଧ୍ୟପ୍ରଦେଶ ଆଜି (ବୁଧବାର) ଦ୍ବିତୀୟ ଦିନର ୱିକେଟ ଅପସାରଣ ସୁଦ୍ଧା ୪୧ ଓଭରରେ ୪ ୱିକେଟ ହରାଇ ୧୪୪ ରନ ସଂଗ୍ରହ କରିଛି । ଶୁଭମ ଶର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.