ETV Bharat / sports

India vs Sri lanka: ବେଙ୍ଗାଲୁରୁରେ ଖେଳାଯିବ ପିଙ୍କ୍‌ ବଲ୍‌ ଟେଷ୍ଟ

author img

By

Published : Feb 3, 2022, 8:34 PM IST

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦୁଇଟିକିଆ ଟେଷ୍ଟ ସିରିଜରେ ଖେଳାଯିବ ପିଙ୍କ୍‌ ବଲ୍‌ ଟେଷ୍ଟ । ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ପିଙ୍କ୍‌ ବଲ୍‌ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ । ଅଧିକ ପଢନ୍ତୁ

Ganguly confirms pink-ball Test between India and Sri Lanka in Bengaluru
India vs Sri lanka: ବେଙ୍ଗାଲୁରୁରେ ଖେଳାଯିବ ପିଙ୍କ୍‌ ବଲ୍‌ ଟେଷ୍ଟ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦୁଇଟିକିଆ ଟେଷ୍ଟ ସିରିଜରେ ଖେଳାଯିବ ପିଙ୍କ୍‌ ବଲ୍‌ ଟେଷ୍ଟ । ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ପିଙ୍କ୍‌ ବଲ୍‌ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ । ଏହା ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ହେବ ।

ଫେବୃଆରୀ ୨୦ରେ ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ କୋଲକାତାରେ ଶେଷ ହେବାପରେ ଶ୍ରୀଲଙ୍କା ସହ ଭାରତୀୟ ଟିମ ୩ଟି ଟି-୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବାର ସୂଚୀ ରହିଛି । ପିଙ୍କ୍‌ ବଲ୍‌ ଟେଷ୍ଟ ନେଇ ବିସିସିଆଇ ବସ୍‌ ଘୋଷଣା କରିବା ପରେ, ଭାରତ ପାଇଁ ଏହା ତୃତୀୟ ଥର ଦିବାରାତ୍ର ଟେଷ୍ଟ ଆୟୋଜନ ଅବସର ହେବ । ପ୍ରଥମ ପିଙ୍କ ବଲ୍‌ ଟେଷ୍ଟ ନଭେମ୍ବର ୨୦୧୯ରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା ଟିମ ଇଣ୍ଡିଆ । ପରେ ଫେବୃଆରୀ ୨୦୨୧ରେ ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଦିବାରାତ୍ର ଟେଷ୍ଟ ଖେଳିଥିଲା ଭାରତ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ନେଇ ଭାରତୀୟ ଫ୍ୟାନ୍ସ ଅଧିକ ଉତ୍ସାହିତ ରହିବେ କାରଣ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାପରେ ଏହି ସିରିଜରେ ଭାରତକୁ ନୂଆ ଟେଷ୍ଟ ଅଧିନାୟକ ମିଳିବେ ।

ଏହାମଧ୍ୟ ପଢନ୍ତୁ: Ranji Trophy: OCA କ୍ୟାମ୍ପ୍‌ ଆରମ୍ଭ, ଜାଫର୍‌ଙ୍କ ଗୁରୁମନ୍ତ୍ରରେ ଜିତିବ ଓଡିଶା

ଫେବୃଆରୀ ୬ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଅହମ୍ମଦାବାଦରେ ODI ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ତେବେ ଏହି ସିରିଜ ପୂର୍ବରୁ ଟିମ ଇଣ୍ଡିଆ କ୍ୟାମ୍ପ୍‌ରେ କୋରୋନା ପଶିସାରିଛି । ଓପନର ଶିଖର ଧାୱନ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ନବଦୀପ ସାଇନି, ଫିଲ୍ଡିଂ କୋଚ୍‌ ଟି. ଦିଲୀପ, ସୁରକ୍ଷା ଅଧିକାରୀ ବି ଲୋକେଶ ଓ ସ୍ପୋର୍ଟ୍ସ ମସାଜ ଥେରାପିଷ୍ଟ ରାଜୀବ କୁମାର COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଦିନିକିଆ ଫର୍ମାଟରେ ଭାରତର ୧୦୦୦ତମ ମ୍ୟାଚ୍‌ ହେବ । ତେବେ ଏହି ଐତିହାସିକ ମ୍ୟାଚ୍‌ର ସାକ୍ଷୀ ପାଲଟିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଗାଙ୍ଗୁଲି ।

ଗାଙ୍ଗୁଲି କହିଛନ୍ତି, ''ଭାରତର ୫୦୦ତମ ଦିନିକିଆ ମ୍ୟାଚ୍‌ରେ ଅଧିନାୟକ ରହିଥିଲି । ଏହି ମ୍ୟାଚ୍‌ ବର୍ଷ ୨୦୦୨ ଜୁଲାଇ ୪ରେ ଇଂଲଣ୍ଡ ବିପକ୍ଷରେ ରହିଥିଲା । ୧୦୦୦ତମ ମ୍ୟାଚ୍‌ ଭାରତୀୟ କ୍ରିକେଟ ପାଇଁ ଏହି ବଡ ମୂହୂର୍ତ୍ତ, ମାତ୍ର ଦୁର୍ଭାଗ୍ୟବଶତଃ ଏହି ଐତିହାସିକ ମ୍ୟାଚ୍‌କୁ ଷ୍ଟାଡିୟମରେ ଉପଭୋଗ କରିବାକୁ ଦର୍ଶକଙ୍କୁ ଅନୁମତି ନାହିଁ ।"

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.