ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନୀ । 88 ବର୍ଷ ବୟସରେ ଆଖି ବୁଜିଛନ୍ତି ସଲିମ । ଗୁଜୁରାଟର ଜାମନଗରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସଲିମ ଦୁରାନୀ । ସେ କ୍ୟାନ୍ସରରେ ପୀଡିତ ଥିଲେ । ଗତ ଜାନୁଆରୀରେ ତାଙ୍କର ଜଙ୍ଘର ହାଡ ସର୍ଜରୀ ହୋଇଥିଲା । ସଲିମଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳାଯାଇଛି ।
ଗୁଜୁରାଟର ଜାମନଗରରେ ତାଙ୍କ ସାନଭାଇ ସହ ରହୁଥିଲେ ସଲିମ । ଅନେକ ବର୍ଷ ହେବ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ସଲିମ ଦୁରାନୀ ପ୍ରଥମ କ୍ରିକେଟର ଯିଏକି ପ୍ରଥମ ଅର୍ଜୁନ ପୁରସ୍କାର ଜିତିଥିଲେ । 1960ରେ ସେ ଅର୍ଜୁନ କ୍ରୀଡା ସମ୍ମାନରେ ସମ୍ମାନିତ ହୋଇଥିଲେ । ଭାରତ ପାଇଁ ସେ 29ଟି ଟେଷ୍ଟ ମ୍ୟାଚ ଖେଳି 1202ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ 7ଟି ଅର୍ଦ୍ଧଶତକ ରହିଛି । ଏହାଛଡା ସେ 75ଟି ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ ।
ସ୍ପିନ ଅଲରାଉଣ୍ଡର ସଲିମ ଦୁରାନୀଙ୍କ ଜନ୍ମ 11 ଡିସେମ୍ବର 1934 ମସିହାରେ ଆଫଗାନିସ୍ତାନର କାବୁଲରେ ହୋଇଥିଲା । ମାତ୍ର 8 ବର୍ଷ ବୟସରେ ତାଙ୍କ ପରିବାର ପାକିସ୍ତାନ କରାଚିକୁ ଆସିଥିଲେ । ଏହାପରେ ଭାରତ ଓ ପାକିସ୍ତାନ ବିଭାଜନ ସମୟରେ ତାଙ୍କ ପରିବାର ଭାରତ ଆସିଥିଲେ । 60-70 ଦଶକରେ କ୍ରିକେଟରେ ଅଲରାଉଣ୍ଡର ପ୍ରଦର୍ଶନ କରି ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ । ଭାରତ କ୍ରିକେଟ ଇତିହାସରେ ଦୁରାନୀ ଜଣେ ଜବରଦସ୍ତ ଅଲରାଉଣ୍ଡର ଭାବରେ ଜଣାଶୁଣା ।
1960ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇ ଟେଷ୍ଟରେ ପଦାର୍ପଣ କରିଥିଲେ । ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ସଲିମ । 1961-62ରେ କୋଲକାତା ଏବଂ ମାଡ୍ରାସାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା 5 ମ୍ୟାଚ ବିଶିଷ୍ଟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା । ଏଥିରେ ସଲିମଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ସେ ଯଥାକ୍ରମେ 8ଟି ଓ 10ଟି ୱିକେଟ ହାସଲ କରିଥିଲେ ।
-
Salim Durani Ji was a cricketing legend, an institution in himself. He made a key contribution to India’s rise in the world of cricket. On and off the field, he was known for his style. Pained by his demise. Condolences to his family and friends. May his soul rest in peace.
— Narendra Modi (@narendramodi) April 2, 2023 " class="align-text-top noRightClick twitterSection" data="
">Salim Durani Ji was a cricketing legend, an institution in himself. He made a key contribution to India’s rise in the world of cricket. On and off the field, he was known for his style. Pained by his demise. Condolences to his family and friends. May his soul rest in peace.
— Narendra Modi (@narendramodi) April 2, 2023Salim Durani Ji was a cricketing legend, an institution in himself. He made a key contribution to India’s rise in the world of cricket. On and off the field, he was known for his style. Pained by his demise. Condolences to his family and friends. May his soul rest in peace.
— Narendra Modi (@narendramodi) April 2, 2023
ସଲିମ ଦୁରାନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, '' ସଲିମ ଦୁରାନୀ ଜଣେ କ୍ରିକେଟ ଲେଜେଣ୍ଡ ଥିଲେ । ସେ ଜଣେ ଅନୁଷ୍ଠାନ ଥିଲେ । ବିଶ୍ବରେ ଭାରତୀୟ କ୍ରିକେଟକୁ ପରିଚିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ନିଆରା କୌଶଳ ପାଇଁ ଜଣାଶୁଣା ଥିଲେ । ତାଙ୍କ ବିୟୋଗ ଦୁଃଖଦାୟକ । ଅମର ଆତ୍ମାର ସଦଗତି କାମନା କରୁଛି ।''
ଏହା ବି ପଢନ୍ତୁ...IPL 2023: ସୁପର ସନଣ୍ଡେରେ ସୁପର ଫାଇଟ, ରାଜସ୍ଥାନ-ହାଇଦ୍ରାବାଦ ଓ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା
କ୍ରିକେଟ ସହ ଫିଲ୍ମରେ ମଧ୍ୟ ଯାଦୁ ଦେଖାଇଛନ୍ତି ସଲିମ । ପରବିନ ବାବିଙ୍କ ସହ ଫିଲ୍ମରେ କାମ କରିଛନ୍ତି । 1973ରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ସଲିମ । ଏହାପରେ କ୍ରିକେଟରୁ ସନ୍ୟାସ ନେଇଥିଲେ । ଏହାପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରିଥିଲେ । ବଲିଉଡ ଫିଲ୍ମ 'ଚରିତ୍ର'ରେ ଅଭିନୟ କରିଥିଲେ । ଏଥିରେ ପରବିନ ବାବି ଅଭିନେତ୍ରୀ ଥିଲେ । 'ଏକ ମନସୁନ' ଫିଲ୍ମରେ ମଧ୍ୟ ନଜର ଆସିଥିଲେ ସଲିମ ।