ETV Bharat / sports

ମନୋଜ ପ୍ରଭାକର ନେପାଳ ମୁଖ୍ୟ କୋଚ୍‌

ନେପାଳ କ୍ରିକେଟ ଟିମର ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ପ୍ରଭାକର । ଅଧିକ ପଢନ୍ତୁ

ମନୋଜ ପ୍ରଭାକର ନେପାଳ ମୁଖ୍ୟ କୋଚ
ମନୋଜ ପ୍ରଭାକର ନେପାଳ ମୁଖ୍ୟ କୋଚ
author img

By

Published : Aug 9, 2022, 10:11 AM IST

କାଠମାଣ୍ଡୁ: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ମନୋଜ ପ୍ରଭାକର ନେପାଳ କ୍ରିକେଟ ଟିମର ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି । ନେପାଳ କ୍ରିକେଟ ଆସୋସିଏସନ (CAN) ସୋମବାର ଏହା ଘୋଷଣା କରଛି । ପୁବୁଡୁ ଦେଶନାଏକେ କାନାଡାର କୋଟ ହେବାକୁ ନେପାଳ ମୁଖ୍ୟ କୋଚ ପଦରୁ ଜୁଲାଇରେ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ପ୍ରଭାକର ଏହି ଗୁରୁଦାୟିତ୍ବ ତୁଲାଇବା ସହ ନେପାଳ କ୍ରିକେଟ ଟିମକୁ ନୂଆ ଦିଶା ଦେଖାଇବେ ବୋଲି ଆଶା କରାଯାଉଛି ।

2016ରେ ଆଫଗାନିସ୍ତାନର ବୋଲିଂ କୋଚ୍‌ ଭାବେ ଦାୟିତ୍ବ ତୁଲାଇଥିଲେ । ସେହି ସମୟରେ ଟି-20ରେ ଆଫଗାନିସ୍ତାନ ଭଲ ପ୍ରଦର୍ଶନ କରିଥିଲା । ବିଶ୍ବକପ 1984ରୁ 1996 ପ୍ରଭାକର ଭାରତ ପାଇଁ 39ଟି ଟେଷ୍ଟ, 130ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ପୂର୍ବରୁ ସେ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଦଳର କୋଚ୍‌ ଭାବେ ସଫଳତାର ସହ ଦାୟିତ୍ବ ସମ୍ପାଦନ କରିଥିଲେ । ସେ ବୋଲିଂ କୋଚ୍‌ ଥିବାବେଳେ ଦିଲ୍ଲୀ 2008ରେ ରଣଜୀ ଟ୍ରଫି ଚମ୍ପିଆନ ହୋଇଥିଲା ।

ନେପାଳ ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କ୍ରିକେଟ ୱାର୍ଲ୍ଡ ଲିଗ-2ରେ ସାମିଲ ରହିଛି । ପ୍ରଭାକର ନେପାଳ କ୍ରିକେଟକୁ ନୂଆ ସୋପାନରେ ପହଞ୍ଚାଇବେ ବୋଲି ଆଶା କରାଯାଉଛି । ନୂଆ ଦାୟିତ୍ବ ମିଳିବା ପରେ ନେପାଳ କ୍ରିକେଟ ଆସୋସିଏସନର ପରିଚାଳନା ଟିମକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଭାକର । ଏଥିସହ ନେପାଳର କ୍ରିକେଟ ପ୍ରଶଂସକ ତାଙ୍କୁ ସୁନ୍ଦର ସୁଯୋଗ ଦେଇଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.