ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟଲ ସଂଘର୍ଷପୂର୍ଣ୍ଣ ଟେଷ୍ଟ ସିରିଜ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ ।
-
Cricket at its best..Nothing can beat a well fought test series..The one in Australia and now this one ..The most skilfull form of cricket ..@BCCI
— Sourav Ganguly (@SGanguly99) September 5, 2021 " class="align-text-top noRightClick twitterSection" data="
@ICC
">Cricket at its best..Nothing can beat a well fought test series..The one in Australia and now this one ..The most skilfull form of cricket ..@BCCI
— Sourav Ganguly (@SGanguly99) September 5, 2021
@ICCCricket at its best..Nothing can beat a well fought test series..The one in Australia and now this one ..The most skilfull form of cricket ..@BCCI
— Sourav Ganguly (@SGanguly99) September 5, 2021
@ICC
ଉଭୟ ଟିମ ପଡିଆରେ ଅଦ୍ଭୁତପୂର୍ବ କ୍ରିକେଟ କୌଶଳର ନିଦର୍ଶନ ଦେଖାଇଥିବା କହିଛନ୍ତି BCCI ବସ୍ । ଉଭୟ ଟିମ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନର ପ୍ରତିନ୍ଦ୍ବନ୍ଦ୍ବୀତା ଓ ବିଜୟ ସଂଘର୍ଷ ଟେଷ୍ଟ କ୍ରିକେଟର ବିଜୟ ବୋଲି କହିଛନ୍ତି ଗାଙ୍ଗୁଲି । ଚଳିତ ସିରିଜ ୧-୧ରେ ବରାବର ରହିଥିବାବେଳେ ଚତୁର୍ଥ ଟେଷ୍ଟର ଫଳାଫଳ ସୋମବାର ସ୍ପଷ୍ଟ ହେବ।
୩୬୮ ରନ୍ର ବିଜୟ ଲକ୍ଷ୍ୟ ଘରୋଇ ଇଂଲଣ୍ଡ ସାମ୍ନାରେ ରଖିଛି ଭାରତ । ଅନ୍ୟପଟେ ଶେଷ ତଥା ପାଞ୍ଚ ଦିନରେ ସମସ୍ତ ୱିକେଟ ଦଖଲ କରିପାରିଲେ ସିରିଜରେ ୨-୧ରେ ଆଗୁଆ ହେବ ବିରାଟ ବାହିନୀ ।
ଭାରତ ପକ୍ଷରୁ ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଋଷଭ ପନ୍ତ ଓ ଶାର୍ଦ୍ଦୁଳ ଠାକୁର ୫୦ରୁ ଅଧିକ ରନ୍ ସଂଗ୍ରହ କରିବା ସହ ବ୍ୟାଟ୍ରେ କମାଲ କରିଛନ୍ତି । ନିମ୍ନକ୍ରମରେ ବୋଲର ଉମେଶ ଯାଦବ ଓ ଜଶପ୍ରୀତ ବୁମରା ମଧ୍ୟ ଯଥାକ୍ରମେ ୨୫ ଓ ୨୪ ରନ୍ର ଉପଯୋଗୀ ଯୋଗଦାନ ସହିତ ଭାରତର ଦ୍ବିତୀୟ ଇଂନିସ ସ୍କୋର ୪୬୬ରେ ପହଞ୍ଚାଇଥିଲେ । ଫଳରେ ଭାରତର ଲିଡ୍ ୩୬୭ ରନ ହୋଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ୱର୍କ୍ସ ୩ଟି ୱିକେଟ ଅକ୍ତିଆ କରିଥିଲେ ।
ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭୭/0 ସଂଗ୍ରହ କରିନେଇଥିଲା । ଫଳରେ ପଞ୍ଚମ ଦିନରେ ଇଂଲଣ୍ଡ ବିଜୟ ପାଇଁ ୨୯୧ ରନ ଆବଶ୍ୟକ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ