ETV Bharat / sports

Ind vs Eng test series: ତୃତୀୟ ଟେଷ୍ଟରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ମାର୍କ ଉଡ

author img

By

Published : Aug 23, 2021, 10:48 PM IST

ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡକୁ ଆଉ ଏକ ଝଟକା ଲାଗିଛି । ଫର୍ମରେ ଥିବା ଇଂଲଣ୍ଡ ଫାଷ୍ଟ ବୋଲର ମାର୍କ ଉଡ ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ...

Ind vs Eng test series: ତୃତୀୟ ଟେଷ୍ଟରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ମାର୍କ ଉଡ
Ind vs Eng test series: ତୃତୀୟ ଟେଷ୍ଟରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ମାର୍କ ଉଡ

ଲଣ୍ଡନ: ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡକୁ ଆଉ ଏକ ଝଟକା ଲାଗିଛି । ଫର୍ମରେ ଥିବା ଇଂଲଣ୍ଡ ଫାଷ୍ଟ ବୋଲର ମାର୍କ ଉଡ ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ଡାହାଣ କାନ୍ଧରେ ଆଘାତ ଯୋଗୁଁ ସେ ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ଏହାକୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସେ ଇଂଲଣ୍ଡ ଦଳ ସହ ରହିବେ । ଦ୍ବିତୀୟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା । ଏହାସତ୍ତ୍ବେ ସେ ଦମଦାର ବୋଲିଂ ପ୍ରଦର୍ଶନ କରି ଭାରତର ଟପ୍ ଅର୍ଡର ବ୍ୟାଟିଂ ଲାଇନକୁ ଧ୍ବସ୍ତ କରି ଦେଇଥିଲେ । ଏହାସତ୍ତ୍ବେ ଲୋୟର ଅର୍ଡର ବ୍ୟାଟସମ୍ୟାନ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ଏକ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇଥିଲେ । ଯାହା ଫଳରେ ଭାରତ ଲର୍ଡସ ଟେଷ୍ଟ ବିଜୟୀ ହୋଇ ପାରିଥିଲା ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର' ହୋଇଥିଲା । ତେବେ ଲର୍ଡସ ଟେଷ୍ଟ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ବିଜୟୀ ହେବା ସହ ସିରିଜରେ ଆଗୁଆ ରହିଥିଲା । ଅଗଷ୍ଟ ୨୫ ତାରିଖରେ ଲିଡ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ବିଜୟୀ ହେବାକୁ ଉଭୟ ଦଳ ଚେଷ୍ଟା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.