ETV Bharat / sports

Ind vs Eng 3rd test: ପ୍ରଥମ ଇନିଂସ, ଇଂଲଣ୍ଡ ୪୩୨ ରନରେ ଅଲ ଆଉଟ - ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ

ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୪୩୨ ରନ କରି ଅଲ ଆଉଟ ହୋଇଛି । ବର୍ତ୍ତମାନ ଭାରତ ଆଗରେ ୩୫୪ ରନ ଲିଡ ରହିଛି । ଅଧିକ ପଢ଼ନ୍ତୁ...

Ind vs Eng 3rd test: ପ୍ରଥମ ଇନିଂସରେ ଇଂଲଣ୍ଡ ୪୩୨ ରନରେ ଅଲ ଆଉଟ

author img

By

Published : Aug 27, 2021, 4:37 PM IST

ଲଣ୍ଡନ: ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୪୩୨ ରନ କରି ଅଲ ଆଉଟ ହୋଇଛି । ବର୍ତ୍ତମାନ ଭାରତ ଆଗରେ ୩୫୪ ରନ ଲିଡ ରହିଛି । ପ୍ରଥମ ଇଂନିସରେ ଭାରତୀୟ ଦଳ ମାତ୍ର ୭୮ ରନ କରି ଅଲ ଆଉଟ ହେବାପରେ ଦମଦାର ପ୍ରଦର୍ଶନ କରିଛି ଇଂଲଣ୍ଡ ଦଳ । ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋର ରୁଟ ସର୍ବାଧିକ ୧୨୧ ରନ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି ।

ଇଂଲଣ୍ଡ ଦଳର ଓପନିଂ ଯୋଡ଼ି ମଧ୍ୟରେ ୧୩୫ ରନ୍ ଭାଗିଦାରୀ ହୋଇଥିଲା । ଦୁଇ ଓପନର ରୋରି ବର୍ଣ୍ଣସ ଓ ହସିବ ହମିଦ ଯଥାକ୍ରମେ ୬୧ ଓ ୬୮ ରନ କରି ପାଭେଲିୟନ ଫେରିଥିଲେ । ଏହାପରେ ତୃତୀୟ ଡାଉନରେ ବ୍ୟାଟିଂ କରିବାକୁ ଆସିଥିବା ଡେଭିଡ ମଲାନ ମଧ୍ୟ ୭୦ ରନ ପାଳି ଖେଳି ଆଉଟ ହୋଇଥିଲେ । ତେବେ ଜୋ ରୁଟ ଲଗାତାର ଧୈର୍ଯ୍ୟର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ୫ ଟିକିଆ ଟେଷ୍ଟ ସିରିଜରେ ରୁଟଙ୍କ ଏହା ତୃତୀୟ ଶତକ ।

ତେବେ ଏହାପରେ କୌଣସି ବ୍ୟାଟ୍ସମ୍ୟାନ ଆଖି ଦୃଶିଆ ସ୍କୋର କରି ପାରିନଥିଲେ । ଅଲରାଉଣ୍ଡର କ୍ରେଗ ଓଭରଟନ ଓ ଜନି ବେୟାରଷ୍ଟୋଙ୍କ ୩୨ ଓ ୨୯ ରନ ଛାଡ଼ିଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲର ଆଗରେ ତିଷ୍ଠି ପାରିନଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ବୁମରା ଓ ରବିନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

୩୫୪ ରନର ବିଶାଳ ଲିଡ ପାର କରିବାକୁ ଭାରତ ପକ୍ଷରେ କଷ୍ଟକର ହେବ । ଦେଖିବାକୁ ବାକି ରହିଲା ଭାରତ ଦ୍ବିତୀୟ ଇନିଂସରେ କଣ କମାଲ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.