ନୂଆଦିଲ୍ଲୀ: ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ଶୋକରେ ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ପ୍ରତିଟି ଭାରତୀୟ ଲତା ଦିଦିଙ୍କ ବିୟୋଗରେ ମ୍ରିୟମାଣ । ଏପରିକି ପଡୋଶୀ ଦେଶରୁ ମଧ୍ୟ ଶୋକବାର୍ତ୍ତା ଆସିବାରେ ଲାଗିଛି । ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରି ମଧ୍ୟ ଟ୍ବିଟ୍ କରି ଶୋକବ୍ୟକ୍ତ କରିଛନ୍ତି ।
-
End of a golden era. Her magical voice and legacy will continue to live in the hearts of millions worldwide. An unparalleled icon!
— Babar Azam (@babarazam258) February 6, 2022 " class="align-text-top noRightClick twitterSection" data="
RIP Smt. Lata Mangeshkar Ji. pic.twitter.com/sOmhJtPT1I
">End of a golden era. Her magical voice and legacy will continue to live in the hearts of millions worldwide. An unparalleled icon!
— Babar Azam (@babarazam258) February 6, 2022
RIP Smt. Lata Mangeshkar Ji. pic.twitter.com/sOmhJtPT1IEnd of a golden era. Her magical voice and legacy will continue to live in the hearts of millions worldwide. An unparalleled icon!
— Babar Azam (@babarazam258) February 6, 2022
RIP Smt. Lata Mangeshkar Ji. pic.twitter.com/sOmhJtPT1I
ଏହି କ୍ରମରେ ପାକିସ୍ତାନ କ୍ରିକେଟ ଟିମର କ୍ୟାପେଟନ ବାବର ଆଜମ ମଧ୍ୟ ଏ ଭାବପୂର୍ଣ୍ଣ ଟ୍ବିଟ୍ କରିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, "ଏହା ଏକ ଯୁଗର ଅନ୍ତ, ତାଙ୍କର ଯାଦୁକରୀ ସ୍ବର ଓ ବ୍ୟକ୍ତିତ୍ବ ବିଶ୍ବବ୍ୟାପୀ ଅଗଣିତ ହୃଦୟରେ ବଞ୍ଚିରହିବ, ସେ ଜଣେ ଅଦ୍ବିତୀୟ ଆଇକନ୍ ।" ଏଥିସହ ଆଜମ କିମ୍ବଦନ୍ତୀ ଗାୟିକାଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଲତା ମଙ୍ଗେସକରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ଯେଉଁଠାରେ କିମ୍ବଦନ୍ତୀ ଗାୟିକା ଚିକିତ୍ସିତ ହେଉଥିଲେ ତଥା ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସଚିନ ସେଠାରେ ପହଞ୍ଚିଥିଲେ ।
ଏହାମଧ୍ୟ ପଢନ୍ତୁ: ସୁର ସାମ୍ରାଜ୍ଞୀଙ୍କୁ ସଚିନଙ୍କ ଶେଷ ଶ୍ରଦ୍ଧାଞ୍ଜଳି
ଭାରତ ପାଇଁ ରବିବାର ଏକ କଳାଦିନ ହୋଇଛି, ୯୨ ବର୍ଷରେ ସମସ୍ତ ଦେଶବାସୀଙ୍କ ପ୍ରିୟ ଭାରତ ରତ୍ନ ଲତା ମଙ୍ଗେସକର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । COVID-19ରେ ସଂକ୍ରମିତ ହେବାପରେ ତାଙ୍କୁ ଜାନୁଆରୀ ୮ ତାରିଖେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କୋଭିଡରୁ ସୁସ୍ଥ ହେଉଥିଲେ ମଧ୍ୟ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଶନିବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା ।
ସେପ୍ଟମ୍ବର ୨୮, ୧୯୨୯ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ଲତା । ତାଙ୍କର ସାତ ଦଶନ୍ଧିର କ୍ୟାରିୟରରେ ମେଲୋଡି କୁଇନ ଏକହଜାରରୁ ଉର୍ଦ୍ଧ୍ବ ହିନ୍ଦୀ ଗୀନ ରେକର୍ଡ କରିଛନ୍ତି । କେବଳ ସେତିକି ନୁହେଁ ବିଦେଶୀ ଭାଷା ସହିତ ୩୬ରୁ ଅଧିକ ଆଞ୍ଚଳିତ ଭାରତୀୟ ଭାଷାରେ ସେ ଗୀତ ଗାଇଛନ୍ତି ।