ପାର୍ଲ: ପ୍ରଥମ ଦିନିକିଆରେ ଭାରତ ବିପକ୍ଷରେ ଦମ୍ଦାର ଶତକ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବଭୁମା ଓ ମଧ୍ୟକ୍ରମ ବ୍ୟାଟର ଭାନ ଡେର ଡୁସେନ । ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭ ପରେ ଦଳ ୱିକେଟ ହରାଇବା ଆରମ୍ଭ କରିଥିଲା । ପରେ ଡୁସେନଙ୍କ ସହ ମିଶି ବାବୁମା ଏକ ଶତକୀୟ ଭାଗଦାରୀ କରିଥିଲେ । ଯାହା ଫଳରେ ଦଳୀୟ ସ୍କୋର୍ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା ।
ଏକଦା ଦକ୍ଷିଣ ଆଫ୍ରିକା ୩ ୱିକେଟ ହରାଇ ୬୮ ରନ୍ କରିଥିଲା । ଏହାପରେ ଡୁସେନ ପଡ଼ିଆକୁ ଆସି ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ । ବାବୁମା ଓ ଡୁସେନଙ୍କ ସଟ୍ର ଜବାବ୍ ଦେବାରେ ସକ୍ଷମ ହୋଇ ପାରିନଥିଲେ ଭାରତୀୟ ବୋଲର । ରାଶି ଭାନ ଡେର ଡୁସେନ ୮୩ଟି ବଲ୍ରୁ ଶତକ ହାସଲ କରିଥିଲେ । ସେହିଭଳି ବାବୁମା ୧୩୧ ବଲ୍ରେ ଶତକ ହାସଲ କରିଥିଲ ବାବୁମା । ଭାରତ ବିପକ୍ଷରେ ଚତୁର୍ଥ ୱିକେଟ ପାଇଁ ଏହା ସର୍ବାଧିକ ଭାଗିଦାରୀ ହୋଇ ପାରିଛି । ଦୁହିଁଙ୍କ ମଧ୍ୟରେ 204 ରନର 4ର୍ଥ ଓ୍ବିକେଟ ପାଇଁ ଭାଗିଦାରୀ ହୋଇଛି । ଏହା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ସର୍ବାଧିକ 4ର୍ଥ ଓ୍ବିକେଟ ପାଇଁ ପାର୍ଟନରସିପ୍ ।
ବାବୁମାଙ୍କ ଶତକରେ ୮ଟି ଚୌକା ସାମିଲ ରହିଥିଲା । ସେହିଭଳି ରାଶି ଭାନ ଡେର ଡୁସେନଙ୍କ ଶତକରେ ୮ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ରନ୍ ଖର୍ଚ୍ଚ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ