କୋଲକାତା: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ନେଇ ସକରାତ୍ମକ ଭବିଷ୍ୟବାଣୀ କରିଛନ୍ତି BCCI ବସ୍ ସୌରଭ ଗାଙ୍ଗୁଲି । ଭାରତୀୟ ଟିମର ସଫଳ କୋଚ୍ ହେବାପାଇଁ ଦ୍ରାବିଡଙ୍କ ପାଖେ ସମସ୍ତ ଦକ୍ଷତା ରହିଛି ଓ ସେ ଭାରତର କୋଚ୍ ଭାବେ ସ୍ମରଣୀୟ କାମ କରିବେ ବୋଲି କହିଛନ୍ତି ଗାଙ୍ଗୁଲି ।
ଦ୍ରାବିଡଙ୍କ "ଯତ୍ନଶୀଳ ଏବଂ ବୃତ୍ତିଗତ" ମନୋଭାବ ହେଉଛି ଏକ ଉପାଦାନ ଯାହାକି ଭାରତୀୟ ଟିମର ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ସହାୟକ ହେବ । ଏହା କହିଛନ୍ତି ଗାଙ୍ଗୁଲି । ଗତବର୍ଷ ଟି୨୦ ବିଶ୍ବକପ ଶେଷ ପରେ BCCI ମୁଖ୍ୟ ଭାବରେ ଦ୍ରାବିଡଙ୍କୁ ଭାରତୀୟ କୋଚ୍ ବନାଇବାରେ ଗାଙ୍ଗୁଲିଙ୍କ ବିଶେଷ ଭୁମିକା ରହିଥିଲା ।
ତେବେ ଏକ କାର୍ଯ୍ୟକ୍ରମରେ ଦ୍ରାବିଡଙ୍କୁ ପୂର୍ବତନ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କ ସହିତ ତୁଳନା କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ସେମାନେ ଭିନ୍ନ ଓ ଭିନ୍ନ ବ୍ୟକ୍ତିତ୍ବ । ଜଣେ ନିଜର କାମ ଆରମ୍ଭ କରିଛନ୍ତି ଓ ଜଣେ ତାଙ୍କର କାର୍ଯ୍ୟ ସର୍ବକାଳୀନ ଶ୍ରେଷ୍ଠ ଭାବେ ଶେଷ କରିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ