ETV Bharat / sports

Cricket World Cup 2023: ସେମି ଦୌଡ଼ରୁ ପାକ୍‌ ବିଦା, ଏମିତି ଲେଖିଲେ ସେହୱାଗ୍‌

ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ପରେ ସେମି ଦୌଡ଼ରୁ ଏକ ପ୍ରକାର ବାଦ ପଡ଼ିଛି ପାକିସ୍ତାନ । ଏହାପରେ ସୋସିଆଲ ମିଡିଆରେ ପାକ୍‌ ଦଳର ମଜା ଉଡ଼ାଉଛନ୍ତି ପ୍ରଶଂସକ । ବିଶେଷ କରି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ମଜାଦାର ପୋଷ୍ଟ 'ପାକିସ୍ତାନ ଜିନ୍ଦାଭାଗ୍‌' ହେଉଛି ଭାଇରାଲ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 10, 2023, 5:31 PM IST

ପାକିସ୍ତାନର ମଜା ଉଡ଼ାଇଲେ ସେହୱାଗ
ପାକିସ୍ତାନର ମଜା ଉଡ଼ାଇଲେ ସେହୱାଗ

ହାଇଦ୍ରାବାଦ: ଗୁରୁବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର ଏହି ବିଜୟ ସହ ଚଳିତ ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନର ଅଭିଯାନ ପ୍ରାୟତଃ ଶେଷ ହୋଇଛି । ସେମିଫାଇନାଲରେ ପ୍ରବେଶ କରିବା ଏବେ ଦଳ ପକ୍ଷରେ ଅସମ୍ଭବ । ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନର କେବଳ ଇଂଲଣ୍ଡ ସହ ଆଉ ଗୋଟିଏ ମ୍ୟାଚ୍‌ ବାକି ଅଛି । ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୮୭ ରନ୍‌ର ବଡ଼ ମାର୍ଜିନ୍‌ରେ ଜିତିବାକୁ ହେବ । କିମ୍ବା ଟାର୍ଗେଟ୍‌ର ପିଛା କରି ପ୍ରାୟ ୩ ଓଭରରେ ବିଜୟ ହାସଲ କରିବାକୁ ହେବ । ଯାହା ପାକିସ୍ତାନ ପାଇଁ ଅସମ୍ଭବ । ଏଭଳି ଅବସ୍ଥା ପରେ ସୋସିଆଲ ମିଡିଆରେ ପାକିସ୍ତାନ ଦଳକୁ କଟାକ୍ଷ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ।

  • Pakistan ki khaas baat hai ki jis team ko Pakistan support karti hai, woh team Pakistan ki tarah khelne lagti hai 😂.
    Sorry Sri Lanka. https://t.co/Qv960oju2m

    — Virender Sehwag (@virendersehwag) November 10, 2023 " class="align-text-top noRightClick twitterSection" data=" ">

ପାକିସ୍ତାନ ପାଇଁ ସେମି ରାସ୍ତା ଅସମ୍ଭବ: ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଶ୍ରୀଲଙ୍କା । ୪୬.୪ ଓଭରରେ ୧୭୧ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଥିଲା ଶ୍ରୀଲଙ୍କା । ଜବାବରେ କେବଳ ୨୩.୨ ଓଭରରେ ୫ ୱିକେଟ୍‌ ହରାଇ ଏହି ଟାର୍ଗେଟ ହାସଲ କରନେଇଥିଲା କେନ୍‌ ୱିଲିୟମସନ୍‌ଙ୍କ ନ୍ୟୁଜିଲାଣ୍ଡ । ଫଳରେ ପାକିସ୍ତାନର ସେମି ଆଶା ଧୂଳିସାତ ହୋଇଛି । ବାବର ବାହିନୀକୁ ସେମିକୁ ଯିବାକୁ ହେଲେ ବଡ଼ ସ୍କୋର୍‌ରେ ବିଜୟ ହାସଲ କରିବାକୁ ହେବ । ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ତାର ଶେଷ ଲିଗ ମ୍ୟାଚ୍‌ ଖେଳିବେ । ଏହି ମ୍ୟାଚରେ ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୦୦ ରନ ସଂଗ୍ରହ କରେ, ତେବେ ଇଂଲଣ୍ଡକୁ ୧୩ ରନ୍‌ରେ ଅଟକାଇବାକୁ ପଡ଼ିବ । ଯଦି ପଛରେ ବ୍ୟାଟିଂ କରେ, ତେବେ ବାବର ବାହିନୀକୁ କେବଳ ୨.୪ ଓଭରରେ ଟାର୍ଗେଟ୍‌ ହାସଲ କରିବାକୁ ପଡ଼ିବ । ଯାହା ସମ୍ଭବ ମନେ ହେଉନାହିଁ । ତେଣୁ ଚଳିତ ବିଶ୍ବକପରୁ ବାବରବାହିନୀ ଏକ ପ୍ରକାର ବାଦ ପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଅସମ୍ଭବ ପାକିସ୍ତାନ ସେମି ସମୀକରଣ, ଚିନ୍ତାରେ ବାବରବାହିନୀ

  • " class="align-text-top noRightClick twitterSection" data="">

ପାକିସ୍ତାନର ମଜା ଉଡ଼ାଇଲେ ସେହୱାଗ୍‌: ପାକ୍‌ ଦଳର ଏଭଳି ଅବସ୍ଥାକୁ ନେଇ ଭାରତୀୟ କ୍ରିକେଟ ପ୍ରଶଂସକମାନେ ସୋସିଆଲ ମିଡିଆରେ ବେଶ ମଜା ଉଡ଼ାଉଛନ୍ତି । ପାକିସ୍ତାନ କ୍ରିକେଟ ଦଳ ଉପରେ ଅନେକ ମିମ୍‌ ପ୍ରସ୍ତୁତ କରାଯାଉଛି । କେତେକ ସୋସିଆଲ ମିଡିଆ ୟୁଜର ଲେଖୁଛନ୍ତି, "ପାକିସ୍ତାନ କରାଚି ବିମାନବନ୍ଦର ପାଇଁ ଯୋଗ୍ୟତା ଅର୍ଜନ କରିଛି" । ତେବେ ଏହି ପ୍ରସଙ୍ଗରେ ସବୁଠାରୁ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ । ସେ ତାଙ୍କ ଏକ୍ସରେ 'ବାଏ ବାଏ ପାକିସ୍ତାନ' ଲେଖାଥିବା ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପ୍ସନରେ 'ପାକିସ୍ତାନ ଜିନ୍ଦାଭାଗ' ବୋଲି ଲେଖିଛନ୍ତି । ଏହି ପୋଷ୍ଟକୁ ପୁଣିଥରେ ରିପ୍ଲାଇ ଦେଇ ସେ ଲେଖିଛନ୍ତି, "ପାକିସ୍ତାନର ଏକ ଖାସ କଥା ହେଉଛି, ଯେଉଁ ଦଳକୁ ପାକିସ୍ତାନ ସମର୍ଥନ କରୁଛି ସେହି ଦଳ ପାକିସ୍ତାନ ଭଳି ଖେଳିବା ଆରମ୍ଭ କରି ଦେଉଛି । ଶ୍ରୀଲଙ୍କା ପାଇଁ ଦୁଃଖିତ ।" ସେହୱାଗ୍‌ଙ୍କ ଏଭଳି ମଜାଦାର ଟ୍ବିଟ୍‌କୁ ପ୍ରଶଂସକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.