ETV Bharat / sports

Cricket World Cup 2023: ବିଶ୍ବକପ୍‌ରେ ପୁଣି ବିପର୍ଯ୍ୟୟ, ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇଲା ନେଦରଲ୍ୟାଣ୍ଡ - ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇଲା ନେଦରଲ୍ୟାଣ୍ଡ

ବିଶ୍ବକପ୍‌ ୨୦୨୩ରେ ପୁଣି ବିପର୍ଯ୍ୟୟ । ଇନ୍‌-ଫର୍ମ ଦକ୍ଷିଣ ଆଫ୍ରିକାକୁ ୩୮ ରନ୍‌ରେ ହରାଇଲା ନେଦରଲ୍ୟାଣ୍ଡ । ୪୩ ଓଭର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ନେଦରଲ୍ୟାଣ୍ଡ ୮ ୱିକେଟ୍‌ ହରାଇ ୨୪୫ ରନ ସଂଗ୍ରହ କରିଥିଲା । ଜବାବରେ ଡଚ୍‌ ବୋଲରଙ୍କ ଆଗରେ ସଙ୍ଘର୍ଷ କରି ୨୦୭ ରନରେ ସମସ୍ତ ୱିକେଟ୍‌ ହରାଇଛି ଦକ୍ଷିଣ ଆଫ୍ରିକା । ଅଧିକ ପଢ଼ନ୍ତୁ

ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲ୍ୟାଣ୍ଡ
ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲ୍ୟାଣ୍ଡ
author img

By ETV Bharat Odisha Team

Published : Oct 17, 2023, 11:07 PM IST

ଧର୍ମଶାଳା: ବିଶ୍ବକପ୍‌ ୨୦୨୩ରେ ଆଜି ପୁଣି ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ପରାସ୍ତ କରିଛି ନେଦରଲ୍ୟାଣ୍ଡ । ଆଜି ବର୍ଷା ବ୍ୟାଘାତରୁ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିବାରୁ ନିର୍ଦ୍ଧାରିତ ଓଭରରୁ ୭ ଓଭର ଲେଖାଏଁ ବାଦ ଦିଆଯାଇଥିଲା । ଫଳରେ ଉଭୟ ଦଳ ୫୦ ଓଭର ପରିବର୍ତ୍ତେ ୪୩ ଓଭର ଲେଖାଏଁ ଖେଳିଥିଲେ । ତେବେ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ସ୍କଟ୍‌ ଏଡୱାର୍ଡ୍ସଙ୍କ ବିସ୍ଫୋରକ ପାଳି ବଳରେ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୨୪୫ ରନ କରିଥିଲା ନେଦରଲ୍ୟାଣ୍ଡ । ଜବାବରେ ୪୨.୫ ଓଭରରେ କେବଳ ୨୦୭ ରନରେ ସମସ୍ତ ୱିକେଟ ହରାଇଛି ଦକ୍ଷିଣ ଆଫ୍ରିକା । ଫଳରେ ନେଦରଲ୍ୟାଣ୍ଡ ବିଶ୍ବକପ୍‌ ୨୦୨୩ର ପ୍ରଥମ ବିଜୟ ସହ ଇନ୍‌-ଫର୍ମ ଦକ୍ଷିଣ ଆଫ୍ରିକାକୁ ହରାଇ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ।

ନେଦରଲ୍ୟାଣ୍ଡ ବ୍ୟାଟିଂ: ଆଜି ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଟେମ୍ବା ବାଭୁମା । ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା ନେଦରଲ୍ୟାଣ୍ଡ ଦଳୀୟ ସ୍କୋର ୨୨ ରନ ହୋଇଥିବା ବେଳେ ପ୍ରଥମ ୱିକେଟ୍‌ ହରାଇଥିଲା । କେବଳ ୨ ରନ କରି ପାଭିଲିୟନ ଫେରିଥିଲେ ଓପନର ବିକ୍ରମଜିତ ସିଂହ । ଏହାପରେ ତୁରନ୍ତ ମାକ୍ସ ଓଡ୍‌ୱଡ୍‌ ମଧ୍ୟ ଆଉଟ୍‌ ହୋଇଥିଲେ । ତେବେ ସେ ୧୮ ରନର ପାଳି ଖେଳିଥିଲେ । କଲିନ ଅକରମାନ୍‌ ୧୩ ରନ କରି ଆଉଟ୍‌ ହୋଇଥିବାବେଳେ ବସ ଡିଲେଡ୍‌ ୨ ରନ କରି ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ଅଧିନାୟକ ସ୍କଟ୍‌ ଏଡୱାର୍ଡ୍ସ ପାଳିକୁ ସମ୍ଭାଳି ଆଗକୁ ନେଉଥିବାବେଳେ ଅନ୍ୟପଟେ ଦଳୀୟ ବ୍ୟାଟରମାନେ ନିଜ ୱିକେଟ ହରାଇ ଚାଲିଥିଲେ । ସାଇବ୍ରାଣ୍ଡ ଏଞ୍ଜେଲବ୍ରେଚ୍‌ ୧୯, ତେଜା ନିଦାମାନୁରୁ ୨୦, ଲୋଗାନ ଭାନ୍‌ ବିକ୍‌ ୧୦ ଓ ରୋଇଲୋଫ ଭାନ୍‌ଡେର୍‌ ମେରୱେ ୨୯ ରନ କରି ଆଉଟ୍‌ ହୋଇଥିଲେ । ତେବେ ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସ ୬୯ ବଲରୁ ୧୦ ଚୌକା ଓ ଗୋଟିଏ ଛକା ସହ ସର୍ବାଧିକ ୭୮ ରନର ଲଢ଼ୁଆ ପାଳି ଖେଳି ଦଳୀୟ ସ୍କୋରକୁ ୨୪୫ ରନରେ ପହଞ୍ଚାଇଥିଲେ । ଶେଷକୁ ଆର୍ଯ୍ୟାନୁ ଦତ୍ତ ୯ ବଲରୁ ୨୩ ରନର ବିସ୍ଫୋରକ ପାଳି ଖେଳି ଦଳୀୟ ଖାତାରେ ଉପଯୋଗୀ ଯୋଗଦାନ ଦେଇଥିଲେ ।

ଦକ୍ଷିଣ ଆଫ୍ରିକା ବୋଲିଂ: ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି, କାଗିସୋ ରାବାଡା ଓ ମାର୍କୋ ଜାନ୍‌ସେନ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ଗେର୍ଲାଡ୍‌ କଏଜି ଓ କେଶବ ମହାରାଜଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଏମାନଙ୍କ ମଧ୍ୟରୁ ମାର୍କୋ ଜାନ୍‌ସେନ୍‌ ଆଜି ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ୮ ଓଭର ବୋଲିଂ କରିଥିବା ବେଳେ ସେ କେବଳ୨୭ ରନ ବ୍ୟୟରେ ୨ଟି ସଫଳତା ହାତେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୪୩ ଓଭର ମ୍ୟାଚ୍‌-ସ୍କଟ୍‌ ଏଡୱାଡ୍ସଙ୍କ ଲଢ଼ୁଆ ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୨୪୬

ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ଏହାପରେ ଇନ୍‌-ଫର୍ମ ଦକ୍ଷିଣ ଆଫ୍ରିକାକୁ ହ୍ୟାଟ୍ରିକ୍‌ ବିଜୟ ପାଇଁ ୪୩ ଓଭରରେ ୨୪୬ ରନର ଆବଶ୍ୟକତା ରହିଥିଲା । ହେଲେ ଦଳର ଷ୍ଟାର ଓପନର କ୍ବିଣ୍ଟନ ଡିକକ୍‌ଙ୍କୁ ପ୍ରଥମେ ଆଉଟ୍‌ କରିଥିଲେ କଲିନ୍‌ ଅକରମାନ୍ । ଡିକକ୍‌ କେବଳ ୨୦ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ୧୬ ରନ କରିଥିବା ଅଧିନାୟକ ବାଭୁମା ମଧ୍ୟ ତୁରନ୍ତ ଆଉଟ୍‌ ହୋଇଥିଲେ । ରସି ଭାନ୍‌ଡେର ଡୁସେନ୍‌ ଓ ଏଡେନ୍‌ ମାର୍କ୍ରମ ଯଥାକ୍ରମେ ୪ ଓ ୧ ରନ କରି ପାଭିଲିୟନ ଫେରିବା ପରେ ଦଳ ସଙ୍କଟରେ ପଡ଼ିଥିଲା । ଦଳୀୟ ସ୍କୋର ୪୪ ରନ ବେଳକୁ ଦଳ ୪ଟି ବହୁମୂଲ୍ୟ ୱିକେଟ୍‌ ହରାଇ ସାରିଥିଲା । ଏହାପରେ ହେନ୍‌ରିଚ୍‌ କ୍ଲାସିନ ଓ ଡେଭିଡ୍‌ ମିଲର ଯଦିଓ କିଛି ସମୟ ପାଳି ସମ୍ଭାଳିଥିଲେ, ହେଲେ ୨୮ ରନ କରି କ୍ଲାସିନ୍‌ ପ୍ରଥମେ ମିଲରଙ୍କ ହାତ ଛାଡ଼ି ପାଭିଲିୟନ ଫେରିଯାଇଥିଲେ । ଅନ୍ୟପଟେ ମିଲର ସଙ୍ଘର୍ଷପୂର୍ଣ୍ଣ ୪୩ ରନ କରି ଆଉଟ୍‌ ହୋଇଥିଲେ । ମାର୍କୋ ଜାନ୍‌ସେନ୍‌ ୯ ଓ ଗେର୍ଲାଡ୍‌ ୨୨ ରନ କରିବାରେ ସକ୍ଷମ ହୋଇଥିଲେ । ଗୋଟିଏ ପଟେ କେଶବ ମହାରାଜ ପାଳିକୁ ଶେଷ ପର୍ଯ୍ୟନ୍ତ ନେବାକୁ ଚେଷ୍ଟା ଚଳାଇଥିବାବେଳେ ୯ ରନ କରି ରାବାଡା ଆଉଟ୍‌ ହୋଇଥିଲେ । ତେବେ ଲୁଙ୍ଗି ଏନ୍‌ଗିଡି (୭) ଶେଷ ପର୍ଯ୍ୟନ୍ତ କେଶବଙ୍କ ସାଥ ଦେବାକୁ ଚେଷ୍ଟା କରିଥିଲେ । କେଶବ ୩୭ ବଲରୁ ୫ ଚୌକା ଓ ଗୋଟିଏ ଛକା ବଳରେ ସଙ୍ଘର୍ଷପୂର୍ଣ୍ଣ ୪୦ ରନ କରି ଆଉଟ୍‌ ହୋଇଥିଲେ ।

ନେଦରଲ୍ୟାଣ୍ଡ ବୋଲିଂ: ନେଦରଲ୍ୟାଣ୍ଡ ପକ୍ଷରୁ ଆଜି ବେଶ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଲୋଗାନ୍‌ ଭାନ୍‌ ବିକ୍‌ ସର୍ବାଧିକ ୩ଟି ୱିକେଟ୍‌ ହାସଲ କରିଥିବାବେଳେ ପଲ୍‌ ଭାନ୍‌ ମୀକେରେନ୍, ରୋଇଲୋଫ ଭାନ୍‌ଡେର୍‌ ମେରୱେ ଓ ବସ୍‌ ଡିଲେଡ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । କଲିନ୍‌ ଅକରମାନ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.