ETV Bharat / sports

Cricket World Cup 2023: ଜାଣନ୍ତୁ ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ କ୍ୟାଚ୍‌, ତାଲିକାରେ ରହିଛନ୍ତି ୨ ଭାରତୀୟ

ଗୋଟିଏ ଟିମ୍‌କୁ ମ୍ୟାଚ୍‌ ଜିତାଇବାରେ ଯେତିକି ଭୂମିକା ବ୍ୟାଟର ଓ ବୋଲରଙ୍କର ରହିଥାଏ, ସେତିକି ଜଣେ ଫିଲ୍ଡରର ମଧ୍ୟ ରହିଥାଏ । ତେବେ ବିଶ୍ବକପ୍‌ ୨୦୨୩ ଆରମ୍ଭ ପୂର୍ବରୁ ନଜର ପକାନ୍ତୁ ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ କ୍ୟାଚ୍‌ ଉପରେ । ଅଧିକ ପଢ଼ନ୍ତୁ...

Top 5 Catches in World Cup history
ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ କ୍ୟାଚ୍‌
author img

By ETV Bharat Odisha Team

Published : Oct 3, 2023, 8:28 PM IST

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ ଆରମ୍ଭ ହେବାକୁ ଯାଉଥିବାବେଳେ କ୍ରିକେଟପ୍ରେମୀମାନଙ୍କ ସହ ଏଥିରେ ଭାଗ ନେବାକୁଯାଉଥିବା ଖେଳାଳିମାନେ ମଧ୍ୟ ବେଶ ଉତ୍ସାହର ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭକୁ ଅପେକ୍ଷା କରିଛନ୍ତି । ଯେପରି କୌଣସି କ୍ରିକେଟ୍ ମ୍ୟାଚ୍ ଜିତିବାରେ ବ୍ୟାଟିଂ ଏବଂ ବୋଲିଂ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ସେହିଭଳି ଖେଳାଳିଙ୍କ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ରିକେଟରେ ଏକ କଥା ଅଛି 'କ୍ୟାଚ୍ ହିଁ ତୁମକୁ ମ୍ୟାଚ୍ ଜିତାଏ' । ଆଜି ଆମେ ଆପଣଙ୍କୁ ବିଶ୍ବକପ୍‌ ଇତିହାସର ୫ଟି ସର୍ବଶ୍ରେଷ୍ଠ କ୍ୟାଚ୍‌ ବିଷୟରେ କହିବାକୁ ଯାଉଛୁ ।

(୧) ସେଲଡନ୍‌ କଟ୍ରେଲ: ୱେଷ୍ଟଇଣ୍ଡିଜ୍ ଖେଳାଳି ସେଲଡନ୍ କଟ୍ରେଲଙ୍କ କ୍ୟାଚ୍ ବିଶ୍ବକପ୍ ଇତିହାସରେ ସର୍ବଶ୍ରେଷ୍ଠ କ୍ୟାଚ୍ ଭାବେ ବିବେଚନା କରାଯାଏ । ବିଶ୍ବକପ୍ ୨୦୧୯ରେ କଟ୍ରେଲ୍ ଅଷ୍ଟ୍ରେଲୀୟ ବ୍ୟାଟର ଷ୍ଟିଭ୍ ସ୍ମିଥ୍ଙ୍କ ସଟ୍‌ରେ ଏକ ଚମତ୍କାର କ୍ୟାଚ୍ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ୱେଷ୍ଟଇଣ୍ଡିଜ୍ ପେସର ଓଶାନ ଥୋମାସଙ୍କ ବଲରେ ସ୍ମିଥ ୱିକେଟରୁ ବାହାରି ଲଙ୍ଗ୍‌-ଅନ୍‌ ଅଞ୍ଚଳରେ ଛକା ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାଉଣ୍ଡରିରେ ଫିଲ୍ଡିଂ କରୁଥିବା କଟ୍ରେଲ ଅନେକ ଦୂରରୁ ଦୌଡ଼ି ଆସି ଆଶ୍ଚର୍ଯ୍ୟଜନକ ଭାବେ ବଲକୁ ଧରିଥିଲେ । ଯଦିଓ ଏହାପରେ ସେ ଭାରସାମ୍ୟ ହରାଇ ସୀମା ବାହାରକୁ ଚାଲିଯାଇଥିଲେ, ହେଲେ ପୁନର୍ବାର ଭିତରକୁ ଡେଇଁ ଏହି ଆଶ୍ଚର୍ଯ୍ୟଜନକ କ୍ୟାଚ୍ ନେଇଥିଲେ କଟ୍ରେଲ । ଏପରିକି ବ୍ୟାଟର ସ୍ମିଥ୍ ମଧ୍ୟ ଏହି କ୍ୟାଚ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଲେ । ସେତେବେଳେ ସ୍ମିଥ ୭୩ ରନ କରି ଆଉଟ୍‌ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସରେ ସବୁଠାରୁ ଅଧିକ ଛକା ମାରିଥିବା ୫ ବ୍ୟାଟର, ଜାଣନ୍ତୁ କିଏ

(୨) ଷ୍ଟିଭ୍‌ ସ୍ମିଥ୍‌: ବିଶ୍ବକପ୍‌ ଇତିହାସରେ ଦ୍ବିତୀୟ ଶ୍ରେଷ୍ଠ କ୍ୟାଚ୍ ଅଷ୍ଟ୍ରେଲୀୟ ଭେଟେରାନ ଖେଳାଳି ଷ୍ଟିଭ୍ ସ୍ମିଥ୍‌ଙ୍କ ନାମରେ ରହିଛି । ବିଶ୍ବକପ୍ ୨୦୧୫ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସ୍ମିଥ୍ ଫାଇନ୍‌-ଲେଗ୍‌ରେ ଫିଲ୍ଡିଂ କରୁଥିବାବେଳେ ଟମ୍ ଲାଥମଙ୍କ ସଟ୍‌ରେ ଏହି ଚମତ୍କାର କ୍ୟାଚ୍ ନେଇଥିଲେ । ପେସର ମିଚେଲ ଷ୍ଟାର୍କଙ୍କ ବଲରେ ଲାଥମ ଏକ ବଡ଼ ସଟ୍‌ ମାରିଥିଲେ । ହେଲେ ଫାଇନ୍‌ ଲେଗ୍‌ରେ ଫିଲ୍ଡିଂ କରୁଥିବା ସ୍ମିଥ୍ ହଠାତ ଡାହାଣ ପଟକୁ ଡାଇଭ୍‌ ମାରି ଏକ ଚମତ୍କାର କ୍ୟାଚ୍ ଧରିଲେ । ସେହି ମ୍ୟାଚ୍‌ରେ ଲାଥମ୍ କେବଳ ୧୪ ରନ୍‌ କରି ପାଭିଲିୟନ ଫେରିଥିଲେ ।

(୩) ଜେସି ରାଇଡର: ବିଶ୍ବକପ ଇତିହାସରେ ତୃତୀୟ ଶ୍ରେଷ୍ଠ କ୍ୟାଚ୍ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଲରାଉଣ୍ଡର ଜେସି ରାଇଡର୍‌ ବିଶ୍ବକପ୍‌ ୨୦୧୧ରେ ଧରିଥିଲେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସେ ପଏଣ୍ଟରେ ଫିଲ୍ଡିଂ କରୁଥିଲେ । ପେସର୍ ଟିମ୍ ସାଉଦୀଙ୍କ ବଲରେ ଉପୁଲ ଥରଙ୍ଗା ବଲ୍‌କୁ ପଏଣ୍ଟ୍‌ ଉପରେ ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପଏଣ୍ଟରେ ଫିଲ୍ଡିଂ କରୁଥିବା ରାଇଡର୍‌ ତାଙ୍କ ବାମ ପଟକୁ ଡେଇଁପଡି ବାମ ହାତରେ ଏକ ଚମତ୍କାର କ୍ୟାଚ୍ ନେଇଥିଲେ । ୩୦ ରନ୍‌ରେ ବ୍ୟାଟିଂ କରୁଥିବା ଅପୁଲ ତରଙ୍ଗାଙ୍କ ଇନିଂସକୁ ସେହିଠାରେ ଶେଷ କରିଦେଇଥିଲେ ଜେସି ରାଇଡର ।

(୪) ଅଜୟ ଜାଡେଜା: ବିଶ୍ବକପ୍‌ ଇତିହାସରେ ଚତୁର୍ଥ ଚମତ୍କାର କ୍ୟାଚ୍ ଭାରତର ପୂର୍ବତନ ଖେଳାଳି ଅଜୟ ଜାଡେଜା ନେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୧୯୯୨ ବିଶ୍ବକପ ମ୍ୟାଚ୍‌ରେ କପିଲ ଦେବଙ୍କ ବଲରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡର ମାରିଥିବା ସଟ୍‌ରେ ଚମତ୍କାର କ୍ୟାଚ୍ ନେଇଥିଲେ ଜାଡେଜା । ଜାଡେଜା ଡିପ୍‌ ଏକ୍ସଟ୍ରା କଭରରେ ବାଉଣ୍ଡରି ଲାଇନ୍‌ରେ ଫିଲ୍ଡିଂ କରୁଥିଲେ । କପିଲ ଦେବଙ୍କ ବଲରେ ଏକ ଛକା ମାରିବାକୁ ଚେଷ୍ଟା କରିଥିଲେ ବର୍ଡର, କିନ୍ତୁ ବଲ୍‌ଟି ବାଉଣ୍ଡରି ଭିତରେ ବାଉନ୍ସ ହୋଇ ଅଧିକ ଉପରକୁ ଉଠିଯାଇଥିଲା । ଏହାପରେ ଜାଡେଜା ଜୋରରେ ଦୌଡ଼ିବାକୁ ଲାଗିଲେ । ଦୀର୍ଘ ଦୂରତା ଅତିକ୍ରମ କରି ଡାଇଭ୍‌ ମାରିବା ପରେ ଏକ ଆଶ୍ଚର୍ଯ୍ୟଜନକ କ୍ୟାଚ୍ ନେଇଥିଲେ । ଜାଡେଜାଙ୍କ ଏହି କ୍ୟାଚ୍ ଆଇସିସି ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ କ୍ୟାଚ୍‌ ମଧ୍ୟରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ୫ ବୋଲର କିଏ, ତାଲିକାରେ ନାହାନ୍ତି ଜଣେ ବି ଭାରତୀୟ

(୫) କପିଲ ଦେବ: କ୍ରିକେଟ୍ ବିଶ୍ବକପ୍ ଇତିହାସରେ ପଞ୍ଚମ ଶ୍ରେଷ୍ଠ କ୍ୟାଚ୍ ରହିଛି ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ନାମରେ । ୧୯୮୩ ମସିହାରେ ଲର୍ଡସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶ୍ବକପ୍‌ ଫାଇନାଲରେ କପିଲ ଦେବ ଏହି ଚମତ୍କାର କ୍ୟାଚ୍ ନେଇଥିଲେ । ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ବ୍ୟାଟର ଭିଭ୍‌ ରିଚାର୍ଡସ ଭାରତର ପୂର୍ବତନ ପେସର ମଦନ ଲାଲଙ୍କ ବଲରେ ଏକ ଛକା ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଲଟି ପଡ଼ିଆ ଭିତରେ ବାଉନ୍ସ ହୋଇଯାଇଥିଲା । କପିଲ ଦେବ ସ୍କୋୟାର ଲେଗ୍‌ରେ ଫିଲ୍ଡିଂ କରୁଥିଲେ । କପିଲ ଏହାକୁ ଧରିବା ପାଇଁ ପଛକୁ ଦୌଡ଼ିଯାଇ ଏକ ଚମତ୍କାର ନେଇଥିଲେ । ଫିଲ୍ଡରମାନଙ୍କ ପାଇଁ ପଛୁଆ ଦୌଡ଼ି କ୍ୟାଚ୍‌ ନେବା ସବୁବେଳେ କଷ୍ଟକର ହୋଇଥାଏ । କିନ୍ତୁ କପିଲ ଦେବ ଏଭଳି କ୍ୟାଚକୁ ଅତି ସହଜରେ ଧରିନେଇଥିଲେ । ଏହି କ୍ୟାଚ୍ ୧୯୮୩ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା । ଯାହାର ଫଳସ୍ବରୂପ ଭାରତ ପ୍ରଥମ ଥରପାଇଁ ଦିନିକିଆ କ୍ରିକେଟ୍‌ ଚମ୍ପିଆନ୍ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.