ETV Bharat / sports

World cup 2023: ରାତି ପାହିଲେ ଭାରତ-ପାକିସ୍ତାନ ଫାଇଟ୍‌, ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆ

author img

By ETV Bharat Odisha Team

Published : Oct 13, 2023, 11:48 AM IST

ଆସନ୍ତାକାଲି(ଶନିବାର) ଆଇସିସି କ୍ରିକେଟ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ ରହିଛି । ଏ ନେଇ ଭାରତୀୟ କ୍ରିକେଟ ଦଳ ଅହମ୍ମଦାବାଦରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

World cup 2023 IND VS PAK
World cup 2023 IND VS PAK

World cup 2023 IND VS PAK

ଅହମ୍ମଦାବାଦ: ଅକ୍ଟୋବର 5 ତାରିଖରୁ 13ତମ କ୍ରିକେଟ ବିଶ୍ବକପ ଆରମ୍ଭ ହୋଇଛି । ହେଲେ କ୍ରିକେଟ ପ୍ରେମୀ ଯେଉଁ ମ୍ୟାଚକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ତାହା ହେଉଛି ଭାରତ ପାକିସ୍ତାନ ମୁକାବିଲା । ରାତି ପାହିଲେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମୁକାବିଲା ଖେଳାଯିବ । ଅହମ୍ମଦାବାଦର 1, 32,000 ଦର୍ଶକ କ୍ଷମତା ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ହେବ । ଏହା ଚଳିତ ବିଶ୍ବକପର 12ତମ ଏହା ମ୍ୟାଚ୍‌ । ଏ ନେଇ ଭାରତୀୟ କ୍ରିକେଟ ଟିମ୍‌ ଅହମ୍ମଦାବାଦରେ ପହଞ୍ଚିଛି ।

ଭାରତ ପଲ୍ଲା ଭାରି: ପାକିସ୍ତାନ ବିପକ୍ଷ ମୁକାବିଲା ପାଇଁ ମେନ୍‌ ଇନ୍‌ ବ୍ଲୁ' ଅହମ୍ମଦାବାଦରେ ପହଞ୍ଚିଛି । ପୂର୍ବରୁ ଶୁଭମନ ଗିଲ ମଧ୍ୟ ନେଟ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସେ ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ଅନୁସାରେ ପାକିସ୍ତାନ ବିପକ୍ଷରେ ଭାରତ ପଲ୍ଲା ଭାରି ରହିଛି । ଶେଷ 7ଟି ବିଶ୍ବକପ ମ୍ୟାଚରେ ଭାରତ ବାଜିମାତ କରିଛି । ପାକିସ୍ତାନ ଗୋଟିଏ ବି ମ୍ୟାଚ୍‌ ଜିତି ନାହିଁ । ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରି ପରମ୍ପରା ବଜାୟ ରଖିବାକୁ ଯୋଜନା କରିଛି ।

ନିୟୋଜିତ ହେବେ 11,000 ସୁରକ୍ଷାକର୍ମୀ : ଭାରତ ପାକିସ୍ତାନ ହାଇପ୍ରୋଫାଇଲ କ୍ରିକେଟ ମ୍ୟାଚକୁ ବିଶ୍ବବ୍ୟାପୀ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । 1 ଲକ୍ଷ 32 ହଜାର ଦର୍ଶକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିରାପତ୍ତା ବ୍ୟବସ୍ଥା ପାଇଁ 11 ହଜାର ସୁରକ୍ଷାକର୍ମୀ ନିୟୋଜିତ ହେବେ । 7 ହାଜର ପୋଲିସ କର୍ମୀ ଓ 4 ହଜାର ହୋମଗାର୍ଡଙ୍କୁ ନିୟୋଜିତ କରାଯିବ । ଖେଳାଳି, ଭିଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ଏସଆରପିଏଫସ ଆଫଏଏଫ ଓ ଏନଏସଜିଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ଏହା ବି ପଢନ୍ତୁ...Cricket World Cup 2023: ବିଶ୍ବକପରେ ପାକ୍ ବିପକ୍ଷରେ ଅପରାଜେୟ ଭାରତ, ମୋଟ 7ଟି ମ୍ୟାଚରେ ଧୂଳି ଚାଟିଛି ପାକିସ୍ତାନ

ବର୍ଷା ଆଶଙ୍କା: ବିଶ୍ବକପର ବହୁ ଚର୍ଚ୍ଚିତ ମ୍ୟାଚ ଆସନ୍ତାକାଲି(ଶନିବାର) ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ସମଗ୍ର ବିଶ୍ବର ଏହି ମ୍ୟାଚ ଉପରେ ନଜର ରହିଛି । କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏହି ହାଇଭୋଲ୍ଟେଜ ମୁକାବିଲାକୁ ନେଇ ଉତ୍ସାହିତ ଅଛନ୍ତି । ମାତ୍ର ବର୍ଷା ପାଣି ଫସର ଫଟାଇ ଦେବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅହମ୍ମଦାବାଦରେ ଝିପିଝିପ ବର୍ଷା ଲାଗି ରହିବ । ପାଗ କୋହଲା ରହିବ । ତେବେ ଯଦି ବର୍ଷା ହୁଏ ସର୍ବ ବୃହତ୍ ଷ୍ଟାଡିୟମ୍‌ରେ ବର୍ଷା ପାଣି ନିଷ୍କାସନ ପାଇଁ ଉନ୍ନତ ବ୍ୟବସ୍ଥା ରହିଛି ।

ଏହା ବି ପଢନ୍ତୁ...Cricket World Cup 2023: ଭାରତ-ପାକିସ୍ତାନ ମ୍ୟାଚ ପାଇଁ ହୋଟେଲ ଭଡା ଆକାଶ ଛୁଆଁ

ଝୁମିବେ ଦର୍ଶକ: ଚଳିତ 13ତମ ବିଶ୍ବକପରେ ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଥିଲା । ମାତ୍ର ଭାରତ ପାକିସ୍ତାନ ମ୍ୟାଚ ପୂର୍ବରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛି ବିସିସିଆଇ । ଭାରତ ପାକିସ୍ତାନ ହାଇବୋଲ୍ଟେଜ ମ୍ୟାଚ୍‌ ପୂର୍ବରୁ ଧମାକାଦାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବେ । ଭାରତ ପାକିସ୍ତାନ ବିଶ୍ବକପ୍‌ ମ୍ୟାଚରେ କ୍ରିକେଟପ୍ରେମୀ ଉଦଘାଟନୀ ଝଲକ ପାଇବେ । ଏହି ମ୍ୟାଚ୍‌ ପୂର୍ବରୁ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରିବ ବିସିସିଆଇ । ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ଅରିଜିତ ସିଂ, ସୁଖବିନ୍ଦର ସିଂ ଓ ଶଙ୍କର ମହାଦେବନ ସଙ୍ଗୀତ ପରିବେଶଣ କରିବେ । ଭାରତ ପାକିସ୍ତାନ ମ୍ୟାଚରେ ଝୁମିବେ ଦର୍ଶକ । ଅପରାହ୍ନ 12ଟା 30ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.