ETV Bharat / sports

ବିଶ୍ବକପ୍‌ ୨୦୨୩: ସେମି ଓ ଫାଇନାଲ୍‌ରେ ବାଧକ ସାଜିବନି ବର୍ଷା, ICC ଘୋଷଣା କଲା ରିଜର୍ଭ ଡେ' - ଆଇସିସି ଘୋଷଣା କଲା ରିଜର୍ଭ ଡେ

ବୁଧବାର ଖେଳାଯିବ ICC ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ । ତେବେ ବର୍ଷା କିମ୍ବା ଅନ୍ୟ କାରଣରୁ ସେମି କିମ୍ବା ଫାଇନାଲ୍‌ ମ୍ୟାଚ୍‌ ଧୋଇଗଲେ, ଏହାର ପରଦିନ ମ୍ୟାଚ୍‌ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରିଛି ଆଇସିସି । ଅଧିକ ପଢ଼ନ୍ତୁ

ସେମି ଓ ଫାଇନାଲ୍‌ରେ ବାଧକ ସାଜିବନି ବର୍ଷା
ସେମି ଓ ଫାଇନାଲ୍‌ରେ ବାଧକ ସାଜିବନି ବର୍ଷା
author img

By ETV Bharat Odisha Team

Published : Nov 14, 2023, 4:07 PM IST

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଗତ ୧୨ ନଭେମ୍ବରରେ ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଏହା ପୂର୍ବରୁ ସେମି ଲଢ଼େଇ ଚୂଡ଼ାନ୍ତ ହୋଇସାରିଛି । ନଭେମ୍ବର ୧୫ (ବୁଧବାର) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବାକୁ ଥିବାବେଳେ ନଭେମ୍ବର ୧୬ (ଗୁରୁବାର) ଖେଳାଯିବ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ । ଏହାପରେ ୧୯ ନଭେମ୍ବରରେ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ । ଏହାକୁ ନେଇ ସାରା ବିଶ୍ବରେ କ୍ରିକେଟପ୍ରେମୀଙ୍କ ସହିତ ୪ ଦେଶର ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଭରିଲାଣି । ତେବେ ସମସ୍ତେ ଅପେକ୍ଷା କରିଥିବା ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ଦିନରେ ଯଦି ବର୍ଷା ହୁଏ ବା ଅନ୍ୟ କୌଣସି କାରଣରୁ ଖେଳ ସମ୍ପୂର୍ଣ୍ଣ ହୋଇନପାରେ, ତେବେ ଏଥିପାଇଁ ମଧ୍ୟ ବିକଳ୍ପ ବ୍ୟବସ୍ଥା କରିଛି ଆଇସିସି ।

  • 💰 Prize money awarded
    🗓️ Schedule and reserve days
    📺 How to watch every match

    Your one-stop shop for everything about the #CWC23 knockout stage ⬇️https://t.co/z5Z2nBPupA

    — ICC Cricket World Cup (@cricketworldcup) November 14, 2023 " class="align-text-top noRightClick twitterSection" data=" ">

ନ୍ୟୁଜିଲାଣ୍ଡଠାରୁ ଭାରତ ଆଗରେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ବୁଧବାର ନଭେମ୍ବର ୧୫ ତାରିଖରେ ମୁମ୍ବାଇର ୱାଙ୍ଖେଡ଼େରେ ଖେଳାଯିବ । ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଯେତେବେଳେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ, ଏହି ମ୍ୟାଚ୍‌ରେ ଭାରତ ବାଜି ମାରି ନେଇଥିଲା । ଏକମାତ୍ର ଦଳ ଭାବେ ଭାରତ ସମସ୍ତ ୯ଟି ମ୍ୟାଚ୍‌ ଜିତି ଅପରାଜେୟ ଭାବେ ଲିଗ୍‌ ପର୍ଯ୍ୟାୟ ଅଭିଯାନ ଶେଷ କରିଛି । ଏହି ପର୍ଯ୍ୟାୟରେ ଭାରତ ଏହାର ଅଧିକାଂଶ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିବାବେଳେ ନ୍ୟୁଜିଲାଣ୍ଡ ଏକମାତ୍ର ଦଳ ଭାବେ ଘରୋଇ ଦଳକୁ ଟକ୍କର ଦେଇଥିଲା । ତେଣୁ ସେମିଫାଇନାଲରେ ଉଭୟ ଦଳ ମଧ୍ୟରେ ମୁକାବିଲା ବେଶ ରୋମାଞ୍ଚକର ହୋଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023 IND VS NZ Semi: 2500 ଟଙ୍କାର ଟିକେଟ 25 ହଜାରରେ ବିକ୍ରି, ଜଣଙ୍କୁ ବାନ୍ଧିଲା ପୋଲିସ

ରିଜର୍ଭ ଡେ ଘୋଷଣା କଲା ଆଇସିସି: ଏହି ହାଇପ୍ରୋଫାଇଲ୍‌ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍‌ ଓ ଫାଇନାଲ୍ ମ୍ୟାଚ୍‌ରେ ଯଦି ବର୍ଷା କିମ୍ବା ଅନ୍ୟ କିଛି କାରଣରୁ ମ୍ୟାଚ୍‌ ସମ୍ପୂର୍ଣ୍ଣ ହୋଇନପାରେ, ତେବେ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ବନି । କାରଣ ଏହି ବଡ଼ ମ୍ୟାଚ୍‌ ଗୁଡ଼ିକ ପାଇଁ ରିଜର୍ଭ ଡେ' ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) । ଅର୍ଥାତ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଯଦି ନଭେମ୍ବର ୧୫ ତାରିଖରେ ପ୍ରଭାବିତ ହୋଇ ସମ୍ପୂର୍ଣ୍ଣ ନହୁଏ, ତେବେ ନଭେମ୍ବର ୧୬ ତାରିଖରେ ମ୍ୟାଚ୍ ସମ୍ପୂର୍ଣ୍ଣ ହେବ । ସେହିପରି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ୍ ସହିତ ଫାଇନାଲ୍‌ ମ୍ୟାଚ୍‌ ପାଇଁ ମଧ୍ୟ ସମାନ ଭାବରେ ରିଜର୍ଭ ଡେର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ସେମି ଲଢ଼େଇ ପାଇଁ ଅମ୍ପାୟାର ଘୋଷଣା କଲା ଆଇସିସି, ଜାଣନ୍ତୁ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଦାୟିତ୍ବ କାହାର

କେତେ ମିଳିବ ପୁରସ୍କାର ?: ଏହି ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ବାବଦକୁ ମୋଟ ୧୦ ମିଲିୟନ ଆମେରିକୀୟ ଡଲାର ଘୋଷଣା କରାଯାଇଛି । ୧୯ ନଭେମ୍ବରରେ ଅହମ୍ମଦାବାଦ୍‌ରେ ଚମ୍ପିଆନ୍‌ ଦଳକୁ ୪ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିବାକୁ ଥିବାବେଳେ ରନର୍‌ ଅପ୍‌ ଦଳକୁ ୨ ମିଲିୟନ୍‌ ଆମେରିକୀୟ ଡଲାର୍ ମିଳିବ । ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ ଜିତି ସେମିଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ଦଳଗୁଡିକ ପାଇଁ ଆଇସିସି ୪୦,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.