ETV Bharat / sports

Cricket World Cup 2023: ଇବ୍ରାହିମଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ 292ରନ ଟାର୍ଗେଟ ଦେଲା ଆଫଗାନିସ୍ତାନ

ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନ ବ୍ୟାଟରଙ୍କ ଲଢ଼ୁଆ ବ୍ୟାଟିଂ । ପ୍ରଥମେ ବ୍ୟାଟିଂ କରି ଇବ୍ରାହିମ ଜଦ୍ରାନଙ୍କ ଶତକୀୟ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ହରାଇ ୨୯୧ ରନ କରିଛି ଆଫଗାନିସ୍ତାନ । ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୯୨ ରନ ଆବଶ୍ୟକ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 7, 2023, 5:54 PM IST

Updated : Nov 7, 2023, 6:06 PM IST

Afghanistan set a target of 292 against Australia
ଅଷ୍ଟ୍ରେଲିଆ ଆଗରେ ଲଢ଼ୁଆ ୨୯୧ ରନ କଲା ଆଫଗାନିସ୍ତାନ

ମୁମ୍ବାଇ: ଚଳିତ ବିଶ୍ବକପ୍‌ ୨୦୨୩ରେ ଆଫଗାନିସ୍ତାନର ଦମଦାର ପ୍ରଦର୍ଶନ ଜାରି ରହିଛି । ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଲଢ଼ୁଆ ପ୍ରଦର୍ଶନ କରିଛି ଆଫଗାନିସ୍ତାନ । ପ୍ରଥମ ଆଫଗାନୀ ବ୍ୟାଟର ଭାବେ ବିଶ୍ବକପ୍‌ରେ ଓପନର ଇବ୍ରାହିମ ଜଦ୍ରାନ ଦମଦାର ଶତକ ହାସଲ କରିଛନ୍ତି । ଜଦ୍ରାନଙ୍କ ୧୨୯ ରନର ଅପରାଜିତ ପାଳି ଓ ରସିଦ ଖାନଙ୍କ ୩୫ ରନର ବିସ୍ଫୋରକ ପାଳି ବଳରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୯୧ ରନର ଲଢ଼ୁଆ ସ୍କୋର କରିଛି ଆଫଗାନିସ୍ତାନ । ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୯୨ ରନ ଆବଶ୍ୟକ ।

ଆଫଗାନିସ୍ତାନ ବ୍ୟାଟିଂ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଆଫଗାନିସ୍ତାନ ଅଧିନାୟକ ହସମତୁଲ୍ଲା ଶାହିଦି । ଦୁଇ ଓପନର ମଧ୍ୟ ଦଳକୁ ଭଲ ଆରମ୍ଭ ଦେଇଥିଲେ । ହେଲେ ଦଳୀୟ ସ୍କୋର ୩୮ ରନ ହୋଇଥିବାବେଳେ ଇନ୍‌-ଫର୍ମ ଓପନର ରେହମାନୁଲ୍ଲା ଗୁରବାଜ୍‌ ୨୧ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଇବ୍ରାହିମ ଜଦ୍ରାନଙ୍କ ସହ ମିଶି ୩୦ ରନ ସଂଗ୍ରହ କରି ଆଉଟ୍‌ ହୋଇଥିଲେ ରେହମତ ଶାହ । ଗୋଟିଏ ପଟେ ଇବ୍ରାହିମ ଜଦ୍ରାନ ପାଳିକୁ ସମ୍ଭାଳି ଆଗକୁ ନେଉଥିବାବେଳେ ଅନ୍ୟପଟେ ବ୍ୟାଟରମାନେ ତାଙ୍କ ସହ ଛୋଟ ଛୋଟ ଭାଗିଦାରୀ କରି ଆଉଟ୍‌ ହୋଇଯାଇଥିଲେ । ଅଧିନାୟକ ହସମତୁଲ୍ଲା ଶାହିଦି ଓ ୨୬ ଓ ଆଜମତୁଲ୍ଲା ଓମରଜାଇ ୨୨ ରନ କରି ପାଭିଲିୟନ ଫେରିଥିଲେ । ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନବୀ କେବଳ ୧୨ ରନ କରିବାରେ ସକ୍ଷମ ହୋଇଥିଲେ । ଶେଷରେ ରସିଦ ଖାନ ଆସି କଙ୍ଗାରୁ ବୋଲରଙ୍କ ଧୁଲେଇ ଆରମ୍ଭ କରିଥିଲେ । ଜଦ୍ରାନ ୧୪୩ ବଲରୁ ୮ ଚୌକା ଓ ୩ ଛକା ସହ ୧୨୯ ରନର ଅପରାଜିତ ପାଳି ଖେଳି ଇତିହାସ ରଚିଥିଲେ । ପ୍ରଥମ ଆଫଗାନୀ ବ୍ୟାଟର ଭାବେ ସେ ବିଶ୍ବକପ୍‌ ଶତକ ହାସଲ କରିଥିଲେ । ଅନ୍ୟପଟେ ରସିଦ ଖାନ କେବଳ ୧୮ ବଲରୁ ୨ ଚୌକା ଓ ୩ ଛକା ବଳରେ ୩୫ ରନ୍‌ର ଧୂଆଁଧାର ପାଳି ଖେଳି ଦଳୀୟ ସ୍କୋରକୁ ୨୯୧ରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ମୁକାବିଲା, ସେମିଫାଇନାଲ ପାଇଁ ହେବ ଜୋରଦାର ଲଢେଇ

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜଲେଉଡ୍‌ ବେଶ ଶୃଙ୍ଖଳିତ ବୋଲିଂ କରିଥିଲେ । ସେ ୯ ଓଭରରେ ୩୯ ରନ ବ୍ୟୟରେ ଦଳ ପାଇଁ ସର୍ବାଧିକ ୨ଟି ୱିକେଟେ ଅକ୍ତିଆର କରିଥିଲେ । ମିଚେଲ ଷ୍ଟାର୍କ ଓ ଆଡାମ ଜାମ୍ପାଙ୍କ ସମେତ ଆହତରୁ ସୁସ୍ଥ ହୋଇ ଦଳକୁ ଫେରିଥିବା ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଦଳ ପାଇଁ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 7, 2023, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.