ETV Bharat / sports

World cup 2023: ନା ଥିଲା ଷ୍ଟାଡିୟମ ନା ମିଳିଥିଲା ସମର୍ଥନ, ଏହା ପରେ ବି ଚମ୍ପିଆନ ଦଳକୁ ଧୂଳି ଚଟାଉଛି ଆଫଗାନିସ୍ତାନ

author img

By ETV Bharat Odisha Team

Published : Oct 25, 2023, 10:48 AM IST

କ୍ରିକେଟ ବିଶ୍ବକପ 2023ରେ ବଡ଼ ବପର୍ଯ୍ୟୟ ଘଟାଇ ପାକିସ୍ତାନକୁ 8 ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ କ୍ରିକେଟ ଦଳ । ଏନେଇ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଜାଣନ୍ତି କି 2 ବର୍ଷ ପୂର୍ବରେ ଟି20 ବିଶ୍ବକପ ନେଇ ଦଳକୁ କୌଣସି ପ୍ରାୟୋଜକ ମିଳି ନଥିଲା । ତେବେ କିପରି ଗଠନ ହୋଇଥିଲା ଆଫଗାନିସ୍ତାନ କ୍ରିକେଟ୍‌ ଦଳ କିପରି ଏତେ ଆଗକୁ ଆସିଲା ଏହି ଟିମ୍‌ ଏ ତମାମ ବିଷୟରେ ଜାଣିବାକୁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

cricket world cup 2023
Afghanistan Cricket Team Explainer

ହାଇଦ୍ରାବାଦ: ଅକ୍ଟୋବର 23 ତାରିଖ ଏହା ଆଫଗାନିସ୍ତାନ କ୍ରିକେଟ ଦଳ ପାଇଁ ସ୍ବର୍ଣ୍ଣିମ ଇତିହାସରେ ଲେଖା ହୋଇ ରହିବ । ଆଇସିସି କ୍ରିକେଟ ବିଶ୍ବକପ 2023 ଭଳି ମେଗା ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ଲିଗ୍‌ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଇତିହାସ ରଚିଛି । ବିଶ୍ବକପର ଏହା ଦଳର ତୃତୀୟ ବିଜୟ । ଚୀର ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ 8 ୱିକେଟରେ ପରାସ୍ତ କରି ଦଳ ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ପରେ ଦଳକୁ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । ଦଳକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଗଣମାଧ୍ୟମର ଲାଇମ ଲାଇଟରେ ରହିଛି ଦଳ । 2019 ବିଶ୍ବକପରେ ଦଳ ଇଂଲଣ୍ଡକୁ 69ରନରେ ହରାଇଥିଲା । ଦଳର ଏପରି ପ୍ରଦର୍ଶନ ପରେ ଦଳକୁ ଦୁର୍ବଳ ଭାବିବା ମୁର୍ଖାମୀ ହେବ ବୋଲି ଅନେକ କ୍ରିକେଟ କିମ୍ବଦନ୍ତୀ ଆକଳନ କରିଛନ୍ତି । ତେବେ ଆଫଗାନିସ୍ତାନ ଦଳ କିପରି ଗଠନ ଦେଲା କଣ ସଂଘର୍ଷ କରିବାକୁ ପଡିଛି ତାହା ଉପରେ ଏକ ସ୍ବତନ୍ତ୍ର ରିପୋର୍ଟ ।

ଆଫଗାନିସ୍ତାନ କ୍ରିକେଟ ଟିମର ଗଠନ: କୁହାଯାଏ କି ଆଫଗାନିସ୍ତାନରେ କ୍ରିକେଟ ଇତିହାସ 1839ରୁ ରହିଛି ଯେବେ କାବୁଲରେ ବ୍ରିଟିଶ କିଛି ମ୍ୟାଚ ଖେଳିଥିଲେ । ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଗଠନ 1995ରେ ହୋଇଥିଲା । ଯେଉଁଥିରେ ପାକିସ୍ତାନରେ ଆଫଗାନ ଶରଣାର୍ଥୀ ଦ୍ବାରା ସ୍ଥାପିତ ହୋଇଥିଲା । 2001ରେ ଆଇସିସି ସଦସ୍ୟ ହେଲା ପରେ 2013ରେ ଆଇସିସି ଆସୋସିଏଟ ସଦସ୍ୟ ହୋଇଥିଲା ଦଳ । ଆଫଗାନିସ୍ତାନରୁ ଯୁଦ୍ଧ ହେବା ପରେ ଦେଶରେ କ୍ରିକେଟ ଖେଳିବା ନେଇ ସମସ୍ୟା ଉପୁଜିଥିଲା । ଘରୋଇ ମ୍ୟାଚ ଅନ୍ୟ ଦେଶରେ ଖେଳିବାକୁ କୁହାଯାଇଥିଲା । ଭାରତ ସହ ଆଫଗାନିସ୍ତାନର ଭଲ ସମ୍ପର୍କ ପାଇଁ ବିସିସିଆଇ ଅନୁମତି ଦେଇଥିଲା । ଆଫଗାନିସ୍ତାନ ତାର ସମସ୍ତ ମ୍ୟାଚର ଆୟୋଜନ ଭାରତରେ କରିଥାଏ । ନୋଏଡା ଓ ଡେରାଡୁନରେ ମ୍ୟାଚ୍‌ ଆୟୋଜିତ କରିଥାଏ ।

ଆଫଗାନିସ୍ତାନକୁ ଭାରତର ସମର୍ଥନ: ଭାରତ ଆଫଗାନିସ୍ତାନର ମିତ୍ର ଦେଶ । ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଛି । ଆଫଗାନିସ୍ତାନରେ କୌଣସି ଘରୋଇ ଷ୍ଟାଡିୟମ ନାହିଁ ତେଣୁ ଭାରତ ଦେଶରେ 2ଟି ଷ୍ଟାଡିୟମ ତିଆରି କରିବାକୁ ପଦକ୍ଷେପ ନେଇଥିଲା । କନ୍ଧାର ଓ ମଦାର ଏ ସରିଫରେ ଦୁଇଟି ଷ୍ଟାଡିୟମ ହେଉଛି । ଏ ନେଇ ଭାରତ ସରକାର 2014ରେ 10 ଲକ୍ଷ ଡଲାର ଟଙ୍କା ମଞ୍ଜୁର କରିଥିଲେ । ଭାରତ କୋଳରେ ଆଫଗିନାସ୍ତାନ ଆଗକୁ ବଢିଥିବା କୁହାଯାଏ । ବିସିସିଆଇ ଦଳକୁ ଯଥା ସମ୍ଭବ ସହାୟତା କିରଛି । ଦଳର ଏହି ଯାତ୍ରା ଏତେ ସହଜ ନଥିଲା ବହୁ ବାଧା ବିଘ୍ନ ସତ୍ତ୍ବେ ଦଳର ତାର ଦୃଢ ଇଚ୍ଛା ଶକ୍ତି ପାଇଁ ସଫଳତା ହାସଲ କରିଛି ।

ଏହା ବି ପଢନ୍ତୁ...Cricket World Cup 2023: ପାକିସ୍ତାନକୁ ହରାଇବା ପରେ ଉତ୍ସାହିତ ଆଫଗାନିସ୍ତାନ, ନେଇପାରିବ କି ସେମି ଟିକେଟ୍‌ ?

ଏହା ବି ପଢନ୍ତୁ...Cricket World Cup 2023: ପାକିସ୍ତାନର ବିପର୍ଯ୍ୟୟ ଜାରି, ୮ ୱିକେଟ୍‌ରେ ଆଫଗାନିସ୍ତାନର ଐତିହାସିକ ବିଜୟ

2015ରେ ପ୍ରଥମ ଥର ଖେଳିଥିଲା ବିଶ୍ବକପ: ଆଇସିସି ସଦସ୍ୟ ହେବା ପୂର୍ବରୁ ଆଫଗାନିସ୍ତାନ କ୍ରିକେଟ ଟିମ ଘରୋଇ କ୍ରିକେଟର ଦ୍ବିତୀୟ କ୍ଲାସ ମ୍ୟାଚ ଖେଳୁଥିଲା । 2011 ବିଶ୍ବକପରେ ଦଳ କ୍ବାଲିଫାୟ କରି ପାରିନଥିଲା । 2015ରେ ଦଳ ବିଶ୍ବକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଥିଲା । ଏଥିରେ 2ଟି ମ୍ୟାଚ ହାରିବା ପରେ ତୃତୀୟ ମ୍ୟାଚରେ ସ୍କଟଲାଣ୍ଡକୁ ପରାସ୍ତ କରି ଖାତା ଖୋଲିଥିଲା । ଆଫଗାନିସ୍ତାନ କ୍ରିକେଟ ଟିମ 2009-10 ଏବଂ 2015-17ରେ ଆଇସିସିର ଇଣ୍ଟରକଣ୍ଟିନେଣ୍ଟାଲ କପ ଜିତିଥିଲା । 2011-13ରେ ଉପବିଜେତା ହୋଇଥିଲା । ଏହା ପରେ ଦଳ ଡିଭିଜନ -5, 4 ଓ 3ର ଚମ୍ପିଆନ ହୋଇଥିଲା । ଏହା ପରେ 2017ରେ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲା । ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ଟେଷ୍ଟ ମାନ୍ୟତା ତାଲିକାରେ 11 ଓ 12ତମ ସ୍ଥାନରେ ରହିଛନ୍ତି ।

ତାଲିବାନ ସରକାରଙ୍କ ମିଳିନାହିଁ ସମର୍ଥନ: ପାକିସ୍ତାନ ବିପକ୍ଷରେ ବିଜୟ ହାସଲ ପରେ ଦଳକୁ ଭରପୁର ପ୍ରଶଂସା ମିଳୁଛି । ମାତ୍ର ଦଳକୁ ତାର ସରକାରଙ୍କ ସମର୍ଥନ ମିଳି ନାହିଁ । ସରକାରଙ୍କୁ ଖେଳ ଆକାରରେ କ୍ରିକେଟକୁ ପସନ୍ଦ କରନ୍ତା ମାତ୍ର ଏହାକୁ ଆଗକୁ ବଢିବାକୁ କୌଣସି ପ୍ରୟାସ କରି ନାହାନ୍ତି । ବୋର୍ଡକୁ ଆଇସିସି ଏବଂ ଏସିସି ବ୍ୟତୀତ ବିସିସିଆଇ ଏବଂ ଅନ୍ୟ ଦେଶର କ୍ରିକେଟ ବୋର୍ଡରୁ ଟଙ୍କା ମିଳେ । ଅନ୍ୟ ଆଫଗାନ ଖେଳାଳି ଆୟୋଜିତ ଟି20 ଲିଗ୍‌ରେ ଖେଳନ୍ତି ।

ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା: ଆଫଗାନିସ୍ତାନ ତାର ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା । 2018 ଜୁନରେ ବେଙ୍ଗାଲୁରୁରେ ଏହି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । 2 ଦିନ ମଧ୍ୟରେ ଏହି ଟେଷ୍ଟ ଶେଷ ହୋଇଥିଲା । ଆଫଗାନିସ୍ତାନ 262 ରନ୍‌ରେ ପରାସ୍ତ ହୋଇଥିଲା । ଦଳରେ ଅନେକ ଷ୍ଟାର୍‌ ଖେଳାଳି ଅଛନ୍ତି ଯିଏ ବଡ଼ବଡ଼ ଦଳକୁ ଟକ୍କର ଦେଇଛନ୍ତି । ମହମ୍ମଦ ନବୀ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ 5052 ରନ୍‌ କରିଥିବା ଖେଳାଳି । ସ୍ପିନର ରାସିଦ ଖାନ 340 ୱିକେଟ୍‌ ହାସଲକାରୀ ଆଫଗାନିସ୍ତାନ କ୍ରିକେଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.