ETV Bharat / sports

ଧୋନିଙ୍କୁ ନେଇ ସାମ୍ବାଦିକଙ୍କୁ ଯୁବିଙ୍କ ଜବାବ: ‘ଆପଣଙ୍କ ମହାନ ଚୟନକର୍ତ୍ତାଙ୍କୁ ପଚାରନ୍ତୁ’ - ଧୋନି

ଧୋନିଙ୍କ ଭବିଷ୍ୟତ ନେଇ ସାମ୍ବାଦିକଙ୍କୁ ଜବାବ ଦେଲେ ଯୁବରାଜ ସିଂହ । କହିଲେ, ‘ମୁଁ କିଛି ଜାଣିନି । ଆପଣ ଆପଣଙ୍କ ମହାନ ଚୟନକର୍ତ୍ତାଙ୍କୁ ପଚାରନ୍ତୁ। ’ ଅଧିକ ପଢ଼ନ୍ତୁ...

ଧୋନିଙ୍କୁ ନେଇ ସମ୍ବାଦିକଙ୍କୁ ଯୁବିଙ୍କ ଜବାବ
author img

By

Published : Nov 4, 2019, 10:35 PM IST

ମୁମ୍ବାଇ: ଜୁନ ମାସରେ କ୍ରିକେଟରୁ ସନ୍ୟାସ ନେଇଥିବା ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ଦେଇଛନ୍ତି ବଡ ବୟାନ । ସୋମବାର ମୁମ୍ବାଇ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯେତେବେଳେ 2091 ବିଶ୍ବକପ ପର ଠାରୁ କ୍ରିକେଟରୁ ଅଲଗା ହୋଇଯାଇଥିବା ଧୋନିଙ୍କୁ ନେଇ ଉଠୁଥିବା ଗୁଜବ ବିଷୟରେ ପଚରା ଯିବାରୁ, ଯୁବରାଜ କହିଥିଲେ ଜାତୀୟ ଚୟନକର୍ତ୍ତାଙ୍କୁ ଏନେଇ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ।

ପୂର୍ବତନ ଅଲରାଉଣ୍ଡର ଯୁବି ଧୋନିଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ପଚରାଯିବାରୁ ସାମ୍ବାଦିକଙ୍କୁ କହିଥିଲେ ଯେ, ‘ମୁଁ କିଛି ଜାଣିନି । ଆପଣ ଆପଣଙ୍କ ମହାନ ଚୟନକର୍ତ୍ତାଙ୍କୁ ପଚାରନ୍ତୁ । (I don't know any thing boss. You should ask your great selectors) । ଏହା ତାଙ୍କ ନିଷ୍ପତ୍ତି ମୋର ନୁହେଁ।’ ଭାରତକୁ ଉତ୍ତମ ଚୟନକର୍ତ୍ତାଙ୍କ ଆବଶ୍ୟକତା ରହିଛି, ଯେଉଁମାନେ ଖେଳାଳିଙ୍କୁ ପ୍ରେରଣା ଦେଇ ପାରିବେ।

‘ଆମକୁ ନିଶ୍ଚିତ ଭାବେ ଭଲ ଚୟନକର୍ତ୍ତାଙ୍କ ଆବଶ୍ୟକତା ରହିଛି । ଚୟନକର୍ତ୍ତାଙ୍କ କାର୍ଯ୍ୟ ସହଜ ନୁହେଁ । ଯେତେବେଳ ସେମାନେ 15 ଜଣ ଖେଳାଳିଙ୍କୁ ଚୟନ କରନ୍ତି, ବାକି 15 ଖେଳାଳିଙ୍କର କଣ ହେବ ନେନେଇ ଆଲୋଚନା ଆରମ୍ଭ ହୁଏ। ବର୍ତ୍ତମାନ ଯୁଗର କ୍ରିକେଟରେ ଚୟନକର୍ତ୍ତାଙ୍କ ଚିନ୍ତାଧାରା ସଠିକ ହେଉନାହିଁ। ଏହା ମୋର ମତ,’ ବୋଲି କହିଛନ୍ତି ଯୁବି ।

‘ ମୁଁ ସର୍ବଦା ଖେଳାଳିଙ୍କ ସୁରକ୍ଷା ସପକ୍ଷରେ ରହି ଆସିଛଇ ଓ ତାଙ୍କ ପ୍ରତି ସକାରାତ୍ମକ ରହିଛି । ନିଜ ଟିମ ଓ ଖେଳାଳିଙ୍କ ବିଷୟରେ ନକାରାତ୍ମକ କଥାବାର୍ତ୍ତା ଓ ଚିନ୍ତାଧାରା ଆପଣଙ୍କୁ ସଠିକ ମହାନ କରେ ନାହିଁ। ଖରାପ ସମୟରେ ଖେଳାଳିଙ୍କୁ ପ୍ରେରଣା ଦେବା ଓ ଉତ୍ସାହିତ କରିବା ଆପଣଙ୍କ ଶ୍ରେଷ୍ଠତା ପ୍ରଦର୍ଶିତ କରିଥାଏ। ଖରାପ ସମୟରେ ସମସ୍ତେ ଖରାପ କୁହନ୍ତି । ତେଣୁ ଆମକୁ ନିଶ୍ଚିତ ଭାବେ ଭଲ ଚୟନକର୍ତ୍ତାଙ୍କ ଆବଶ୍ୟକତା ରହିଛି,’ ବୋଲି କହିଛନ୍ତି ଯୁବରାଜ ।

ଏହାର ଉଦାହରଣ ଦେଇ ଯୁବରାଜ ଅଷ୍ଟ୍ରେଲିଆ ଖେଳାଳି ମେକ୍ସୱେଲଙ୍କ କଥା କହିଛନ୍ତି । ସେ କହିଛନ୍ତି ଯେ କୌଣସି ବି ଭାରତୀୟ ଖେଳାଳି ମାନସିକ ଅସୁସ୍ଥତା କାରଣରୁ ମେକ୍ସୱେଲଙ୍କ ଭଳି ଖେଳରୁ ବିରତି ନେଇ ପାରନ୍ତିନାହିଁ। କାରଣ ସେମାନେ ଜାଣନ୍ତି ଯେ ଯଦି ସାମାନେ ବିରତି ନେବେ ସେମାନଙ୍କ ସ୍ଥାନ ଟିମରେ ରହିବ ନାହିଁ । ତେଣୁ ଖେଳାଳିଙ୍କ କଥା ଚିନ୍ତା କରିବାର ଆବଶ୍ୟକତା ରହିଛି।

ତେବେ ଯୁବରାଜ ସୌରଭ ଗାଙ୍ଗୁଲିଙ୍କ ଠାରୁ ଏନେଇ ଅନେକ କିଛି ଆଶା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଦାଦି (ଗାଙ୍ଗୁଲି) ଯିଏ ଜଣେ ମହାନ ଖେଳାଳି ହେବା ସଙ୍ଗେ ସଙ୍ଗେ ଜଣେ ମହାନ ଖେଳାଳି ରହିଛନ୍ତି । ସେ ବିସିସିଆଇ ଅଧ୍ୟକ୍ଷ ହେବା ପରେ ନିଶ୍ଚିତ ଖେଳାଳିଙ୍କ ଦୃଷ୍ଟିକୋଣରୁ ନିଷ୍ପତ୍ତି ନେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.